ଦେଶ ବିଦେଶ

ହୋଟେଲ ବାଲକୋନିରୁ ପଡି ଚାଲିଗଲା ଜଣାଶୁଣା ଗାୟକଙ୍କ ଜୀବନ, ସମଗ୍ର ବିଶ୍ୱରେ ଶୋକ

ଲୋକପ୍ରିୟ ଗାୟକ ତଥା ଜଣାଶୁଣା ବ୍ରାଣ୍ଡ ‘ଓ୍ୱାନ ଡାଇରେକ୍ସନ’ର ପୂର୍ବତନ ଗାୟକ ଲିୟାମ ପାୟନେଙ୍କ ମୃତ୍ୟୁ ହୋଟେଲରେ ହୋଇଛି । ଆଜେର୍ଣ୍ଟିନାର ଭ୍ୟୁନସ ଆୟର୍ସରେ ମାତ୍ର ୩୧ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଲିୟାମ । ହୋଟେଲ ବାଲକୋନିରୁ ପଡି ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତଥାପି ପୋଲିସ ମାମଲାର ଯାଞ୍ଚ କରୁଛି ।

ଏହା ଦୁର୍ଘଟଣା କିମ୍ବା ଷଡଯନ୍ତ୍ର ତାହା ଜାଣିବାକୁ ପୋଲିସ ତଦନ୍ତ ଆରମ୍ଭ କରିଛି ।

ଖବର ମୁତାବକ, ହୋଟେଲରେ ସନ୍ଧ୍ୟା ୫ଟା ସମୟରେ ଲବିରେ ଏଣେତେଣେ ବୁଲୁଥିବାର ନଜର ଆସିଥିଲେ । ସେ ନିଜର ଲାପଟପ୍‌ ଭାଙ୍ଗିଥିବା ମଧ୍ୟ ସିସି ଟିଭିରେ ଦେଖିବାକୁ ମିଳିଛି । ଏହାପରେ ନିଜ ରୁମକୁ ଚାଲିଯାଇଥିଲେ ।

ଲିୟାମ ନିଜ ସାଙ୍ଗର ଏକ କନସର୍ଟରେ ସାମିଲ ହେବା ପାଇଁ ଆଜେର୍ଣ୍ଟିନା ପହଞ୍ଚିଛନ୍ତି । ଏଠାରେ ଏକ ସୋଲୋ କନସର୍ଟ କରିଥାନ୍ତେ । ତେବେ କନସର୍ଟ ପୂର୍ବରୁ ଏକ ଭିଡିଓ ସାମ୍ନାକୁ ଆସିଛି । ସେଥିରେ ଲିୟାମଙ୍କୁ ଦେଖିବାକୁ ମିଳିଛି । ସାଙ୍ଗ ସହିତ ସେଲଫି ନେଇଥିବା ମଧ୍ୟ ନଜର ଆସିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button