ଓଡିଶା

ଗୋରୁଗୋଠରେ ଗାଁକୁ ଆସିଲା ହାତୀଛୁଆ – bajravana

[ad_1]

ସଂପୂର୍ଣ୍ଣ ସୁସ୍ଥ ଅଛି; ସେରେଲାକ୍‌, ଲାକ୍ଟୋଜେନ୍‌ ଖାଉଛି

ତାଳଚେର/ବଅଁରପାଳ: ତାଳଚେର ବନାଞ୍ଚଳ ଗଣ୍ଠିଗାଡ଼ିଆ ଗାଁରୁ ଗୁରୁବାର ଉଦ୍ଧାର ଗୋଠଛଡ଼ା ହାତୀଛୁଆ ଏବେ ଏଫ୍‌ସିଆଇ ବିଟ୍‌ ହାଉସ୍‌ରେ ରହିଛି। ଛୁଆଟି ସଂପୂର୍ଣ୍ଣ ସୁସ୍ଥ ଓ ସେ ସେରେଲାକ୍‌, ଲାକ୍ଟୋଜେନ୍‌ ଖାଉଛି। ବନ ବିଭାଗ ସୂତ୍ରରୁ ପ୍ରକାଶ, ଗତକାଲି ଗଣ୍ଠିଗାଡ଼ିଆ ଜଙ୍ଗଲରୁ ଗାଈଗୋଠରେ ଏହି ହାତୀଛୁଆ ଗାଁକୁ ଚାଲି ଆସିଥିଲା। ଏହାର ବୟସ ପ୍ରାୟ ୧ ମାସ ହେବ। ଗ୍ରାମବାସୀ ଅନୁଗୁଳ ବନଖଣ୍ଡକୁ ଜଣାଇବା ପରେ ବନ ବିଭାଗର କେତେକ କର୍ମଚାରୀ ଆସି ହାତୀଛୁଆକୁ ବଡ଼ଖଳି କାଲୁଣିପୁତା ବନ୍ଧ ପାଖ ହାତୀଗୋଠରେ ଛାଡ଼ିଥିଲେ। କିନ୍ତୁ ହାତୀପଲ ହାତୀ ଛୁଆକୁ ସାଙ୍ଗରେ ନନେଇ ଚାଲିଯାଇଥିଲେ। ରାତିସାରା ହାତୀ ଛୁଆ ଏଣେତେଣେ ବୁଲି ଆଜି ସକାଳେ ନୂଆହତା ଗଡ଼ସାହି ପଛପାଖ ଜଙ୍ଗଲର ଗୋଟିଏ ଜାଗାରେ ଅସୁସ୍ଥ ହୋଇପଡ଼ିଥିଲା।

ବନ କର୍ମଚାରୀ ହାତୀଛୁଆକୁ ଆଣି ତାହାର ଚିକିତ୍ସା କରାଇଥିଲେ। ଆଜି ଦିନ ପ୍ରାୟ ସାଢ଼େ ୧୧ଟାବେଳେ ହାତୀଛୁଆକୁ ତାଳଚେର ରେଞ୍ଜର୍‌ ସୁକାନ୍ତି ଦେଈ, ବଅଁରପାଳ ବ୍ଲକ୍‌ ପ୍ରାଣୀ ଚିକିତ୍ସିକ ଡା. ସୁଶାନ୍ତ କୁମାର ସେଠୀ, ଅନୁଗୁଳ ବନଖଣ୍ଡ ଡିବିଓ ପି.କେ. ସିଂହ ଓ ବନ କର୍ମଚାରୀଙ୍କ ଉଦ୍ୟମରେ ଏଫ୍‌ସିଆରେ ଥିବା ବିଟ୍‌ ହାଉସ୍‌କୁ ଅଣାଯାଇଥିଲା। ସେଠାରେ ହାତୀଛୁଆର ସମସ୍ତ ପରୀକ୍ଷା କରାଯାଇଥିଲା। ଛୁଆଟି ସମ୍ପୂର୍ଣ୍ଣ ସୁସ୍ଥ ରହିଛି ‌ବୋଲି ରେଞ୍ଜର୍‌ ସୁକାନ୍ତି ଦେଈ କହିଛନ୍ତି। ହାତୀଛୁଆକୁ ସେରେଲାକ୍‌, ଲାକ୍ଟୋଜେନ୍‌ ଦିଆଯାଉଛି। ପୁନର୍ବାର ହାତୀ ପଲ ସହିତ ଛଡ଼ାଯିବ ନା କପିଳାସ ବା ନନ୍ଦନକାନନ ଚିଡ଼ିଆଖାନାକୁ ନିଆଯିବ; ଡିଏଫ୍‌ଓ ଆସନ୍ତାକାଲି ନିଷ୍ପତ୍ତି ନେବେ ବୋଲି ରେଞ୍ଜର୍‌ ଶ୍ରୀମତୀ ଦେଈ ପ୍ରକାଶ କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button