ଓଡିଶା

ସ୍ୱଚ୍ଛ ଓ ଶୃଙ୍ଖଳିତ ପର୍ଯ୍ୟଟନସ୍ଥଳ ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିଥାଏ :- ଜିଲ୍ଲାପାଳ ଯାଜପୁର

ଯାଜପୁର, : ପର୍ଯ୍ୟଟନ ସହ ସ୍ୱଚ୍ଛତା ଜଡିତ । ଯେଉଁ ପର୍ଯ୍ୟଟନ ସ୍ଥଳୀ ଯେତେ ସ୍ୱଚ୍ଛ ଓ ଶୃଙ୍ଖଳିତ ତାହା ସେତେ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଠ କରିଥାଏ ବୋଲି ଜିଲ୍ଲାପାଳ ରଂଜନ କୁମାର ଦାସ ମତବ୍ୟକ୍ତ କରିଛନ୍ତି । ଗୁରୁବାର ପୂର୍ବାହ୍ନରେ ଯାଜପୁରରେ ଜିଲ୍ଲାସ୍ତରୀୟ ବିଶ୍ୱ ପର୍ଯ୍ୟଟନ ଦିବସ ପାଳିତ ହୋଇଯାଇଛି । ଏହି ଦିବସର ସଚେତନତା ସୃଷ୍ଟି ଉଦେ୍ଧଶ୍ୟରେ ଏକ ଶୋଭାଯାତ୍ରାକୁ ଜିଲ୍ଲାପାଳ ଶ୍ରୀ ଦାସ ଉଦ୍ଘାଟନ କରିବା ସହ ପ୍ରତ୍ୟେକଙ୍କ ପାଇଁ ପର୍ଯ୍ୟଟନ ଏକ ସୁନ୍ଦର ଅନୁଭବ ଓ ଆବଶ୍ୟକତା ବୋଲି କହିଥିଲେ । ପର୍ଯ୍ୟଟନ ପାଇଁ ସମସ୍ତେ ଯେତିକି ବ୍ୟଗ୍ର ପର୍ଯ୍ୟଟନସ୍ଥଳୀର ସ୍ୱଚ୍ଛତା ଓ ସୁରକ୍ଷା ପାଇଁ ଅନୁରୂପ ଆଗ୍ରହ ପ୍ରକାଶ କରିବାକୁ ଶ୍ରୀ ଦାସ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରକଳ୍ପ ନିର୍ଦ୍ଦେଶକ ବ୍ରଜ ଗୋପାଳ ଆଚାର୍ଯ୍ୟ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଜିଲ୍ଲା ସଂସ୍କୃତି ତଥା ଲୋକ ସଂପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ନିରୋଜ ସୁନ୍ଦର ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଥିଲେ । ସଚେତନତା ସୃଷ୍ଟି ଉଦେ୍ଧଶ୍ୟରେ ଏହି ଶୋଭାଯାତ୍ରା ସହର ପରିକ୍ରମା କରିବା ସହ ବରାହ ମନ୍ଦିରରେ ସ୍ୱଚ୍ଛତା, କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଇନ୍ଦିରା ଗାନ୍ଧି ଇନଷ୍ଟିଚ୍ୟୁଟ ଅଫ ହୋଟେଲ ମ୍ୟାନେଜମେଣ୍ଟର ଅଧ୍ୟକ୍ଷ ସୂର୍ଯ୍ୟକାନ୍ତ ସେଠୀ, ଛାତ୍ରଛାତ୍ରୀ, ଯୋଗଗୁରୁ ମନ୍ମଥ ସାମଲ, ସୁରେନ୍ଦ୍ର ମିଶ୍ର, ସାମ୍ବାଦିକ ଆନନ୍ଦ ଚନ୍ଦ୍ର ସାହୁ, ଅରୁଣ ରାଉତରାୟ, ବିଶ୍ୱଜିତ ରଣା, ସମର ବିଜୟ ଶରଣ, ଆଦିତ୍ୟ ମହାନ୍ତି ପର୍ଯ୍ୟଟନ ବିଭାଗର କର୍ମଚାରୀ ଅମର ଜେନା, ବଂଶୀଧର ସେଠୀ, ଦୟାନିଧି ବେହେରା ପ୍ରମୁଖ ଏଥିରେ ଉପସ୍ଥିତି ଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button