ମନୋରଞ୍ଜନ

ବଲିଉଡର ଲୋକପ୍ରିୟ ଅଭିନେତା ଦଲିପ ତାହିଲଙ୍କୁ ମିଳିଲା ଦୁଇ ମାସ ଜେଲ ଦଣ୍ଡ – bajravana

[ad_1]

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ଦଲିପ ତାହିଲଙ୍କୁ ମିଳିଲା ଦୁଇ ମାସ ଜେଲ ଦଣ୍ଡ। ୫ବର୍ଷ ପୁରୁଣା ମାମଲାରେ କୋର୍ଟ ଅଭିନେତାଙ୍କୁ ଦଣ୍ଡିତ କରିଛନ୍ତି। ଘଟଣାଟି ୨୦୧୮ ମସିହାରେ ଘଟିଥିଲା, ଯେତେବେଳେ ଦଲିପ ମଦ୍ୟପାନ କରି ଗାଡି ଚଳାଉଥିବାର ଦେଖିବାକୁ ମିଳିଥିଲା ​। ନିଶାଗ୍ରସ୍ତ ଥିବାରୁ ନିୟନ୍ତ୍ରଣ ହରାଇ ଦଲିପ ନିଜ କାରକୁ ଏକ ଅଟୋ ସହ ଧକ୍କା କରିଦେଇଥିଲେ। ଏହି ଦୁର୍ଘଟଣା ପରେ ଅଟୋରେ ଥିବା ଜଣେ ମହିଳା ଗୁରୁତର ଆହତ ହୋଇଥିଲେ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପ୍ରମାଣ ଆଧାରରେ ୨୦୧୮ ଏହି ଘଟଣା ପାଇଁ ମାଜିଷ୍ଟ୍ରେଟ୍ କୋର୍ଟ ଦଲିପଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। କୋର୍ଟକୁ ଦିଆଯାଇଥିବା ପ୍ରମାଣରେ କୁହାଯାଇଛି ଯେ ଦୁର୍ଘଟଣା ସମୟରେ ଦଲୀପ ପରୀକ୍ଷା ପାଇଁ ପୁଲିସକୁ ତାଙ୍କ ରକ୍ତ ନମୁନା ଦେବାକୁ ମନା କରିଦେଇଥିଲେ। ତେବେ ପରେ ତାଙ୍କ ନମୁନା ନିଆଯାଇଥିଲା ଏବଂ ଡାକ୍ତରଙ୍କ ରିପୋର୍ଟରେ ସେ ମଦ୍ୟପାନ କରିଥିବା ‌ସ୍ପଷ୍ଟ ହୋଇଥିଲା।

୨ମାସ ଜେଲଦଣ୍ଡ ମିଳିବା ପରେ ଦଲିପ କହିଛନ୍ତି ଯେ, ‘ମୁଁ ମାଜିଷ୍ଟ୍ରେଟ କୋର୍ଟଙ୍କ ରାୟକୁ ସମ୍ମାନ କରେ। ହେଲେ ମୁଁ ସେସନ୍ସ କୋର୍ଟରେ ମାଜିଷ୍ଟ୍ରେଟ୍ କୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବି। ୨୦୧୮ରେ ଘଟିଥିବା ଦୁର୍ଘଟଣା ଅତି ଛୋଟ ଦୁର୍ଘଟଣା ଥିଲା। ଏହି ଦୁର୍ଘଟଣାରେ ପୀଡିତା ଅତି ସାମାନ୍ୟ ଆହତ ହୋଇଥିଲେ। ତାଙ୍କୁ ଔଷଧ ଦିଆଯାଇ ଡାକ୍ତରଖାନାରୁ କିଛି ଘଣ୍ଟା ମଧ୍ୟରେ ଡିସଚାର୍ଜ କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ଆମେ ଏହି ରାୟକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିବୁ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button