ଓଡିଶା

ଘରୋଇ ବସ୍‌ ଆନ୍ଦୋଳନ ସ୍ଥଗିତ; ରାଜ୍ୟରେ ଗଡ଼ିଲା ବସ୍‌, ୨୬ ଅକ୍ଟୋବରରେ ପରବର୍ତ୍ତୀ ବୈଠକ – bajravana

[ad_1]

ଭୁବନେଶ୍ବର: ଓଡ଼ିଶା ଘରୋଇ ବସ୍ ମାଲିକ ସଂଘ ଆହ୍ବାନରେ ଅକ୍ଟୋବର ୨୦ ତାରିଖ ସକାଳ ୬ଟାରୁ ଦିଆଯାଇଥିବା ରାଜ୍ୟବ୍ୟାପି ବସ୍ ଧର୍ମଘଟ ୩୧ ତାରିଖ ଯାଏଁ ସ୍ଥଗିତ ରଖାଯାଇଛି। ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ବାସଭବନରେ ଶୁକ୍ରବାର ସନ୍ଧ୍ୟାରେ ଅନୁଷ୍ଠିତ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଫଳରେ ଅକ୍ଟୋବର ୨୦ ତାରିଖ ବିଳମ୍ବିତ ସନ୍ଧ୍ୟା ପରଠାରୁ ଘରୋଇ ଯାତ୍ରୀବାହୀ ବସ୍‌ଗୁଡ଼ିକ ଚଳାଚଳ କରିଛି। ଅକ୍ଟୋବର ୨୧ରୁ ବସ୍‌ଗୁଡ଼ିକ ଚଳାଚଳ ସମ୍ପୂର୍ଣ୍ଣ ଭାବେ ସ୍ଵାଭାବିକ ହେଇଯିବ। ତେବେ ଘରୋଇ ବସ୍‌ ଚଳାଚଳ ନେଇ ଆସନ୍ତା ୨୬ ତାରିଖ ପରବର୍ତ୍ତୀ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ରାଜ୍ୟ ସରକାରଙ୍କ ପରିବହନ ବିଭାଗ ଓ ଘରୋଇ ବସ୍‌ ମାଲିକ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ରହିବେ।

ରାଜ୍ୟବ୍ୟାପି ବସ୍‌ ଧର୍ମଘଟ ଟାଳିବା ପାଇଁ ଆଜି ସନ୍ଧ୍ୟାରେ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ବାସଭବନରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ପରିବହନ କମିସନର, ବିଭାଗୀୟ ଅଧିକାରୀ ଓ ଘରୋଇ ବସ୍‌ ମାଲିକ ସଂଘର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

ବସ୍‌ ଧର୍ମଘଟ ସ୍ଥଗିତ ପରେ ଘରୋଇ ବସ୍‌ ମାଲିକ ସଂଘ ସାମ୍ବାଦିକ ସମ୍ମିଳନୀରେ କହିଛି ଯେ, ରାଜ୍ୟରେ ଘରୋଇ ବସ୍ ଚାଲିବା ନେଇ ଦୀର୍ଘ ସମୟ ବୈଠକ ହୋଇଥିଲା।  ରାଜ୍ୟ ସରକାର ଏବଂ ପରିବହନ ମନ୍ତ୍ରୀଙ୍କ ଅନୁରୋଧ କ୍ରମେ ଆନ୍ଦୋଳନକୁ ସ୍ଥଗିତ ରଖାଯାଇଛି। ଆଜି ରାତିରୁ ରାଜ୍ୟରେ ବସ୍ ଚଳାଚଳ ଆରମ୍ଭ ହୋଇଯାଇଛି। ଆସନ୍ତାକାଲି(ଅକ୍ଟୋବର ୨୧) ଠୁ ସମ୍ପୂର୍ଣ୍ଣ ଭାବେ ବସ୍ ଚଳାଚଳ ସ୍ୱାଭାବିକ ହେବ।

ସୂଚନାଯୋଗ୍ୟ, ଆଜି ସାରା ରାଜ୍ୟରେ ଘରୋଇ ବସ୍‌ ସେବା ବନ୍ଦ ହୋଇଥିବା ବେଳେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଘରୋଇ ବସ୍‌ ସେବା ବନ୍ଦ ଥିବା ଯୋଗୁଁ ଯାତ୍ରୀମାନେ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇନପାରି ବସଷ୍ଟାଣ୍ଡରେ ଅପେକ୍ଷା କରି ରହିଥିବା ଦେଖିବାକୁ ମିଳିଥିଲା। ସରକାରୀ ବସ ବନ୍ଦ ହେବା ଯୋଗୁଁ ଯାତ୍ରୀମାନେ ଅଧିକ  ହନ୍ତସନ୍ତ ହୋଇଥିଲେ। ଟ୍ରେନ୍‌ରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଥିଲା। ସେହିପରି ଲୋକେ ବ୍ୟକ୍ତିଗତ ଟ୍ୟାକ୍ସି ଭଡ଼ା ନେଇ ଯିବା ଆସିବା କରୁଥିଲେ, ଯେଉଁଥି ପାଇଁ ଅଧିକ ଖର୍ଚ୍ଚାନ୍ତ ହୋଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button