ଓଡିଶା

ବ୍ୟାଟେରି ଚୋରି କରୁଥିବା ବେଳେ ଚୋରକୁ ଧରିଲେ ଗାଁ ଲୋକେ, ପୁଲିସକୁ କଲେ ହସ୍ତାନ୍ତର – bajravana

[ad_1]

ଠାକୁରମୁଣ୍ଡା: ମୟୂରଭଂଜ ଜିଲ୍ଲା ଠାକୁରମୁଣ୍ଡା ବ୍ଲକ ମହୁଲଡ଼ିହା ଥାନା ଅନ୍ତର୍ଗତ ଜରକ ଗ୍ରାମରେ ଶନିବାର ରାତିରେ ଏକ ଟ୍ରାକ୍ଟରରୁ ବ୍ୟାଟେରି ଚୋରି କରୁଥିବା ବେଳେ ଜଣେ ଚୋରକୁ ଗାଁ ଲୋକମାନେ ଧରି ଅଟକ ରଖିଛନ୍ତି। ଏଥି ସହ ଚୋରମାନେ ଆଣିଥିବା ଏକ ବାଇକକୁ ମଧ୍ୟ ଜବତ କରିଛନ୍ତି। ଘଟଣାସ୍ଥଳରୁ ସାଙ୍ଗରେ ଥିବା ଅନ୍ୟ କେତେଜଣ ଚୋର ଖସି ପଳାଇ ଯାଇଥିଲେ। ସକାଳେ ଟ୍ରାକ୍ଟର ମାଲିକ ମହୁଲଡ଼ିହା ଥାନାକୁ ଖବର ଦେବା ପରେ ଲୋକମାନେ ଅଟକ ରଖିଥିବା ଚୋର ସହିତ ଚୋରି ବ୍ୟାଟେରି ସହ ବ୍ୟବହୃତ ବାଇକକୁ ଥାନାକୁ ନେଇ ଥିବାର ଜଣାଯାଇଛି। ଧରା ପଡ଼ିଥିବା ଚୋର ଜଣକ ହେଉଛନ୍ତି ଠାକୁରମୁଣ୍ଡା ଥାନା ଅନ୍ତର୍ଗତ ଖୁଣ୍ଟାପୋଷୀ ଗ୍ରାମର।

ସୂଚନା ଅନୁଯାୟୀ ଜରକ ଗ୍ରାମର କମଲ କିଶୋର କାରୁଆଙ୍କ ଥିବା ଟ୍ରାକ୍ଟରକୁ ରାତିରେ ତାଙ୍କ ଘର ସମ୍ମୁଖରେ ଛିଡା କରିଥିଲେ। ରାତି ପ୍ରାୟ ୧୧ ଟା ସମୟରେ ଛିଡା ହୋଇଥିବା ଟ୍ରାକ୍ଟରରୁ ବ୍ୟାଟେରି ଚୋରି କରି ନେଉଥିବା ବେଳେ ପଡୋଶୀ ଘର ଶୋଇଥିବା ଲୋକେ ଜାଣି ଚୋରକୁ ଧରିଥିଲେ। ପରେ ଗ୍ରାମବାସୀ ରୁଣ୍ଡ ହୋଇ ଚୋରକୁ ଅଟକ ରଖିଥିଲେ। ପୁଲିସ ଧରା ପଡ଼ିଥିବା ଚୋରକୁ ଘଟଣାସ୍ଥଳରୁ ଗିରଫ କରି ଏକ ମାମଲା ରୁଜୁ କରି ଅଭିଯୁକ୍ତ ସୁଶୀଲକୁ କୋର୍ଟ ଚାଲାଣ କରିଛି। ଏହି ଚୋରି ସହିତ ଆଉ କିଏ ସଂପୃକ୍ତ ତାହା ତଦନ୍ତ ଜାରି ରଖିଛି ବୋଲି ଥାନା ଅଧିକାରୀ ବିକର୍ତ୍ତନମଣ୍ଡଳ କହିଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button