ମନୋରଞ୍ଜନ

ଏଥର ଛୋଟ କପଡ଼ା ନୁହେଁ; ପୋଷାକରେ ଥିବା ଫଟୋ ଓ ଲେଖା ପାଇଁ ଚର୍ଚ୍ଚାରେ ଉର୍ଫି – bajravana

[ad_1]

ମୁମ୍ବାଇ: ଉର୍ଫି ଜାଭେଦ୍ ପ୍ରତ୍ୟେକ ଥର ତାଙ୍କ ନୂଆ ଶୈଳୀ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଲୋକମାନେ ତାଙ୍କ ଭିନ୍ନ ଅବତାରରେ ତାଙ୍କୁ ଦେଖି ଚକିତ ହୋଇଛନ୍ତି। ହେଲେ ନିକଟରେ ଉର୍ଫି ଛୋଟ କପଡ଼ା ପାଇଁ ନୁହେଁ, ବରଂ ତାଙ୍କ କପଡ଼ାରେ ଥିବା ଫଟୋ ଓ ଲେଖା ପାଇଁ ଚର୍ଚ୍ଚାରେ ରହିଛନ୍ତି। ଅକ୍ଟୋବର ୧୫ ତାରିଖରେ ଉର୍ଫି ତାଙ୍କର ୨୬ ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ଗୁରୁବାର ରାତିରୁ ହିଁ ତାଙ୍କର ପ୍ରି-ବାର୍ଥ ଡେ ଉତ୍ସବ ପାଳିବା ଆରମ୍ଭ ହୋଇଯାଇଛି।

ଉର୍ଫି ତାଙ୍କ ପ୍ରି-ବାର୍ଥ ଡେ ଉତ୍ସବକୁ ତାଙ୍କର କିଛି କଲେଜ ସାଙ୍ଗକୁ ନିମନ୍ତ୍ରଣ ‌କରିଥିଲେ। ଏହି ଅବସରରେ ସମ୍ଭାବନା ସେଠ୍‌ଙ୍କୁ ବି ଦେଖିବାକୁ ମିଳିଥିଲା। ଭାଇରାଲ୍‌ ହୋଇଥିବା କିଛି ଫଟୋରେ ଉର୍ଫିଙ୍କ ଖାସ ବାନ୍ଧବୀ ତଥା ୟୁଟ୍ୟୁବର୍‌ ଅଞ୍ଜଳୀ ଅରୋରାଙ୍କୁ ବି ଦେଖିବାକୁ ମିଳିଛି।

ତେବେ ଏହାରି ମଧ୍ୟରେ ସଭିଙ୍କ ନଜର ଯାଇଥିଲା ଉର୍ଫିଙ୍କ ଟି-ସାର୍ଟ ଉପରକୁ। ଉର୍ଫିଙ୍କ ଟି-ସାର୍ଟରେ ବାବୁରାଓ ମାନେ, ପରେଶ ରାୱଲଙ୍କ ଫଟୋ ଥିବା ଦେଖିବାକୁ ମିଳିଥିଲା। ଖାଲି ସେତିକି ନୁହେଁ, ସେଥିରେ ଲେଖାଥିଲା ‘‘ତୁ କବ୍‌ ତକ୍‌ ଝୁଟ୍‌ ବୋଲେଗାରେ କୁତୁରିୟା?’’।

ଉର୍ଫି ତାଙ୍କର ଇନ୍‌ଷ୍ଟାଗ୍ରାମ୍ ଷ୍ଟୋରିରେ ନିଜର ଅନେକଗୁଡ଼ିଏ ଫଟୋ ରଖିଛନ୍ତି। ସେୟାର୍‌‌ ହୋଇଥିବା ଫଟୋ ଓ ଭିଡିଓରେ ତାଙ୍କ ତାଙ୍କ ବନ୍ଧୁମାନଙ୍କ ସହ ଖୁବ୍ ମସ୍ତି କରୁଥିବାର ନଜର ଆସିଛନ୍ତି। ଉର୍ଫିଙ୍କୁ ଲୋକ‌େ ପୂର୍ଣ୍ଣ ପୋଷାକରେ ଦେଖି ଖୁସି ବ୍ୟକ୍ତ କରିଥିବା ବ‌େଳେ ତାଙ୍କୁ ବାବୁରାଓ (ହେରାଫେରି ଫିଲ୍ମରେ ପରେଶ ରାୱଲ ନିଭାଇଥିବା ଚରତ୍ର)ଙ୍କ ଶୈଳୀର ଚଷମା ପିନ୍ଧିଥିବାର ଦେଖିବାକୁ ମିଳିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button