ରାଶିଫଳ

୩୦.୦୯.୨୦୧୮ ରବିବାର, ଆଜିର ରାଶିଫଳ

Image result for god sunମେଷ:-

ଉଚ୍ଚସ୍ଥ ଚନ୍ଦ୍ର ପ୍ରଭାବରୁ ଗତକାଲିର ସ୍ଥିତି ବହୁଳାଂଶରେ ବଦଳି ଯାଇଥିବାରୁ ଆଜି ମାନସିକ ସୁସ୍ଥତା ଫେରି ପାଇବେ। ଅଟକି ରହିଥିବା କାମଗୁଡ଼ିକ ସମ୍ପନ୍ନ କରି ଆମତ୍ତୃପ୍ତି ଲାଭ କରିବେ।  ନୂତନ ଯୋଜନା, ଯାତ୍ରା, କଳା, କ୍ରୀଡା ପାଇଁ  ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ କମିପାରେ । ନିକଟ ସମ୍ପର୍କୀୟମାନଙ୍କ ମିଥ୍ୟା ଅଭିଯୋଗ ସକାଶେ  ନିଜ ଲୋକଙ୍କୁ ଦାୟୀ କରିବେ।

ବୃଷ:-

ନିଜ ରାଶିରେ ଚନ୍ଦ୍ର ହେତୁ ଆମତ୍ୀୟମାନଙ୍କ ସହାଯ୍ୟ ଲାଭ କରି କାମ ହାସଲ କରିବେ। କର୍ମକ୍ଷେତ୍ରରେ ଈର୍ଷାପରାୟଣ ବ୍ୟକ୍ତିମାନେ ବିରୁଦ୍ଧାଚରଣ କଲେ ମଧ୍ୟ ଶେଷ ପର୍ଯ୍ୟାୟରେ ଆପଣଙ୍କ ପ୍ରତି ନରମ ମନୋଭାବ ପୋଷଣ କରିବେ । ଅର୍ଥ କିମ୍ବା ଆବଶ୍ୟକତା ଅଭାବ ପୂରଣ ଦିଗରେ ସରକାରୀ ଅନୁଦାନ ପାଇବାର ସମ୍ଭାବନା ରହିଛି।

ମିଥୁନ:-

ଆଜି ସ୍ବାସ୍ଥ୍ୟରେ ଉନ୍ନତି, ଗୃହରେ ଶାନ୍ତି, ବନ୍ଧୁ ମିଳନ ଜନିତ ମନ ଖୁସୀ ରହିବ। ମଙ୍ଗଳଙ୍କ ଅବସ୍ଥିତିରୁ ଜମିଜମା ବିବାଦର ସମାଧାନ, ବାଣିଜ୍ୟ, ବ୍ୟବସାୟ, ପରିବହନରେ ସମସ୍ୟା ଦେଖାଦେବ। ସଭାସମିତି ଓ ପାରିବାରିକ ଦିଗରୁ ଅନୁକୂଳ ଫଳ ପାଇବେ । ସାହିତ୍ୟ ଓ ସାମ୍ବାଦିକତା  କ୍ଷେତ୍ରରେ ସାମାନ୍ୟ ପ୍ରତିବନ୍ଧକର ସମ୍ମୁଖୀନ ହେବେ।

କର୍କଟ:-

ଏକାଦଶରେ ଚନ୍ଦ୍ର ଉନ୍ନତ ଚିନ୍ତା ଓ ଶୁଦ୍ଧଭାବନା ପାରିବାରିକ,ସାମାଜିକ ଓ କର୍ମକ୍ଷେତ୍ରକୁ ସରଳୀକୃତ କରିବ। ଆନୁଷ୍ଠାନିକ କାମରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ, ଭ୍ରମଣ ସୁଯୋଗ, ସତ୍ସଙ୍ଗ, ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଦୂରଯାତ୍ରା କରିବାର ସୈାଭାଗ୍ୟ ପ୍ରାପ୍ତ ହେବ। ଅର୍ଥାଭାବ, ସାମୟିକ ମାନସିକ ଦ୍ୱନ୍ଦ୍ୱ ଭିତରେ ସମୟ କଟାଇବାକୁ ପଡିପାରେ ।

ସିଂହ:-

ରବିଙ୍କ ଦୁର୍ବଳତାରୁ ସାମୟିକ ଭାବରେ ଅସୁସ୍ଥତା ଜନିତ କେତେକ କାମ ଅଟକି ରହିଯାଇପାରେ। ଆର୍ଥିକସ୍ଥିତି  ପୂର୍ବାପେକ୍ଷା ପରିସ୍ଥିତି କେତେକାଂଶରେ ଭଲ ହେଲେ ମଧ୍ୟ ପ୍ରତ୍ୟେକ କାମରେ ଅର୍ନ୍ତଦ୍ୱନ୍ଦ ଲାଗି ରହିବ। ଅବଶ୍ୟ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରି କେତେକାଂଶରେ ମନକୁ ହାଲୁକା କରିବେ। 

କନ୍ୟା:-

ମଙ୍ଗଳ ଗୃହରେ ଅଷ୍ଟମ ଚନ୍ଦ୍ର ସାମାନ୍ୟ ଅସ୍ଥିରତା ମଧ୍ୟରେ କାମ ହାସଲ କରାଇବ। ଶନି କର୍ମସ୍ଥାନକୁ ଦେଖୁଥିବାରୁ ହେତୁ କାମ ଗୁଡିକ ବିଳମ୍ବରେ ସମ୍ପନ୍ନ  ହେବାର ସୂଚନା ରହିଛି । ଆମତ୍ୀୟସ୍ବଜନଙ୍କ  ସମସ୍ୟା ପାଇଁ ଚିନ୍ତା ବଢ଼ିପାରେ ।ଆଇନ ଅଦାଲତ,ସଭାସମିତି, କଳା, ସାହିତ୍ୟ, ମନୋରନାଦି କାର୍ଯ୍ୟକ୍ରମରେ ସାମିଲ ହୋଇପାରନ୍ତି। 

ତୁଳା:-

ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବା ସହ ଆଜିର ପ୍ରତ୍ୟୁଷ ଯାତ୍ରା ଶୁଭପ୍ରଦ ହେବ। କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡିପାରନ୍ତି। ବନ୍ଧୁଙ୍କ ପାଖରେ ରହିଥିବା  ବକେୟା ଟଙ୍କା ପାଇଁ ସମସ୍ୟା ଉପୁଜିବ। ବ୍ୟବସାୟ କିମ୍ବା  ପରିବହନରେ ଝଗଡା ଲାଗିପାରେ। କୈାଣସି ଶୁଭଖବର ମନକୁ ଆହ୍ଲାଦିତ କରିପାରେ।

ବିଛା:-

ବିଶେଷ ଅସୁବିଧା ନ ହେଲେ ମଧ୍ୟ ଶାରୀରିକ ଦୁର୍ବଳତା ହେତୁ କୌଣସି କାମ ସକାଶେ ମନ ଲାଗି ନ ପାରେ। ନିଜର ପ୍ରାଧାନ୍ୟ ରକ୍ଷା କରିବାକୁ ଯାଇ ବନ୍ଧୁ ମାନଙ୍କ ସହ ମତାନ୍ତରର ଆଶଙ୍କା ରହିଛ। ଅବଶ୍ୟ ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ହେବେ ଓ ପ୍ରତିଯୋଗିତାରେ ସଫଳତା ପାଇବେ।ପ୍ରିୟଜନଙ୍କ ସାହାଯ୍ୟରୁ ଅପରାହ୍ନେ ମୂଲ୍ୟବାନ ଦ୍ରବ୍ୟ ପାଇପାରନ୍ତି। 

ଧନୁ:-

ଶୁଭ ଚନ୍ଦ୍ର ପ୍ରଭାବରୁନ ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟାର ସମଧାନ କରିବାରେ ସାହାଯ୍ୟ କରିବ। ଆଜି ଦିନ ମଧ୍ୟରେ  ଅର୍ଥଲାଭ, ସମ୍ମାନ ପ୍ରାପ୍ତି, କାର୍ଯ୍ୟସିଦ୍ଧି ହେତୁ ମନ ମଧ୍ୟ ପ୍ରଫୁଲ୍ଲ ରହିବ। ଯେ କୌଣସି କାମ ଆରମ୍ଭ ପୂର୍ବରୁ  ସରଳ ବିଶ୍ୱାସ କରି ହଇରାଣରେ ପଡିପାରନ୍ତି।  ଶାରୀରିକ ସୁସ୍ଥତା ଫେରିପାଇବେ କିନ୍ତୁ ବହୁତ ହଇରାଣ ହେବାକୁ ପଡିପାରେ।

ମକର:-

କୌଣସି  ପ୍ରିୟଜନଙ୍କ ସ୍ବାସ୍ଥ୍ୟ ସମ୍ପର୍କରେ ଚିନ୍ତା କରିବାକୁ ପଡିପାରେ । ଆଜିର ଯାତ୍ରା, ବାଣିଜ୍ୟ, ସ୍ତ୍ରୀ ସମ୍ପର୍କ, ବିବାଦୀୟ ଘଟଣା ନିର୍ମାଣ ଓ ପରିବହନରୁ ସନ୍ତୋଷ ଲାବ କରିବେ। ନିଜସ୍ବ ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହୋଇପାରନ୍ତି। ଭୁଲ୍‌ ବୁଝାମଣା କାରଣରୁ  ଦାମ୍ପତ୍ୟ ଜୀବନରେ ମନାନ୍ତରର ସୂଚନା ରହିଛି।

କୁମ୍ଭ:-

କୁମ୍ଭ:-ଶୁକ୍ରଙ୍କ ଶୁଭ ପ୍ରଭାବରୁ ବିଭିନ୍ନ ପ୍ରକାରର ସୁଖ ସମ୍ଭୋଗ ଓ ବିଳାସବ୍ୟସନ ଦିଗକୁ ମନ ଚାହିଁବ। ନୂତନ ଗୃହ,ଯାନ ବାହାନ,ଯାନ୍ତ୍ରିକ ଜିନିଷ,ଧାତୁ ଅଳଙ୍କାର ପ୍ରଭୃତି ମୂଲ୍ୟବାନ ଜିନିଷ ପାଇଁ ମନ ବଳାଇବେ ।ସ୍ତ୍ରୀ  କିମ୍ବା ଭାଇଙ୍କ ସ୍ବାସ୍ଥ୍ୟ ସକାଶେ ଚି‘। କରିପାର‘।ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ ।ଆର୍ଥିକ ସମସ୍ୟା,ମାମଲା,ଜମିଜମା ପିଲା ମାନଙ୍କ ବିବାହ ସମ୍ପର୍କୀୟ ଚି‘।ରେ ମନ ଉଦ୍ୱିଗ୍ନ ରହିବ । 

ମୀନ:-

ଆପଣଙ୍କ ଦୂରଦର୍ଶିତା ଓ ବାସ୍ତବବାଦୀ ଚିନ୍ତାଧାରାର ପ୍ରତ୍ୟେକ କାମରେ ସହାୟକ ହେବ। ଆଜି ଯେଉଁ କାମରେ ହାତଦେବେ, ସେଥିରେ ନିଶ୍ଚିତ ସଫଳତା ହାସଲ  କରିବେ। ସାଧାରଣ କଥାକୁ କେନ୍ଦ୍ରକରି ପରିବାର ମଧ୍ୟରେ କଥା କଟାକଟି ଅଶାନ୍ତ ପରିସ୍ଥିତି ଉପୁଜିପାରେ। ସଭାସମିତିରେ ପ୍ରଶଂସିତ ହେବେ।

Related Articles

Leave a Reply

Your email address will not be published. Required fields are marked *

Back to top button