ଟିକସ ଫାଙ୍କିବା ଅଭିଯୋଗରେ ଜିଏସଟି ଚଢଉ: ରାଇସ ମିଲ ନାଁରେ ସିମେଣ୍ଟ, ଛଡ ଟ୍ରେଡିଂ କରୁଥିଲେ – bajravana
[ad_1]
ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ସରର ମୁଖ୍ୟ ରାସ୍ତାକଡ଼ରେ ଥିବା ବ୍ୟବସାୟୀ ଦେବରାଜ ପାତ୍ରଙ୍କ ଘର, କାର୍ଯ୍ୟାଳୟ ଓ ତାଙ୍କ କ୍ରିଷ୍ଣା ରାଇସ ମିଲ ଉପରେ ଜିଏସଟି ଚଢଉ କରିଥିବା ଜଣାପଡିଛି। ଦ୍ବିପ୍ରହରରୁ ରାତି ପର୍ଯ୍ୟନ୍ତ ଜିଏସଟି ବିଭାଗର ଅଧିକାରୀମାନେ କାଗଜ ପତ୍ର ତଲାସି ତଥା ଯାଞ୍ଚ କରୁଥିବା ଜଣାପଡିଛି।
ଟିକସ ଫାଙ୍କି ଅଭିଯୋଗରେ ପାଟଣାଗଡ଼ ବ୍ୟବସାୟୀ ଦେବରାଜ ପାତ୍ରଙ୍କ ଘର, କାର୍ଯ୍ୟାଳୟ ଓ ମିଲ ତଥା ଗୋଦାମରେ ସିଟି ଓ ଜିଏସଟି ବିଭାଗ ପକ୍ଷରୁ ଚଢଉ କରା ଯାଇଥିବା ଜଣାପଡିଛି। ବଲାଙ୍ଗୀର ସିଟି ଓ ଜିସଟି ଡେପ୍ୟୁଟି କମିସନର କିଶୋର ଚନ୍ଦ୍ର ମେହେରଙ୍କ ସହ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନଙ୍କୁ ମିଶାଇ ୧୫ ଜଣିଆ ଟିମ୍ ଚଢଉ କରିଛନ୍ତି। ଦେବରାଜ ଶ୍ରୀ କ୍ରିଷ୍ଣା ରାଇସ ମିଲ ନାମରେ ସିମେଣ୍ଟ ଓ ଲୁହା ଛଡ ବେପାର କରୁଥିଲେ। ତେବେ ଟିକସ ଫାଙ୍କୁଥିବା ଅଭିଯୋଗ ନେଇ ଦେବରାଜଙ୍କ ଘର, କାର୍ଯ୍ୟାଳୟ, ଗୋଦାମ ଓ ମିଲ ତଥା ଗୋଦାମରେ ଚଢଉ କରିଥିବା ଜଣାପଡିଛି। ଦେବରାଜଙ୍କ ଅଫିସ ଓ ଘର ବିଭିନ୍ନ କାଗଜପତ୍ର ତଲାସି କରୁଥିବା ଜଣାପଡିଛି।
ତେବେ ଦେବରାଜ ନିଜ ଫାର୍ମକୁ ଶ୍ରୀ କ୍ରିଷ୍ଣ୍ରା ରାଇସ ମିଲ ନାମରେ ପଞ୍ଜିକୃତ କରିଥିବା ବେଳେ ମିଲ ତଥା ଗୋଦାମ, ଅଫିସରୁ ସିମେଣ୍ଟ ଓ ଲୁହାଛଡ ରହିଥିବା ଦେଖିବାକୁ ମିଳିଥିଲା। ଏହାକୁ ଦେଖିବା ପରେ ଜିଏସଟି ବିଭାଗ ପକ୍ଷରୁ ଅଧିକ ତଦନ୍ତ କରୁଥିବା ବେଳେ ଶ୍ରୀକ୍ରିଷ୍ଣା ରାଇସ ମିଲ ନାଁ ରେ ଏକ ଏମେଣ୍ଡମେଣ୍ଟ କରି ସିମେଣ୍ଟ ଓ ଲୁହାଛଡ ଟେଡିଂ କରୁଥିବା ନେଇ ହେପ୍ୟୁଟି କମିଶନର ଶ୍ରୀ ମେହେର କହିଛନ୍ତି।
[ad_2]