ଓଡିଶା

କଳାକାରମାନଙ୍କୁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅନୁରୋଧ ପତ୍ର

ଯାଜପୁର ତା. ୨୨/୫ : କରୋନା ଦୁର୍ବିସହ କରିଛି ଜୀବନ, ଛଡେଇ ନେଇଛି ଜୀବିକା । ଲକ୍ଷ ଲକ୍ଷ ଲୋକ ଆର୍ଥିକ ଅନାଟନରେ ହନ୍ତସନ୍ତ ହେଉଥିବାବେଳେ କଳାକରମାନେ ମଧ୍ୟ ଅନୁରୂପ ଭାବେ ପ୍ରଭାବିତ ହୋଇଛନ୍ତି । କଳାକାରମାନଙ୍କ ପାଇଁ ଜନଗହଳି ପୂର୍ଣ୍ଣସ୍ଥାନ ମହତ୍ୱପୂର୍ଣ୍ଣ ହେଉଥିବାବେଳେ କରୋନା ଜନଗହଳିକୁ ବାରଣ କରିଛି । ସାମାଜିକ ଦୂରତାକୁ ମାନି ଚଳିବାକୁ ବାଧ୍ୟ କରିଛି । ତେଣୁ କଳାକାରମାନେ ସେମାନଙ୍କର କଳା ପ୍ରଦର୍ଶନକୁ ବନ୍ଦ ରଖିଥିବାରୁ ଘୋର ଦୁର୍ଦିନର ସମ୍ମୁଖୀନ ହେଉଛନ୍ତି । ସେହି କଳାକାର ଓ ଅଭାବ ଅନାଟନକୁ ଦୂରେଇ ସହାୟତା ପାଇଁ ବିଭିନ୍ନ କଳାକାରମାନେ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଶୁକ୍ରବାର ପୂର୍ବାହ୍ନରେ ସଂଗୀତ କଳା ଓ କଳାକାର ସଂଘର ଆବାହକ ନିର୍ଦ୍ଦେଶକ ଦିନେଶ ମଲ୍ଲିକ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ରଂଜନ କୁମାର ଦାସଙ୍କୁ ସାକ୍ଷାତ କରିବା ସହ କଳାକାର ମାନଙ୍କର ସମସ୍ୟା ଉଲ୍ଲେଖ କରି ସାହାଯ୍ୟ ପାଇଁ ସ୍ମାରକପତ୍ର କରିଥିଲେ । କ୍ଷୁଦ୍ର ଓ ନାମମାତ୍ର କଳାକାରମାନେ ଏହି କରୋନା ଯୋଗୁଁ ସବୁଠୁଁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି । ସେମାନଙ୍କୁ ସହାୟତା ପାଇଁ ଅନୁରୋଧ ପତ୍ରକୁ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଜିଲ୍ଲାପାଳ ଏହାକୁ ସରକାରକୁ ପ୍ରଦାନ କରିବା ସହ ସମସ୍ତ କଳାକାରମାନଙ୍କୁ ସହଯୋଗ ପାଇଁ ମଧ୍ୟ ଅନୁରୋଧ କରିଛନ୍ତି । ଏହି ସ୍ମାରକପତ୍ର ପ୍ରଦାନ ସମୟରେ ଡେପୁଟି କଲେକ୍ଟର କୁଳମଣି ନାୟକ, କଳା ଓ କଳାକାର ସଂଘର ସଭାପତି କୈଳାଶ ଚନ୍ଦ୍ର ଜେନା ଓ ସଂପାଦକ ରଂଜନ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button