ଓଡିଶା

ଶିଳ୍ପାନୁଷ୍ଠାନ ବିପର୍ଯ୍ୟୟ ପରିଚାଳନା ସମୀକ୍ଷା ବୈଠକ ଅନୁଷ୍ଠିତ – bajravana

[ad_1]

ଖୋର୍ଦ୍ଧା: ପ୍ରାକୃତିକ ବିପର୍ଯ୍ୟୟ ଓ ଅନ୍ୟ ଯାନ୍ତ୍ରିକ ଦୁର୍ଘଟଣା ସମୟରେ ଜିଲ୍ଲାରେ ଥିବା ବିଭିନ୍ନ ଶିଳ୍ପାଞ୍ଚଳ ଓ ଶିଳ୍ପ ପ୍ରତିଷ୍ଠାନଗୁଡ଼ିକରେ ପରିଚାଳନା ନିମନ୍ତେ କେଉଁ ବ୍ୟବସ୍ଥା କରାଯାଇଛି। ବ୍ୟବସ୍ଥାଗୁଡ଼ିକର ସଠିକ ରକ୍ଷଣାବେକ୍ଷଣ ହେଉଛି କି ନାହିଁ ସେନେଇ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।

ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଡିଷ୍ଟ୍ରିଟ୍‌ କ୍ରାଇସିସ ଗ୍ରୁପ୍‌ର ବୈଠକରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀ ଅଧ୍ୟକ୍ଷତା କରିଥିଲେ। ଶିଳ୍ପ ପ୍ରତିଷ୍ଠାନ, ଅନୁଷ୍ଠାନ, କାରଖାନାଗୁଡ଼ିକରେ ଦୁର୍ଘଟଣା ସମୟରେ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ବୟ ରକ୍ଷା କରି ବିପର୍ଯ୍ୟୟର ପରିଚାଳନା କରିବା, ଦୁର୍ଘଟଣା ଦ୍ବାରା ପରିବେଶ ଓ ଶିଳ୍ପାନୁଷ୍ଠାନର କର୍ମଚାରୀ, ଶ୍ରମିକ, ଆଖପାଖ ଜନବସତି ଓପରିବେଶ ଉପରେ ପଡ଼ୁଥିବା ପ୍ରତିକୂଳ ପ୍ରଭାବକୁ ହ୍ରାସ କରିବା ଆଦି ନେଇ ଆଲୋଚନା କରିଥିଲେ। ଭୁବନେଶ୍ବର ଫେକଟୋରିସ୍‌ ଆଣ୍ଡ ବୟିଲେର୍ସର (କାରଖାନା ଓବାଷ୍ପିତ୍ର ବିଭାଗ) ଅଧିକାରୀମାନେ ଜିଲ୍ଲାରେ ଚିହ୍ନିତ କରାଯାଇଥିବା ବୃହତ କାରଖାନା ଯେପରି,ଜଟଣୀର ଆଇଓସିଏଲ୍‌, ବିପିସିଏଲ୍‌ ଓ ଏଚପିସିଏଲ୍‌ ବୋଟଲିଂ କାରଖାନା, ଆଇଓସିଏଲ୍‌ ପିଆର୍‌ପିଏଲ୍‌, ଅନମୋଲ୍‌ ଇଣ୍ଡଷ୍ଟ୍ରିଜ୍‌, ନୀଳାଚଳ ପେଟ୍ରୋପ୍ରଡକ୍ଟସ ପ୍ରାଃଲିଃ, ଲିଙ୍ଗରାଜ ବିସ୍କୁଟ୍‌ସ, ୱଟ୍‌କୋ ଆଦିରେ ଦୁର୍ଘଟଣା ପରିଚାଳନା ବ୍ୟବସ୍ଥା ସମ୍ପର୍କରେ ତଥ୍ୟ ରଖିଥିଲେ। ଏହା ସହ ବିଗତ ଦିନରେ ଜିଲ୍ଲାରେ କେତେକ ଶିଳ୍ପାନୁଷ୍ଠାନରେ ଘଟିଥିବା ଦୁର୍ଘଟଣା ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା। ସେହିଭଳି ମାରତ୍ମକ ରାସାୟନିକ ସାମଗ୍ରୀ ବ୍ୟବହାର କରୁଥିବା କାରଖାନାରେ ରାସାୟନିକ ସାମଗ୍ରୀର ରକ୍ଷଣାବେକ୍ଷଣ ଆଦି ସମ୍ପର୍କରେ ମଧ୍ୟ ବିଷଦ ଆଲୋଚନା ହୋଇଥିଲା। ଏହାପରେ ଅକସ୍ମିକ ଦୁର୍ଘଟଣାର ପରିଚାଳନା ଓପ୍ରସ୍ତୁତି ନିମନ୍ତେ ଏକ ଚିଠା ପ୍ରସ୍ତାବ ଆଗତ ଓଗୃହୀତ ହୋଇଥିଲା।

ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ  ଆରକ୍ଷୀ ଅଧୀକ୍ଷକ ସିର୍ଦ୍ଧାର୍ଥ କଟ୍ଟାରିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପଜିଲ୍ଲାପାଳ ଦୀପ୍ତି ରଞ୍ଜନ ସେଠୀ, ସିଡିଏମ୍‌ଓ ଡା ଆର୍ତବନ୍ଧୁ ନାୟକ, ଜିଲ୍ଲା ଶିକ୍ଷାଧିକାରୀ ବିଶ୍ବନାଥ ତରାଇ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଜ୍ୟୋତ୍ସ୍ନାମୟୀ ଆଚାର୍ଯ୍ୟଙ୍କ ସହ ଅନ୍ୟ ସହଯୋଗୀ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button