ଓଡିଶା

ଓବିସି ସର୍ଭେ ରିପୋର୍ଟ ପ୍ରକାଶ କରିବା ‌ନେଇ ସରକାରଙ୍କୁ ଘେରିଲେ ବିରୋଧୀ – bajravana

[ad_1]

ଓବିସି ବର୍ଗଙ୍କୁ ରାଜ୍ୟ ସରକାର ହକ୍‌ରୁ ବଞ୍ଚିତ କରୁଛନ୍ତି: ବିଜେପି

ଭୁବନେଶ୍ବର: ରାଜ୍ୟ ଓବିସି କମିସନ ଓବିସି ସର୍ଭେ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଥିବାବେଳେ ଏହାକୁ ରାଜ୍ୟ ସରକାର କାହିଁକି ଚାପି ରଖିଛନ୍ତି ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି। କଂଗ୍ରେସ କହିଛି ଯେ ରାଜ୍ୟ ସରକାର ଓବିସି ଗଣନା ନେଇ ଜୋରଦାର ଆତ୍ମପ୍ରଚାର କରିଥିବାବେଳେ ଏହି ରିପୋର୍ଟ କୁଆଡ଼େ ଗଲା? ସେହିପରି ବିଜେପି ଦାବି କରିଛି ଯେ ରାଜ୍ୟ ସରକାର ତୁରନ୍ତ ଓବିସି ସର୍ଭେ ରିପୋର୍ଟକୁ ସାର୍ବଜନୀନ କରନ୍ତୁ। ଆଜି ପିସିସି ସଭାପତି ଶରତ ପଟ୍ଟନାୟକ ଏକ ପ୍ରେସ୍‌ ବିବୃତିରେ କହିଛନ୍ତି ଯେ ରାଜ୍ୟ ସରକାର କାଳବିଳମ୍ବ ନ କରି ଓଡ଼ିଶାରେ ଜାତିଭିତ୍ତିକ ଜନଗଣନା କରନ୍ତୁ। ବିହାରରେ ପଛୁଆବର୍ଗ ଓ ଅତି ପଛୁଆ ବର୍ଗର ସମୁଦାୟ ଜନସଂଖ୍ୟା ୬୩%। ମାତ୍ର ଓଡ଼ିଶାରେ ଏହି ସମୁଦାୟର ଜନସଂଖ୍ୟା କେତେ ତାହାର କୌଣସି ତଥ୍ୟ ରାଜ୍ୟ ସରକାରଙ୍କ ପାଖରେ ନାହିଁ। ଏହାଦ୍ବାରା ଏହି ବର୍ଗ ସାମାଜିକ ନ୍ୟାୟ ବ୍ୟବସ୍ଥାରୁ ବାଦ୍ ପଡ଼ୁଛନ୍ତି। ଜାତିଭିତ୍ତିକ ଜନଗଣନା ବିନା ରାଜ୍ୟରେ ଥିବା ପଛୁଆବର୍ଗ ଓ ପଛୁଆବର୍ଗଙ୍କ ଭିତରେ ଥିବା ବିଭିନ୍ନ ଅତି ଗରିବ ପଛୁଆବର୍ଗଙ୍କୁ ଚିହ୍ନଟ କରାଯାଇପାରୁନାହିଁ।

ଓବିସି ବର୍ଗଙ୍କୁ ରାଜ୍ୟ ସରକାର ହକ୍‌ରୁ ବଞ୍ଚିତ କରୁଛନ୍ତି: ବିଜେପି
ଗଣନା ନେଇ ଆତ୍ମପ୍ରଚାର କଲେ, ରିପୋର୍ଟ କୁଆଡ଼େ ଗଲା: କଂଗ୍ରେସ

ରାଜ୍ୟରେ ପଛୁଆବର୍ଗ ଓ ସାମାଜିକ ଓ ଅର୍ଥନୈତିକ ପଛୁଆବର୍ଗଙ୍କ ସଂଖ୍ୟା ପ୍ରାୟ ୫୪% ବୋଲି ଅନୁମାନ କରାଯାଉଛି। ଏ ରିପୋର୍ଟଙ୍କୁ କାହିଁକି ପ୍ରକାଶ କରୁନାହାନ୍ତି? ଶ୍ରୀ ପଟ୍ଟନାୟକ ପ୍ରସ୍ତାବ ଦେଇଛନ୍ତି ଯେ ଜାତିଭିତ୍ତିକ ଜନଗଣନା ପାଇଁ ରାଜ୍ୟ ସରକାର ଗୋଟିଏ ଦିନ ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଇ ଏହାର ରୂପରେଖ କ’ଣ ହେବ ଓ ଏହାକୁ କିଭଳି କାର୍ଯ୍ୟକାରୀ କରାଯିବ ତାହା ଉପରେ ଆଲୋଚନା କରନ୍ତୁ। ୨୦୨୪ସୁଦ୍ଧା ରାଜ୍ୟ ସରକାର ଯଦି ଏହାକୁ ପ୍ରକାଶ ନ କରନ୍ତି ତେବେ କଂଗ୍ରେସ କ୍ଷମତାକୁ ଫେରିଲେ ଜାତିଭିତ୍ତିକ ଜନଗଣନା କରିବ। ସେହିପରି ବିଜେପି ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ବାଳ କହିଛନ୍ତି ଯେ ଓଡ଼ିଶାରେ ଥିବା ଓବିସି ବର୍ଗଙ୍କ ବିଜେଡି ସରକାର ଜାଣିଶୁଣି ଉପେକ୍ଷା କରି ଚାଲିଛି। ବହୁ ପ୍ରତିକ୍ଷିତ ସର୍ଭେ ରିପୋର୍ଟ ଗଲା କୁଆଡେ? ଯଦି ତାଲିକା ଜାତି ତାଲିକା ସମ୍ପୂର୍ଣ ନୁହେଁ ସର୍ଭେ କାହାର ହେଲା। ଯେଉଁମାନେ ରାଜ୍ୟ ବାହାରେ ଅଛନ୍ତି ତାଙ୍କର ସର୍ଭେ କିପରି ହେଲା। ଓଡ଼ିଶା ସରକାର ଓବିସି ବର୍ଗଙ୍କୁ ନିଜେ ତ କିଛି ଦେଇ ନାହାନ୍ତି, ଯାହା ମିଳୁଥିଲା ତାକୁ କାଟି ଦେଇଛନ୍ତି। ଯେଉଁ ଆଧାରରେ ଦେବୁ ବୋଲି କହି ସର୍ଭେ କଲେ ସେ ସର୍ଭେ ତ୍ରୁଟି ଶୂନ୍ୟ ନୁହେଁ। ରାଜ୍ୟ ସରକାର ତୁରନ୍ତ ଓବିସି ସର୍ଭେ ରିପୋର୍ଟକୁ ସାର୍ବଜନୀନ କରନ୍ତୁ ବୋଲି ଶ୍ରୀ ବିଶ୍ବାଳ ଦାବି କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button