ଅପରାଧ

ଶିଶୁପାଳଗଡ଼ ଗଣ୍ଡଗୋଳ ମାମଲା: ମୁଖ୍ୟ ଅଭିଯୁକ୍ତ ଉତ୍ତମ ସମେତ ସୌମ୍ୟ ଗିରଫ – bajravana

[ad_1]

ଧଉଳି: ଶିଶୁପାଳଗଡ଼ ଅଞ୍ଚଳରେ ଗତ ଅଗଷ୍ଟ ୨୮ରେ ଖଣ୍ଡା ଓ ଚାପଡ଼ରେ ଆତଙ୍କ ସୃଷ୍ଟି କରୁଥିବା ଗ୍ୟାଙ୍ଗର ମୁଖ୍ୟ ଅଭିଯୁକ୍ତ ସମେତ ଅନ୍ୟ ଜଣେ ସହଯୋଗୀକୁ ଆଜି ଧଉଳି ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଦୁଇଜଣ ହେଲେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶିଶୁପାଳଗଡ଼ର କୁଖ୍ୟାତ ଅପରାଧୀ ଉତ୍ତମ ମହାପାତ୍ର (୨୪) ଏବଂ ସ୍ଥାନୀୟ ନାଥପୁର ଗ୍ରାମର ସୌମ୍ୟରଞ୍ଜନ ସାହୁ (୨୨)। ସେମାନଙ୍କ ନିକଟରୁ ପୁଲିସ ଗଣ୍ଡଗୋଳରେ ବ୍ୟବହୃତ ଦୁଇଟି ଖଣ୍ଡା ଓ ବାଇକ୍‌ ଜବତ କରିଛି। ଉଭୟ ଉତ୍ତମ ଏବଂ ସୌମ୍ୟର ଜାମିନ ଖାରଜ ହୋଇଯିବାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।

ଏସିପି ଗିରିଜା ଶଙ୍କର ଚକ୍ରବର୍ତ୍ତୀଙ୍କ ସୂଚନା ଅନୁସାରେ ଉଭୟ ଉତ୍ତମ ଏବଂ ସୌମ୍ୟ ନାମରେ ଧଉଳି, ଲିଙ୍ଗରାଜ, ପୁରୁଣା ଭୁବନେଶ୍ବର, ବଡ଼ଗଡ଼, ଲକ୍ଷ୍ମୀସାଗର ଏବଂ ରାଜଧାନୀର ଆଉ କିଛି ଥାନାରେ ୧୫ରୁ ଅଧିକ ସଙ୍ଗିନ ଅପରାଧିକ ମାମଲା ରହିଛି। ଉତ୍ତମ ପୂର୍ବରୁ ଏକାଧିକ ଥର ଗିରଫ ହୋଇ ଜେଲ ଯାଇଥିଲା। ପରେ ଜାମିନରେ ଆସି ପୁଣି ଅପରାଧ ସାମ୍ରାଜ୍ୟ ଚଳାଇଥିଲା। ଶିଶୁପାଳଗଡ଼ ଗୋଷ୍ଠୀ ସଂଘର୍ଷ ମାମଲାରେ ଉତ୍ତମ ଟିମ୍‌ର ମୁଖ୍ୟ ଥିଲା। ଉତ୍ତମ ଏବଂ ସୌମ୍ୟ ଉଭୟ ପେସାଦାର ଅପରାଧୀ ହୋଇଥିବାରୁ ସେମାନଙ୍କୁ ୧୧୦ ଏବଂ ଏନଏସଏରେ ବୁକ୍‌ କରାଯିବା ପାଇଁ ଦସ୍ତାବିଜ ପ୍ରସ୍ତୁତି ଆରମ୍ଭ ହୋଇଥିବା ଶ୍ରୀ ଚକ୍ରବର୍ତ୍ତୀ କହିଛନ୍ତି। ଗତ ୨୨ ତାରିଖରେ ସ୍ପେସାଲ ସ୍କ୍ବାଡ୍‌ ଏବଂ ଧଉଳି ପୁଲିସ ମିଳିତ ଚଢ଼ଉ କରି ଉତ୍ତମ ଏବଂ ସୌମ୍ୟକୁ ଖୋର୍ଦ୍ଧାରୁ କାବୁ କରିଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button