ଦୁଇ ଦିନିଆ ରିମାଣ୍ଡରେ କୋଟିପତି ଲୁଟେରା ପର୍ଶୁ: ମିଳିଲା ଆହୁରି ଟଙ୍କା ଓ ଗହଣା, ଭଙ୍ଗାହେବ ଘର – bajravana
[ad_1]
ଭୁବନେଶ୍ବର: କୁଖ୍ୟାତ କୋଟିପତି ଲୁଟେରା ପର୍ଶୁରାମ ଗିରିକୁ କମିସନରେଟ୍ ପୁଲିସ ଆଜିଠୁ ଦୁଇ ଦିନିଆ ରିମାଣ୍ଡରେ ଆଣି ମାରାଥନ୍ ଜେରା କରିଛି। ଆଜି ପ୍ରଥମ ଦିନ ଜେରାରେ ପର୍ଶୁର ଗୋଟିଏ ପରେ ଗୋଟିଏ ଅପରାଧିକ ଗୁମର ଖୋଲିବାରେ ଲାଗିଛି। ସେ ନିଜ ଘର ଛଡ଼ା ସମ୍ପର୍କୀୟଙ୍କ ଘରେ ପୁଳା ପୁଳା ଟଙ୍କା ରଖିଛି। ସୁଧରେ ବି ଟଙ୍କା ଲଗାଇଛି। ଟଙ୍କା ଛଡ଼ା ବିପୁଳ ପରିମାଣର ଗହଣା ରଖିଛି। ଏପରିକି ଚୋରି ସୁନାକୁ ବନ୍ଧକ ରଖିଛି। ଲୁଟ୍ ଟଙ୍କାରେ ସେ ଫ୍ଲାଇଟ୍ରେ ମୁମ୍ବାଇ, କୋଲକାତା, ଗୋଆ ସହରକୁ ଯାଇ ବିଳାସପୂର୍ଣ୍ଣ ହୋଟେଲ୍ରେ ଲକ୍ଷ ଲକ୍ଷ ଟଙ୍କା ଉଡ଼ାଇଛି ବୋଲି ଜେରା ବେଳେ ଜଣାପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସେ ଆହୁରି ଅପରାଧ ଘଟାଇଥିବା କଥା ମଧ୍ୟ ସ୍ବୀକାର କରିଛି। ଫଳରେ ତା’ ନାଁରେ ଆଉ ୧୦ରୁ ଅଧିକ ଅପରାଧିକ ମାମଲା ଯୋଡ଼ି ହୋଇଛି। ସେହିପରି ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ପୁଳା ପୁଳା ସୁନା ଓ ବିଡ଼ା ବିଡ଼ା ଟଙ୍କା ଜବତ କରିଛି। ଅଧିକ ତଦନ୍ତ ପାଇଁ ପୁଲିସ ତାକୁ ବାଲେଶ୍ବର ସୋର ସ୍ଥିତ ପୈତୃକ ଘରକୁ ନେଇ ଚଢ଼ଉ କରିବାକୁ ଯୋଜନା କରିଥିବା ଜଣାପଡ଼ିଛି। ସେହିପରି ବସ୍ତିରେ ଥିବା ଘରଗୁଡ଼ିକୁ ଭାଙ୍ଗିବା ପାଇଁ କମିସନରେଟ୍ ପୁଲିସ ବିଏମ୍ସିକୁ ଚିଠି କରିଛି। ପ୍ରଥମ ପର୍ଯ୍ୟାୟରେ ଚିଲ୍ଲିପୋଖରୀ ନିକଟରେ ଥିବା ତା’ର ୫ବଖରା ଘରକୁ ଖୁବ୍ ଶୀଘ୍ର ଭଙ୍ଗାଯିବ। ଅନ୍ୟ କେଉଁଠି ଘର ଥିଲେ ସେ ସବୁକୁ ମଧ୍ୟ ଖୋଜି ଖୋଜି ଭଙ୍ଗାଯିବ ବୋଲି କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି।
ପର୍ଶୁରାମକୁ ୩ଦିନିଆର ରିମାଣ୍ଡରେ ଆଣିବା ପାଇଁ ବଡ଼ଗଡ଼ ଥାନା ପୁଲିସ ଆବେଦନ କରିଥିବା ବେଳେ ଦୁଇ ଦିନ ପାଇଁ ଅନୁମତି ମିଳିଛି। ଏହି ସମୟରେ ଯେଭଳି ତା’ଠାରୁ ଅଧିକରୁ ଅଧିକ ସମ୍ପତ୍ତି ଠାବ କରିହେବ ସେଥିଲାଗି ପୁଲିସ ପୁରା ଦମ୍ରେ ଲାଗିଛି। ପ୍ରକାଶ ଥାଉ କି, ଦୀର୍ଘ ୧୧ବର୍ଷ ଧରି କମିସନରେଟ୍ ପୁଲିସକୁ ଚକ୍ମା ଦେଇ ଦେଢ଼ କୋଟିରୁ ଊର୍ଦ୍ଧ୍ବ ଟଙ୍କା ଲୁଟିଥିବା କୁଖ୍ୟାତ ଲୁଟେରା ପର୍ଶୁରାମକୁ ଶେଷରେ କମିସନରେଟ୍ ପୁଲିସ ଗତ ମାର୍ଚ୍ଚ ୨୪ ତାରିଖରେ ଗିରଫ କରିଥିଲା। ତା’ଠାରୁ ନଗଦ ୨୧ ଲକ୍ଷ ଟଙ୍କା, ୭୦୦ ଗ୍ରାମ ସୁନା ଅଳଙ୍କାର, ୭ କେଜି ରୁପା ଅଳଙ୍କାର, ୨ଟି ବାଇକ୍, ଗୋଟିଏ ମୋବାଇଲ ଏବଂ ଲୁଟ୍ରେ ବ୍ୟବହୃତ ମାରଣାସ୍ତ୍ର ଜବତ ହୋଇଥିଲା। ସେହିପରି ପର୍ଶୁକୁ ଗହଣା ବିକ୍ରିରେ ସହଯୋଗ କରୁଥିବା ବଣିଆ ମହାରାଷ୍ଟ୍ରର ପ୍ରବୀଣ ବଳିରାମ ଲୋଖାଣ୍ଡେକୁ ମଧ୍ୟ ଗିରଫ କରାଯାଇଥିଲା।
[ad_2]