ଓଡିଶା

ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ରାଖିପୂର୍ଣ୍ଣିମା ପାଳନ – bajravana

[ad_1]

ମାଲକାନଗିରି: ପ୍ରଜାପିତା ବ୍ରହ୍ମାକୁମାରୀ ବିଶ୍ବବିଦ୍ୟାଳୟ ମାଲକାନଗିରି ଶାଖା କାର୍ଯ୍ୟାଳୟରେ ରାଖି ପୂର୍ଣ୍ଣିମା ପାଳିତ ହୋଇଛି। ବ୍ରହ୍ମକୁମାରୀ ରାଜଯୋଗିନୀ ଜୟନ୍ତୀ ଦିଦିଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ରତ୍ନାକର ସାହୁ, ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ମାନସ ମାଡକାମୀ, ପୂର୍ବତନ ପୌର ଅଧ୍ୟକ୍ଷା ରାଜବନ୍ତ କର, ସମ୍ବାଦ ମାଲକାନଗିରି ଜିଲ୍ଲା ପ୍ରତିନିଧି ଜ୍ଞାନଚାନ୍ଦ ଜଗନ୍ନାଥ ଯୋଗ ଦେଇ ରାଖିର ମହତ୍ବ ବିଷୟରେ ପ୍ରକାଶ କରିଥିଲେ। ଏଥିରେ ବ୍ରହ୍ମକୁମାରୀ ଭଉଣୀମାନେ ବନ୍ଦାପନା କରି ମିଠା ଖୁଆଇ ଭାଇମାନଙ୍କ ହାତରେ ରାଖି ବାନ୍ଧିଥିଲେ। ସମସ୍ତ ଅତିଥିମାନଙ୍କୁ ଉପଢ଼ୌକନ ଓ ଉପହାର ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ବିକେ ପ୍ରଶାନ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ବିକେ ଅରୁଣ ଓ ବିକେ ଧିରେନ ସହଯୋଗ କରିଥିଲେ। ଏହାପରେ ବ୍ରହ୍ମକୁମାରୀ ଭଉଣୀମାନେ ମାଲକାନଗିରି ଏସପି ନିତେଶ ୱାଧୱାନୀ, ବିଏସଏଫ୍ କ୍ୟାମ୍ପ, ଚିକିତ୍ସାଳୟ ଓ ବିଭିନ୍ନ ଅନୁଷ୍ଠାନର ସଦସ୍ୟମାନଙ୍କ ହାତରେ ରାଖି ବାନ୍ଧିଥିଲେ।

ମାଟିଲଗ୍ନା ସାହିତ୍ୟ ସଂସଦ ପକ୍ଷରୁ ମାଲକାନଗିରି ଶାଖା ପକ୍ଷରୁ ଆଜି ବିଏସଏଫ କ୍ୟାମ୍ପ ଠାରେ ରାଖି ପୂର୍ଣ୍ଣମା ପାଳନ ହୋଇଯାଇଛି। ସଂସଦର ସଭାପତି କିଶୋର ଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବିଏସଏଫ ଡିଆଇଜି ଶୈଳେନ୍ଦ୍ର କେ ସିହ୍ନା, ଦ୍ବିତୀୟ କମାଣ୍ଡେଣ୍ଟ ଏସ ଗୁରୁରାଜ, ଡେପୁଟୀ କମାଣ୍ଡେଣ୍ଟ ଶୁଭଞ୍ଜନ ମହାପାତ୍ର, ସହକାରୀ କମାଣ୍ଡଣ୍ଟ ଶ୍ରଦ୍ଧାକର ପାଢ଼ୀ, ପୂର୍ବତନ ଅଧ୍ୟାପକ ସରୋଜ କୁମାର ଦାସ, ସମ୍ପାଦୟ ଜୟନ୍ତ କୁମାର ମହାଲିକ, ଶିକ୍ଷାବିତ୍ ସୀମାଞ୍ଚଳ ପଣ୍ଡା ସମେତ ବିଏସ୍‌ଏଫ୍‌ ଯବାନମାନଙ୍କୁ ମିଠା ଖୁଆଇ ସଂସଦର ସଦସ୍ୟମାନେ ସେମାନଙ୍କ ହାତରେ ରାଖି ବାନ୍ଧିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button