ଓଡିଶା

ସୁନ୍ଦରଗଡ଼ ଜିଲ୍ଲା ପୁରୁଷ ଫୁଟବଲ ଉଦଯାପିତ; ବାଲିଶଙ୍କରା ଷ୍ଟାର୍ ଏକାଦଶ ଚାମ୍ପିଅନ – bajravana

[ad_1]

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କ୍ରୀଡ଼ା ସଂସଦ ଆନୁକୂଲ୍ୟରେ କ୍ରୀଡ଼ା ସଂସଦ ଷ୍ଟାଡିୟମ୍ ଠାରେ ଆୟୋଜିତ ସୁନ୍ଦରଗଡ଼ ବରିଷ୍ଠ ପୁରୁଷ ଫୁଟବଲ ଚାମ୍ପିଅନସିପ ଉଦଯାପିତ ହୋଇଯାଇଛି। ଅକ୍ଟୋବର ୧ ତାରିଖରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ୫ ଦିନ ଧରି ଚାଲିଥିଲା। ୪ ତାରିଖ ସେମିଫାଇନାଲରେ ନଦୀସୁଗୁଡ଼ାର ଅଙ୍କଲ କ୍ଲବ୍ ଓ ବାଲିଶଙ୍କରାର ଷ୍ଟାର୍ ଏକାଦଶ ବିଜୟୀ ହୋଇ ଫାଇନାଲକୁ ଆସିଥିଲେ। ଗୁରୁବାର ଫାଇନାଲ ଖେଳର ୩୩ ମିନିଟରେ ବାଲିଶଙ୍କରା ଦଳର ସଞ୍ଜୟ ଟପ୍ପୋ ଗୋଲ୍ କରି ଦଳକୁ ଆଗୁଆ ରଖିଥିଲେ। କିନ୍ତୁ ଖେଳର ୪୮ ମିନିଟରେ ନଦୀସୁଗୁଡ଼ା ଦଳର ଚିତ୍ର ପ୍ରଧାନ ଏକ ଚିତ୍ତାକର୍ଷକ ଗୋଲ୍ ମାରି ଖେଳକୁ ସମାନସ୍ଥିତିକୁ ନେଇ ଆସିଥିଲେ।

ନିର୍ଦ୍ଧାରିତ ସମୟରେ ଖେଳର କୌଣସି ଫଳାଫଳ ନ ହେବାରୁ ପେନାଲ୍ଟି ସୁଟ୍ ଆଉଟ୍ ମାଧ୍ୟମରେ ଷ୍ଟାର୍ ଏକାଦଶ ବାଲିଶଙ୍କରା ଦଳ ପ୍ରତିପକ୍ଷ ଅଙ୍କଲ କ୍ଲବ୍ ଦଳଠାରୁ ୩-୨ ଗୋଲରେ କରି ବିଜୟୀ ହୋଇଥିଲା। ବିଜୟୀ ଦଳକୁ ଚାମ୍ପିଅନ ଟ୍ରଫି ସହିତ ନଗଦ ୫୦ ହଜାର ଟଙ୍କା ଓ ଉପବିଜେତା ଦଳକୁ ରନର୍ସ ଅପ୍ ଟ୍ରଫି ସହିତ ନଗଦ ୩୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଖେଳକୁ ରେଫରୀ ଲକ୍ଷ୍ମଣ ସେଠ, ନିତ୍ୟାନନ୍ଦ ମେହେର, ସନ୍ୟାସୀ ମୁଣ୍ଡା, ଅଶୋକ ପାଣ୍ଡବ ପରିଚାଳନା କରିଥିଲେ। ଜାତୀୟ ରେଫରି ଦୁର୍ଗାମାଧବ ନାଏକ ମ୍ୟାଚ୍ କମିଶନର ଦାୟିତ୍ଵ ତୁଲାଇଥିଲେ। ଚୟନକର୍ତ୍ତା ଭାବେ ପୂର୍ବତନ ଫୁଟବଲ ଖେଳାଳି ମନୋଜ କୁମାର ସୁନାନୀ ଓ ଚିତ୍ତରଞ୍ଜନ ନାଏକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଏକ ମ୍ୟାଚରେ ଗୋଡ଼ ଭାଙ୍ଗି ଗୁରୁତର ଥିବା ଜିଲ୍ଲାର ଜାତୀୟ ସନ୍ତୋଷ ଟ୍ରଫି ଖେଳାଳି ଜମିର ଓରାମଙ୍କୁ ଚିକିତ୍ସା ପାଇଁ ଜିଲ୍ଲା କ୍ରୀଡ଼ା ସଂସଦ ତରଫରୁ ୧୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା।

ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଜୟ ଜଗନ୍ନାଥ ଟ୍ରକରସ୍ ଆସୋସିଏସନ୍ ଅଧ୍ୟକ୍ଷ ତଥା ମାତାରାନୀ ଟ୍ରାନ୍ସପୋର୍ଟ ଓ ମାତାରାନୀ ରିସୋର୍ସେସ ପ୍ରାଇଭେଟ୍ ଲିମିଟେଡର ନିର୍ଦ୍ଦେଶକ ବିଶିଷ୍ଟ ବ୍ୟବସାୟୀ ସଞ୍ଜୟ ନନ୍ଦ, ସ୍ଵତନ୍ତ୍ର ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ୟ କୁମାର ପଧାନ ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟତମ ଅତିଥି ରୂ‌ପେ ବାଲିଶଙ୍କରା ପଞ୍ଚାୟତସମିତି ଅଧ୍ୟକ୍ଷା‌ କୁଞ୍ଜଲତା ଭିତିରିଆ ମଞ୍ଚାସୀନ ଥିଲେ। ଜିଲ୍ଲା କ୍ରୀଡ଼ା ସଂସଦ ସାଧାରଣ ସମ୍ପାଦକ ପ୍ରଭାତ କୁମାର ଭୋଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସଂସଦର ସହ ସମ୍ପାଦକ ଜୟଦେବ ପାତ୍ର, ଉପସଭାପତି ମେରି ଜନ ବାଗେ, ବିମଳ କୁମାର ବୋଷ, ଅଶ୍ଵିନୀ କୁମାର ଭୋଳ, କୋଷାଧ୍ୟକ୍ଷ ଦୁର୍ଗାମାଧବ ନାଏକ, ଫୁଟବଲ ସମ୍ପାଦକ ରାଜେନ୍ଦ୍ର ପଣ୍ଡା, ସଂସଦ ସଦସ୍ୟ ରୋମାଞ୍ଚ ଭାଇଁସାଲ, ସୂରଜ ଭାଇଁସାଲ, ଅଜୟ ବହିଦାର, ଶିଶିର ପଟେଲ, ପ୍ରଶାନ୍ତ ପଟେଲ, ଶ୍ୟାମ ନନ୍ଦନ ସହାୟ, ପ୍ରସାଦ ନାଏକ, ସୁଶୀଳ ପଟେଲ, ବିଶ୍ୱରଂଜନ ହୋତା ପ୍ରମୁଖ ସହଯୋଗରେ ପ୍ରତିଯୋଗିତା ସମାପିତ ହୋଇଥିଲା। ସଦସ୍ୟ ନିତ୍ୟ କୁମାର ବଳ ମଞ୍ଚ ପରିଚାଳନା କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button