ଅପରାଧ

ଦିନରେ ଲଣ୍ଠନ ଦେଖାଇଲା: ନକଲି ସୁନା ବନ୍ଧକରେ ୧.୫ ଲକ୍ଷ ନେଇ ଛୁ’ – bajravana

[ad_1]

ଭୁବନେଶ୍ବର: କଥାରେ ଅଛି, ଦିନରେ ଲଣ୍ଠନ ଦେଖାଇ ଠକିଦେଲା ବା ଆଖିରେ ଆଙ୍ଗୁଠି ଗେଞ୍ଜି ଠକିନେଲା। ଆଜି ଲକ୍ଷ୍ମୀସାଗର ଥାନାରେ ହୋଇଥିବା ଏକ ଠକେଇ ଅଭିଯୋଗରୁ ପ୍ରମାଣିତ ହୋଇଛି ଯେ ଏହା କେବଳ ଏକ ଲୋକକଥା ନୁହେଁ, ଏମିତି ବି ଘଟେ। ଘଟଣାଟି ଏମିତି। ଆଜି ଜଣେ ଧୂର୍ତ୍ତ ଲକ୍ଷ୍ମୀସାଗରସ୍ଥିତ ଏକ ଘରୋଇ ଫାଇନାନ୍‌ସ କାର୍ଯ୍ୟାଳୟକୁ ସୁନା ବନ୍ଧକ ରଖିବାକୁ ଆସିଥିଲା। ବନ୍ଧକ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରିବା ଭିତରେ ସେ କହିଥିଲା ଯେ ସେ କିଛି ସୁନା ଅନ୍ୟ ଏକ ଫାଇନାନ୍‌ସ ଅଫିସ୍‌ରେ ବନ୍ଧକ ରଖି ଋଣ କରିଛି ଏବଂ ଉକ୍ତ ଋଣକୁ କ୍ଲୋଜ୍‌ କରିବାକୁ ଚାହୁଛି।

ଏହି ଆଲୋଚନା ଭିତରେ ସେ ନିଜର ପରିଚୟ ପତ୍ର ଓ ଅନ୍ୟ ଫାଇନାନ୍‌ସ କମ୍ପାନିରେ କରିଥିବା ଋଣ କାଗଜପତ୍ର ଦେଖାଇଥିଲା। ଏହାପରେ ବନ୍ଧକ ଅଧିକାରୀ ତା’ ସହିତ ଅନ୍ୟ ଫାଇନାନ୍‌ସ କାର୍ଯ୍ୟାଳୟକୁ ଯାଇ ଋଣ ଟଙ୍କା ପରିଶୋଧ କରିବା ସହ ବନ୍ଧକ ସୁନା ଧରି ଫେରିଥିଲେ। ବନ୍ଧକ ଅଧିକାରୀ ନିଜ କାର୍ଯ୍ୟାଳୟରେ କାଗଜପତ୍ର ପ୍ରସ୍ତୁତ କରିବା ସହ କଥା ଅନୁସାରେ ଧୂର୍ତ୍ତକୁ ଦେଢ଼ ଲକ୍ଷ ଟଙ୍କା ଦେଇଥିଲେ। କିନ୍ତୁ ଏହା ଭିତରେ ଧୂର୍ତ୍ତ କେତେବେଳେ ଅସଲି ସୁନା ଥିବା ପ୍ୟାକେଟ୍‌କୁ ବଦଳାଇ ନକଲି ସୁନା ରଖିଦେଇଥିଲା। ଧୂର୍ତ୍ତ ଦେଢ଼ ଲକ୍ଷ ଟଙ୍କା ଧରି ପଳାଇବା ପରେ ବନ୍ଧକ ଅଧିକାରୀ ସୁନା ଯାଞ୍ଚ କରିଥିଲେ। କିନ୍ତୁ ସେତେବେଳକୁ ଧୂର୍ତ୍ତ ଛୁ’ ମାରିସାରିଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button