ମନୋରଞ୍ଜନ

ଫିଲ୍ମ ଦେଖିଲେ ନସିର ସାହେବଙ୍କ ବିବୃତି ବଦଳିଯିବ: ‘ଗଦର-୨’ ନିର୍ଦ୍ଦେଶକ – bajravana

[ad_1]

ମୁମ୍ବାଇ: ଫିଲ୍ମ ‘ଦି କଶ୍ମୀର ଫାଇଲ୍ସ’ ରିଲିଜ ହେବାର ଏକ ବର୍ଷରୁ ଅଧିକ ସମୟ ବିତିଗଲାଣି। କିନ୍ତୁ ଏହି ଫିଲ୍ମକୁ ନେଇ ବିବାଦ ଆଜି ବି ଜାରି ରହିଛି। ମଙ୍ଗଳବାର ବଲିଉଡର ବରିଷ୍ଠ ଅଭିନେତା ନସିରୁଦ୍ଦିନ ଶାହା ‘ଦି କଶ୍ମୀର ଫାଇଲ୍ସ’ ଏବଂ ‘ଗଦର-୨’ ଭଳି ଚଳଚ୍ଚିତ୍ର ବକ୍ସ ଅଫିସରେ ସଫଳ ହେବାକୁ ନେଇ ଚିନ୍ତା ବ୍ୟକ୍ତ କରିଥିଲେ। ସେ ଏହାକୁ ଏକ ବିପଜ୍ଜନକ ଟ୍ରେଣ୍ଡ ବୋଲି କହିଥିଲେ। ନସିରୁଦ୍ଦିନ ଶାହାଙ୍କ ଏଭଳି ମନ୍ତବ୍ୟ ଉପରେ ‘ଗଦର-୨’ ନିର୍ଦ୍ଦେଶକ ଅନିଲ ଶର୍ମା ପ୍ରତିକ୍ରିୟା ଦେଇଛନ୍ତି।

ସେ କହିଛନ୍ତି ଯେ, “ମୁଁ ନସିର ସାହେବଙ୍କ ବିବୃତି ପଢ଼ିଛି। ତାଙ୍କର ଏଭଳି ବିବୃତି ପଢ଼ି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଛି। ନସିର ସାହେବ ମୋତେ ଭଲଭାବେ ଜାଣନ୍ତି ଏବଂ ସେ ମଧ୍ୟ ଜାଣନ୍ତି ଯେ ମୁଁ କେଉଁ ଆଦର୍ଶକୁ ଅନୁସରଣ କରେ। ସେ ‘ଗଦର-୨’କୁ ନେଇ ଏପରି କଥା କହୁଛନ୍ତି, ଯାହା ବିଷୟରେ ଜାଣି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଛି। ମୁଁ କହିବାକୁ ଚାହେଁ ଯେ ‘ଗଦର-୨’ କୌଣସି ସମ୍ପ୍ରଦାୟ ବିରୋଧରେ ନୁହେଁ କି କୌଣସି ଦେଶ ବିରୋଧରେ ନୁହେଁ। ଦେଶପ୍ରେମକୁ ନେଇ ‘ଗଦର-୨’ ନିର୍ମାଣ ହୋଇଛି। ଏଭଳି ଫିଲ୍ମ ଲୋକମାନେ ବର୍ଷ ବର୍ଷ ଧରି ଦେଖୁଛନ୍ତି ଓ ପସନ୍ଦ କରୁଛନ୍ତି। ତେଣୁ ମୁଁ ନସିର ସାହେବଙ୍କୁ କହିବାକୁ ଚାହେଁ ଯେ ସେ ‘ଗଦର-୨’ ଦେଖିବା ପରେ ନିଶ୍ଚିତ ଭାବରେ ତାଙ୍କ ବିବୃତି ପରିବର୍ତ୍ତନ କରିବେ।”

ଏହା ପୂର୍ବରୁ ଏକ ସାକ୍ଷାତକାରରେ ‘ଦି କଶ୍ମୀର ଫାଇଲ୍ସ’ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ କହିଥିଲେ, “ମୁଁ ନସିର ସାହାବଙ୍କର ଜଣେ ବଡ଼ ପ୍ରଶଂସକ, ସେଥିପାଇଁ ମୁଁ ତାଙ୍କୁ ତାସକେଣ୍ଟ ଫାଇଲ୍ସରେ କାଷ୍ଟ କରିଥିଲି। କିନ୍ତୁ ମୁଁ ଜାଣେ ନାହିଁ ସେ କାହିଁକି ଏଭଳି କହିଛନ୍ତି। ବୋଧହୁଏ ସେ ବୃଢ଼ା ହୋଇଗଲେଣି, ନଚେତ୍ ସେ ନିଜ ଜୀବନକୁ ନେଇ ଖୁସି ନାହାନ୍ତି। ମୋତେ ଲାଗୁଛି ସେ ନିଜ ଧର୍ମକୁ ସମର୍ଥନ କରିବା ପାଇଁ ‘ଦି କଶ୍ମୀର ଫାଇଲ୍ସ’କୁ ବିରୋଧ କରୁଛନ୍ତି। କୌଣସି କାରଣରୁ, ବୋଧହୁଏ ସେ ଆତଙ୍କବାଦୀଙ୍କୁ ସମର୍ଥନ କରିବାକୁ ପସନ୍ଦ କରନ୍ତି, ହେଲେ ମୁଁ ସମର୍ଥନ କରେ ନୁହେଁ। ଆତଙ୍କବାଦ ପାଇଁ ମୋର ଶୂନ୍ୟ ସହନଶୀଳତା ଅଛି, ବୋଧହୁଏ ସେ ସେମାନଙ୍କୁ ଭଲ ପାଆନ୍ତି।”



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button