ଓଡିଶା

କୋଲକାତା ଯାଉଥିଲା କେନ୍ଦୁପତ୍ର ବୋଝେଇ ପିକ୍‌ଅପ୍‌; ବାଙ୍ଗିରିପୋଷିରେ ଜବତ, ଡ୍ରାଇଭର ଫେରାର – bajravana

[ad_1]

ବାଙ୍ଗିରିପୋଷି: ଓଡ଼ିଶାରୁ କୋଲକାତା ଯାଉଥିବା ବେଳେ କେନ୍ଦୁପତ୍ର ‌ବୋଝେଇ ପିକ୍‌ଅପ୍‌ ମୟୂରଭଂଜ ଜିଲ୍ଲା ବାଙ୍ଗିରିପୋଷି ଅଞ୍ଚଳରେ ଧରାପଡ଼ିଛି। ବାଙ୍ଗିରିପୋଷି ରେଞ୍ଜର ମହେଶ୍ବର ସିଂଙ୍କ ନିର୍ଦ୍ଦେଶ କ୍ରମେ ବିଭାଗୀୟ କର୍ମଚାରୀମାନେ କେନ୍ଦୁପତ୍ର ବୋ‌ଝେଇ ପିକ୍‌ଅପ୍‌ ଭ୍ୟାନ୍‌ (ଡବ୍ଲୁ ବି ୨୯ ଏ ୬୩୭୧)କୁ ଗୋଡ଼ାଇ ଧରିଛନ୍ତି। ହେଲେ ଏହାର ଡ୍ରାଇଭର ଗାଡ଼ି ଛାଡ଼ି ଫେରାର ହୋଇଯାଇଛି।

ସୂଚନା ଅନୁସାରେ ମୟୂରଭଂଜ ଜିଲ୍ଲା ବିଶୋଇ ପାର୍ଶ୍ବରୁ କୋଲକାତା ଯାଉଥିବା ଏହି ପିକ୍‌ଅପ୍‌ ଭ୍ୟାନ୍‌ରେ କେନ୍ଦୁପତ୍ର ଯାଉଥିବା ରେଞ୍ଜରଙ୍କୁ ସୂଚନା ମିଳିଥିଲା। ଖବର ପାଇ ବନବିଭାଗ କର୍ମଚାରୀ ବାଙ୍ଗରିପୋଷି ଫରେଷ୍ଟ ଗେଟ ନିକଟ ଜଗି ରହିଥିଲେ। ଏହା ଦେଖି ଡ୍ରାଇଭର ଗାଡ଼ି ନେଇ ପଳାଉଥିବା ବେଳେ ତାଙ୍କୁ ବନବିଭାଗ କର୍ମଚାରୀ  ଗୋଡ଼ାଇ ଥିଲା। ଶେଷରେ ଗାଡ଼ି ଛାଡ଼ି ଡ୍ରାଇଭର ଫେରାର ହୋଇଯାଇଥିଲା। ଗାଡ଼ିରୁ ୯୪୦ କିଲୋ କେନ୍ଦୁପତ୍ର ସହିତ ପିକ୍‌ଅପ୍‌କୁ ଜବତ କରିଛି ବନବିଭାଗ। ଜବତ କେନ୍ଦୁପତ୍ରର ମୂଲ୍ୟ ୬୦ ହଜାରରୁ ଊର୍ଦ୍ଧ୍ବ ହେବ ବୋଲି ରେଞ୍ଜର ଶ୍ରୀ ସିଂ କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button