ଅପରାଧ

ଆକାଉଣ୍ଟରୁ ସାର୍ଟଲେସ ଫ‌ଟୋ ଡିଲିଟି କରି ମୁହଁ ଖୋଲିଲେ ଏୟାର ଏସିଆର ସିଇଓ; ଦେଲେ ଏଭଳି ପ୍ରତିକ୍ରିୟା – bajravana

[ad_1]

ନୂଆଦିଲ୍ଲୀ: ଏୟାର ଏସିଆ ବିମାନ କମ୍ପାନିର ସିଇଓ ଟୋନି ଫର୍ଣ୍ଣାଣ୍ଡିଜ ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଥିଲେ। ଏହି ଫଟୋରେ ଫର୍ଣ୍ଣାଣ୍ଡିଚ ସାର୍ଟଲେସ ଥିବା ଦେଖିବାକୁ ମିଳିଥିଲା। ଫର୍ଣ୍ଣାଣ୍ଡିଚଙ୍କ ଏଭଳି ଦୃଶ୍ୟ ଦେଖିବା ପରେ ଲୋକେ ସମାଲୋଚନା କରିବା ପରେ ବିଭିନ୍ନ ପ୍ରତିକ୍ରିୟା ବି ଦେଇଥିଲେ।

ଏସବୁକୁ ଦେଖିବା ପରେ ଫର୍ଣ୍ଣାଣ୍ଡିଚ ସାର୍ଟଲେସ ଘଟଣାକୁ ନେଇ ମୁହଁ ଖୋଲିଛନ୍ତି। ଆଉ କହିଛନ୍ତି, ‘ଆପଣମାନେ ମୋ ସାର୍ଟଲେସ ଫଟୋକୁ ଦେଖି ଅସନ୍ତୋଷ ହୋଇଥିଲେ। ଏଥିପାଇଁ ମୁଁ ଦୁଃଖୀତ କିନ୍ତୁ ମୋର ଏଭଳି ଫଟୋ ପୋଷ୍ଟ କାହାକୁ ଅଘାତ ପହଁଞ୍ଚାଇବାର ଉଦ୍ଦେଶ୍ୟ ନଥିଲା। ମୁଁ ୧୮ଘଣ୍ଟା ବିମାନ ଯାତ୍ର କରିବା ପରେ କ୍ଳାନ୍ତ ହୋଇପଡ଼ିଥିଲି। ଅଣ୍ଟା ଓ ପିଠିରେ ଯନ୍ତ୍ରଣା ହେଉଥିଲା। ବୈଠକରେ ବି ଉପସ୍ଥିତ ହେବାର ଜରୁରୀ ଥିଲା। ଏହି ସମୟରେ ଜଣେ ସହକର୍ମୀ ମୋତେ ମସାଜ ନେବାକୁ ପ୍ରସ୍ତାବ ଦେଇଥିଲେ। ମୁଁ ମନା କରି ପାରିଲି ନାହିଁ। ତେବେ ଏହି ଫଟୋ ଆପଣମାନଙ୍କୁ ଭଲ ଲାଗି ନଥିବାରୁ ମୁଁ ଆକାଉଣ୍ଟରୁ ଡିଲିଟ କରି ଦେଇଛି।’

ଟୋନି ଫର୍ଣ୍ଣାଣ୍ଡିଜ ନିଜର ଏହି ସାର୍ଟଲେସ ଫଟୋକୁ ନିଜେ ସେୟାର୍‌ କରି ଲେଖିଥି‌ଲେ, ‘ସପ୍ତାହଟି ବେଶ୍‌ ଚାପଗ୍ରସ୍ତ ଥିଲା। ଓ୍ୱେରାନିତା ୟୋସେଫିନ ମୋତେ ମସାଜ କରାଇବାକୁ ପ୍ରସ୍ତାବ ଦେଇଥିଲେ। ମୁଁ ଏହି ପ୍ରସ୍ତାବକୁ ଏଡାଇ ପାରି ନଥିଲି। କାରଣ ମୁଁ ଇଣ୍ଡୋନେସିଆ ଏବଂ ଏୟାରଏସିଆ ସଂସ୍କୃତିକୁ ଭଲପାଏ। ମୁଁ ମସାଜ ନେବା ସହ ‌ବୈଠକରେ ଯୋଗ ମଧ୍ୟ ଦେଇପାରିଥିଲି।’



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button