ଓଡିଶା

ବିଜେଡିର ଅନେକ ନେତାଙ୍କ ନାମରେ ହତ୍ୟା ମାମଲା ଥିଲେ ବି ଘଣ୍ଟ ଘୋଡାଯାଉଛି: ପିସିସି ସଭାପତି – bajravana

[ad_1]

ଭୁବନେଶ୍ୱର: ବିଜେଡିରୁ ଦୁଇ ବିଧାୟକ ବହିଷ୍କାର ହେବା ପ୍ରସଙ୍ଗରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ ୪ ବର୍ଷ ଆଗରୁ କଣ କରୁଥିଲେ..? ପାଣ୍ଡିଆନ ରାଜ ଅଫିସର ରାଜ ଚାଲିଛି l ଜଙ୍ଗଲ ରାଜ ଚଳିବ ନାହିଁ l ତାମିଲ ରାଜ ଚଳିବ ନାହିଁ l ଯେତେବେଳ ସୌମ୍ୟ ପଟ୍ଟନାୟକଙ୍କୁ ଦଳକୁ ନେଲେ ସେତେବେଳେ ଜାଣିନଥିଲେ l ଯେତେବେଳେ ଖବରକାଗଜରେ ଲେଖିଲେ ଏବେ ସେତେବେଳେ କେସ କରି ବହିଷ୍କାର କରିବ l ବିଜେଡ଼ି ନେତାଙ୍କ ମଧ୍ୟରେ ଅନେକଙ୍କ ନାମରେ ହତ୍ୟା କେସ, ଚିଟ ଫଣ୍ଡ କେସ, ଠକେଇ ମାମଲା ରହିଛି, ସେମାନଙ୍କୁ ଘଣ୍ଟ ଘୋଡାଯାଉଛି l ବିଜେଡ଼ିର ବିପର୍ଯ୍ୟୟ ଆରମ୍ଭ ହେଲା l ୬ ମାସରେ ଓଡିଶା ଲୋକେ ଜବାବ ଦେବେ |

ଇଓଡବ୍ଲୁ ସରକାରଙ୍କ ହାତବାରିସୀ ସାଜିଛି l ସେହିପରି ମହିଳା ସଂରକ୍ଷଣ ବିଲକୁ ନେଇ ସେ କହିଛନ୍ତି ଯେ ମହିଳା ସଂରକ୍ଷଣ ବିଲ ସ୍ୱାଗତଯୋଗ୍ୟ ନିଷ୍ପତ୍ତି l ଦୁର୍ଭାଗ୍ୟ ଯେ, ଦୀର୍ଘ ବର୍ଷ ପରେ କାର୍ଯ୍ୟକାରୀ ହେବ l ଏହା ରାଜୀବ ଗାନ୍ଧୀଙ୍କର ସ୍ବପ୍ନ ଥିଲା l ଆରମ୍ଭରୁ କାମ ଚାଲିଥିଲା l ପଂଚାୟତିରାଜରେ ୩୩% ପ୍ରତିଶତ ସଂରକ୍ଷଣ କଂଗ୍ରେସ ଲାଗୁ କରିଥିଲା l ୨୦୧୦ରେ ମନମୋହନ ସରକାରରେ ବିଲ ଆସିଥିଲା l ୨୦୧୪ରେ ବିଜେପି ସରକାର ସମୟରେ ସୋନିଆ ଗାନ୍ଧୀ ଦାବି କରିଥିଲେ l ରାଜୀବ ଗାନ୍ଧୀଙ୍କ ସ୍ବପ୍ନ ସାକାର ହେଲା l ୨୦୨୯ ରେ ଲାଗୁ ହେବ ଏହା ଦୁର୍ଭାଗ୍ୟ l ୨୦୨୪ ରେ ଲାଗୁ କରିବା ପାଇଁ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀ ଦାବି କରିଛନ୍ତି |



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button