‘ଆନିମଲ’ରେ ହୋଇଥିବା ଭୁଲକୁ ସ୍ବୀକାର କରି ନିର୍ଦ୍ଦେଶକ କହିଲେ ଏଭଳି କଥା… – bajravana
[ad_1]
ନୂଆଦିଲ୍ଲୀ: ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଆନିମଲ’ ରିଲିଜ ହେବାର ପ୍ରଥମ ଦିନରେ ହିଁ ସିନେମା ହଲ୍ରେ ହଇଚଇ ସୃଷ୍ଟି କରିଥିଲା। ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ୍ ଫିଲ୍ମ ‘ଆନିମଲ’କୁ ‘ଏ’ ସାର୍ଟିଫିକେଟ୍ ଦେଇଛି ଏବଂ ଏହାର ଚାଲିବା ସମୟ ହେଉଛି ପ୍ରାୟ ୩ ଘଣ୍ଟା ୨୧ ମିନିଟ୍ ରହିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସିନେମା ରିଲିଜର ୨୦ଦିନ ପରେ ନିର୍ଦ୍ଦେଶକ ମୁହଁ ଖୋଲି ସମସ୍ତ ବିବାଦର ଉତ୍ତର ଦେଇଛନ୍ତି। ଆଗାମୀ ଦିନରେ ସିନେମା ଓଟିଟି ପ୍ଲାଟଫର୍ମରେ ପ୍ରବେଶ କରିବାକୁ ପ୍ରସ୍ତୁତି ହେଉଛି। ତେବେ ଓଟିଟିରେ ସିନେମା ରିଲିଜ ପୂର୍ବରୁ ନିର୍ଦ୍ଦେଶକ କହିଛନ୍ତି, ‘ସିନେମାରେ ମୋ ଦ୍ବାରା କିଛି ଭୁଲ ହୋଇଯାଇଥିଲା। ଯାହାକୁ ମୁଁ ଓଟିଟିରେ ରିଲିଜ ସମୟରେ ସଜାଡ଼ି ଦେଇଛି।
ଥିୟେଟ୍ରିକଲ ଭର୍ସନରେ ସାଉଣ୍ଡ, କଷ୍ଟିୟୁମ,ମେକଅପକୁ ନେଇ ତ୍ରୁଟି ରହିଯାଇଥିଲା। ଏହି ଭୁଲ କେମିତି ହେଲା ତାହା ମୋତେ ଜଣାନାହିଁ। ସିନେମା ୫ଟି ଭାଷାରେ ରିଲିଜ ହୋଇଛି। ହୋଇପାରେ ମୁଁ ଟ୍ରାକରୁ ଓହ୍ଲାଇ ଯାଇଥିଲି। ସିନେମା ପ୍ରାୟ ୩ ଘଣ୍ଟା ୨୧ ମିନିଟର ରହିଛି। କିନ୍ତୁ ସିନେମା ୩ଘଣ୍ଟା ୩୦ ମିନିଟ ରହିବା କଥା। ତେବେ ମୁଁ ୮ରୁ୯ ମିନିଟି କାହିଁକି ଏଡିଟିଂ କରିଛି ଜାଣିନାହିଁ। ୫ରୁ୬ ମିନିଟ ଏହି ଓଟିଟି ଭର୍ସନରେ ବ୍ୟବହାର କରିବି।’
ନିକଟରେ ଏକ ଆଲୋଚନା ସମୟରେ ନିର୍ଦ୍ଦେଶିତ ସନ୍ଦୀପ ରେଡ୍ଡୀ ଭଙ୍ଗା କହିଥିଲେ, ‘ଆନିମଲ’ ପାଇଁ ପ୍ରଥମ ପସନ୍ଦ ରଶ୍ମୀକା ମନ୍ଦନା ନୁହେଁ ପରିଣୀତି ଚୋପ୍ରା ଥିଲେ। ଏହି ସିନେମା ପାଇଁ ମୁଁ ଅନେକ ଦିନରୁ ପରିଣୀତିଙ୍କୁ ସାଇନ କରିଥିଲେ। ମୁଁ ଅଡିସନରେ କେବେ ବିଶ୍ବାସ କରେ ନାହିଁ। ମୋତେ ଯାହା ଠିକ ଲାଗେ ମୁଁ ତାହା କରିଥାଏ। ମୋତେ ପରିଣୀତିଙ୍କ ଅଭିନୟ ଖୁବ ଭଲ ଲାଗେ।
କିନ୍ତୁ ପରବର୍ତ୍ତୀ ସମୟରେ ମୋତେ ଆନିମଲ ପାଇଁ ପରିଣୀତି ଗୀତାଞ୍ଜଳି ଭୂମିକା ପାଇଁ ଠିକ ଲାଗି ନଥିଲେ। ତେଣୁ ମୁଁ ତାଙ୍କୁ କ୍ଷମାମାଗି ଜଣାଇ ଦେଇଥିଲି କି ମୁଁ ଆପଣଙ୍କ ସ୍ଥାନରେ ଅନ୍ୟ କଳାକାରଙ୍କୁ ନେଇ ସିନେମା କରିବାକୁ ଚାହୁଁଛି।’
[ad_2]