ମନୋରଞ୍ଜନ

ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିନୀତ ‘ବସ୍’କୁ ମିଳିଲା ସେନ୍ସର ସାର୍ଟିଫିକେଟ୍ – bajravana

[ad_1]

ଭୁବନେଶ୍ବର: ଜଣାଶୁଣା ସିନେ ପ୍ରଯୋଜକ ରମେଶ ବାରିକଙ୍କ ପ୍ରଯୋଜନା ଏବଂ ତ୍ରିପତି ସାହୁଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା ଚଳଚ୍ଚିତ୍ର ‘ବସ୍’ ର ସେନ୍ସର କାମ ସରିଛି। ଏହାକୁ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ପକ୍ଷରୁ ‘ୟୁ’ ସାର୍ଟିଫିକେଟ୍ ପ୍ରଦାନ କରାଯାଇଛି। ଏହି ଚଳଚ୍ଚିତ୍ର ଖୁବ ଶୀଘ୍ର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ବୋଲି ଜଣାଯାଇଛି।
‘ବସ୍’ ର ଟାଇଟଲ୍ ରୋଲରେ ଅଭିନୟ କରିବା ସହ ଚଳଚ୍ଚିତ୍ରର କାହାଣୀ, ଚିତ୍ରନାଟ୍ୟ ଓ କ୍ରିଏଟିଭ୍ ହେଡ୍ ର ଦାୟିତ୍ବ ବି ନିଭାଇଛନ୍ତି ବର୍ଷା ପ୍ରିୟଦର୍ଶିନୀ।

ଏଥିରେ ବର୍ଷା ପ୍ରିୟଦର୍ଶିନୀଙ୍କ ବିପକ୍ଷରେ ପ୍ରଥମ ଥର ଲାଗି ନାୟକ ଭୂମିକାରେ ନଜର ଆସିବେ ଉଭୟ ଛୋଟ ଓ ବଡ଼ ପରଦାରେ ସକ୍ରିୟ ନାୟକ ରାଜ୍ ରାଜେଶ। ଏହାଛଡ଼ା ହରି ଓ ଅରବିନ୍ଦ ପ୍ରମୁଖ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖା ଦେବେ। ‘ବସ୍’ ଚଳଚ୍ଚିତ୍ରର ସଂଗୀତ ନିର୍ଦ୍ଦେଶକ ହେଲେ ଅଭିଜିତ ମଜୁମଦାର।

‘ବସ୍’ ନାରୀ ସଶକ୍ତିକରଣ ଉପରେ ସିନେମା ଆଧାରିତ ବୋଲି ଜଣାଯାଇଛି। ବର୍ତ୍ତମାନର ସମାଜରେ ଘଟୁଥିବା ଘଟଣା ଓ ବାସ୍ତବ ଜୀବନ ଉପରେ ଏ କାହାଣୀ ଆଧାରିତ ବୋଲି ଜଣାଯାଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button