ଓଡିଶା

ଭୁବନେଶ୍ବରର ୧୮୫ଟି ମଣ୍ଡପରେ ଦୁର୍ଗାପୂଜା: ସବୁଜ, ସ୍ଵଚ୍ଛ ଏବଂ ପ୍ଲାଷ୍ଟିକ ମୁକ୍ତ ପୂଜାକୁ ଗୁରୁତ୍ବ – bajravana

[ad_1]

ଭୁବନେଶ୍ବର: ଚଳିତ ବର୍ଷ ଦଶହରା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)ର ପ୍ରସ୍ତୁତି ବୈଠକ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି। ଶାନ୍ତି ଶୃଙ୍ଖଳାରେ ଦଶହରା ପୂଜା ଅନୁଷ୍ଠିତ ପାଇଁ ଭୁବନେଶ୍ୱରର ସମସ୍ତ ପୂଜା କମିଟି ସହ ବୈଠକରେ ଆଲୋଚନା ହୋଇଛି। ରାଜଧାନୀର ୧୮୫ଟି ପୂଜା ମଣ୍ଡପରେ ପୂଜା ପାଇବେ ମା ଦୁର୍ଗା। ଏଥର ଗତବର୍ଷ ତୁଳନାରେ ଆଉ ୨ଟି ନୂଆଁ ପୂଜା ମଣ୍ଡପ ସାମିଲ ହୋଇଛି। ସବୁଜ, ସ୍ଵଚ୍ଛ ଏବଂ ପ୍ଲାଷ୍ଟିକ ମୁକ୍ତ ପୂଜା କରିବା ପାଇଁ ଆହ୍ୱାନ ଦେଇଛନ୍ତି ବିଏମ୍‌ସି କମିସନର। ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବାକୁ ବିଏମ୍‌ସି ଅନୁରୋଧ କରିବା ସହ ସମସ୍ତ ପୂଜା ମଣ୍ଡପ ପାଖରେ ଡଷ୍ଟ ବିନ ରଖିବା ପାଇଁ ନିଷ୍ପତ୍ତି ନେଇଛି ବିଏମ୍‌ସି।

ପୂଜା ମଣ୍ଡପ ଆଗରେ ଥିବା ରୋଡ଼ଉପରେ କୌଣସି ଜିନିଷ ନ ପକାଇବା, ସିନିଅର ସିଟିଜନଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ସହ ସମସ୍ତ ପୂଜା ମଣ୍ଡପ ପାଖରେ ରହିବ ଆମ୍ବୁଲାନ୍ସ ଓ ମେଡିକାଲ ଟିମ୍‌। ହଜାର ହଜାର ଭକ୍ତଙ୍କ ସାମଗମ ପାଇଁ ମଣ୍ଡପ ପାଖରେ ମୋବାଇଲ ଟଇଲେଟ ଦିଆଯିବ। ୱାଟର ଟାଙ୍କର ମଧ୍ୟ ରହିବ। ପ୍ରଥମ ଥର ପାଇଁ ବିଏମ୍‌ସି ପ୍ରତି ପୂଜା ମଣ୍ଡପରେ କ୍ୟାମ୍ପ କରିବ, ଯେଉଁଥିରେ ୨୪ ଘଣ୍ଟା କର୍ମଚାରୀ ରହିବେ। ସ୍ଥାନୀୟ କର୍ପୋରେଟର ମଧ୍ୟ ଆସିବେ। ପୂଜା କମିଟିରେ ଯଦି କୌଣସି ସମସ୍ୟା ହେଲା ବିଏମ୍‌ସି ସହ ସଙ୍ଗେ ସଙ୍ଗେ ଯୋଗାଯୋଗ କରି ସମସ୍ୟା ସମାଧାନ କରାଯିବା। ନିଆଁ ଉପରେ ଗୁରୁତ୍ବ ଦେବାକୁ ମଧ୍ୟ ନିଷ୍ପତ୍ତି ହୋଇଛି। ଡିଜେ ଏବଂ ଲେଜର ଲାଇଟର ବ୍ୟବହାର ଉପରେ ଧ୍ୟାନ ଦେବାକୁ ଗୁରୁତ୍ୱ ଦେଇଛି ବିଏମ୍‌ସି। ଭସାଣି ଏବଂ ବିସର୍ଜନ କେମିତି ଶୃଙ୍ଖଳିତ ହବ ଗୁରୁତ୍ୱ ଦିଆଯିବା ସହ ବିସର୍ଜନ ପାଇଁ ବଡ଼ ଅସ୍ଥାୟୀ ପୋଖରୀ ନିର୍ମାଣ କରାଯିବ। ମଣ୍ଡପ ଗୁଡିକ ସ୍ୱଚ୍ଛ, ସୁନ୍ଦର ଏବଂ ପଲିଥିନ ମୁକ୍ତ ପାଇଁ ସମସ୍ତ ଙ୍କ ସହଯୋଗ ଲୋଡ଼ିଛି। ମା’ଙ୍କ ପୂଜା କିଭଳି ଭାବରେ ସୁରକ୍ଷିତ ଏବଂ ସୁନ୍ଦର ହବ ଏବଂ ସମସ୍ତ ଶ୍ରଦ୍ଧାଳୁ ସୁରକ୍ଷିତ ଭାବରେ ମା’ଙ୍କ ଦର୍ଶନ ଏବଂ ପୂଜାର୍ଚ୍ଚନା କରିପାରିବେ ସେଥିପାଇଁ ସମସ୍ତ ବିଭାଗକୁ ନେଇ ବିଏମ୍‌ସିରେ ବୈଠକ କରିଥିବା ବେଳେ ଏଥିରେ ସମସ୍ତ ପୂଜା କମିଟିର କର୍ମକର୍ତ୍ତା ଉପସ୍ଥିତ ଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button