ସରିଲା ଶାରଦୀୟ ଦୁର୍ଗାପୂଜା: ଦଶହରାରେ ରାବଣ ପୋଡ଼ିର ଆୟୋଜନ, ଅକ୍ଟୋବର ୨୫ରେ ଭସାଣ – bajravana
[ad_1]
ଭୁବନେଶ୍ବର: ଶାରଦୀୟ ଦୁର୍ଗାପୂଜା ମଙ୍ଗଳବରା ରାତିରେ ସଂପନ୍ନ ହୋଇଛି। ଅସତ୍ୟ ଉପରେ ସତ୍ୟର ବିଜୟ ହୋଇଛି। ଭୁବନେଶ୍ବର, ଖୋର୍ଦ୍ଧା, ବଲାଙ୍ଗୀର, ସମ୍ବଲପୁର, ବରଗଡ଼ର ସୋହେଲା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରାବଣ ପୋଡ଼ି ଆୟୋଜନ ହୋଇଛି। ଦଶହରା ଅବସରରେ ଶ୍ରଦ୍ଧାଳୁମାନେ ମା’ ଦୁର୍ଗାଙ୍କୁ ଦିନସାରା ପୂଜାର୍ଚ୍ଚନା କରିବା ପରେ ସନ୍ଧ୍ୟାରେ ଦର୍ଶକମାନେ ରାବଣ ପୋଡ଼ିର ମନୋରମ ଦୃଶ୍ୟକୁ ଉପଭୋଗ କରିଛନ୍ତି। ବାଣ ଓ ଆତାସବାଜୀର ଶବ୍ଦକୁ ଆଖି ଆଗରେ ଦେଖି ଖୁସି ଅନୁଭବ କରିଛନ୍ତି। ମା’ଙ୍କ ଶାରଦୀୟ ପୂଜା ଶେଷ ହୋଇଥିବା ବେଳେ ଆସନ୍ତାକାଲି (ଅକ୍ଟୋବର ୨୫) ଭସାଣି ହେବ। ବିଭିନ୍ନ ସ୍ଥାନରେ ପୂଜା ଆୟୋଜକ ଓ ପ୍ରଶାସନର ସୁବିଧା ଅନୁସାରେ ମା’ଙ୍କର ଭସାଣ ହେବ।
ଦଶହାରା ଅବସରରେ ରାଜଧାନୀ ଭୁବନେଶ୍ବରରେ ଝାରପଡ଼ା, ବରମୁଣ୍ଡା, ନହରକଣ୍ଟା, କୋରଡ଼କଣ୍ଟା, ଛତାବର ଓ ତମାଣ୍ଡୋରେ ଆଜି ରାବଣ ପୋଡ଼ି ଅନୁଷ୍ଠିତ ହୋଇଛି। ରାବଣପୋଡ଼ି ସ୍ଥାନରେ ଗୋଟିଏ ଅଗ୍ନିଶମ ଟିମ୍ ସହ ୭ ଜଣ କର୍ମଚାରୀ ଉପସ୍ଥିତ ରହିଥିଲେ। ରାବଣ ପୋଡ଼ି ସ୍ଥଳିରେ ହଜାର ହଜାର ଲୋକଙ୍କ ସମାଗମକୁ ଆଖିରେ ରଖି ଦୂରରେ ବ୍ୟାରିକେଡ କରାଯାଇଥିଲା। ବରମୁଣ୍ଡା ପୂଜା କମିଟି ପକ୍ଷରୁ ୧୦୦ଜଣ ଭଲ୍ୟୁଣ୍ଟର ନିୟୋଜିତ କରାଯାଇଥିଲା। ଏଠାରେ ରାବଣପୋଡ଼ି ପାଇଁ ପ୍ରାୟ ଲକ୍ଷେ ଟଙ୍କାର ବାଣ ବ୍ୟବହାର କରାଯାଇଥିଲା।
[ad_2]