ମନୋରଞ୍ଜନ

ରାଖିଙ୍କ ପାଇଁ ୨ଜଣ ଯୁବକ ନିଜ ଜୀବନ ହାରିଥିଲେ: ତନୁଶ୍ରୀ ଦତ୍ତା – bajravana

[ad_1]

ମୁମ୍ବାଇ: ଅଭିନେତ୍ରୀ ରାଖି ସାୱନ୍ତଙ୍କ ପୂର୍ବତନ ସ୍ବାମୀ ଆଦିଲ ଖାନ ଦୁରାନୀ ନିକଟରେ ଜେଲରୁ ବାହାରକୁ ଆସିଥିଲେ। ଏହାପରେ ରାଖି ଓ ଆଦିଲ ପରସ୍ପର ଉପରେ ଦୋଷ ଲଦିବା ଆରମ୍ଭ କରି ଦେଇଥିଲେ। ଆଦିଲ, ରାଖିଙ୍କ ଉପରେ ମାନସିକ ନିର୍ଯାତନା ଦେଇଥିବାର ଅଭିଯୋଗ ଆଣିବା ସହ ରାଖି, ତାଙ୍କର ଅଶ୍ଲୀଳ ଭିଡିଓ ରଖିଥିବା କହିଥିଲେ।

ଏବେ ବଲିଉଡ ଅଭିନେତ୍ରୀ ତନୁଶ୍ରୀ ଦତ୍ତା ରାଖିଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ଆଦିଲଙ୍କ ସହ ସାମ୍ବାଦିକ ସମ୍ମିଳନୀ କରି ତନୁଶ୍ରୀ କହିଛନ୍ତି, କିଛି ବର୍ଷ ତଳେ ରାଖିଙ୍କ ପାଇଁ ୨ଜଣ ଯୁବକ ଆତ୍ମହତ୍ୟା କରିଥିଲେ। ରାଖି ସେମାନଙ୍କୁ ଜୀବନ ହାରିବାକୁ ଉସୁକାଇଥିଲେ। ହେଲେ ଏହି ମାମଲା ୪ବର୍ଷ ଚାଲିବା ପରେ ଏହାକୁ ବନ୍ଦ କରିଦିଆଯାଇଥିଲା।

ତନୁଶ୍ରୀଙ୍କ ଏଭଳି ଆରୋପ ଅଭିଯୋଗ ପରେ ଆଦିଲ ତାଙ୍କ ପିତାମାତାଙ୍କ ଅସୁସ୍ଥତା ପାଇଁ ରାଖିଙ୍କୁ ଦାୟୀ କରିଥିଲେ। ଆଦିଲ କହିଥିଲେ, ‘ରାଖିଙ୍କ ପାଇଁ ମୋର ପିତାମାତା ରକ୍ତଚାପ ଏବଂ ମଧୁମେହ ରୋଗରେ ଆକ୍ରାନ୍ତ ହୋଇଥିଲେ। କୌଣସି କାରଣ ନଥାଇ ମୋତେ ଜେଲରେ ରଖାଗଲା। ମୁଁ ଜେଲରେ ଥିବା ଜାଣିବା ପରେ ମୋ ପିତାମାତାଙ୍କ ଅବସ୍ଥା କିଭଳି ଥିବ ଆପଣମାନେ ସମସ୍ତେ କଳ୍ପନା କରିପାରୁଥିବେ। ରାଖି ମୋ ମା’ ଏବଂ ବାପାଙ୍କ ଶାରୀରିକ ଏବଂ ମାନସିକ ସ୍ବାସ୍ଥ୍ୟ ସହିତ ଖେଳିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button