ଦେଶ ବିଦେଶ

‘ଆକାଶା ଏୟାର’ରୁ ଏକାସହ ଇସ୍ତଫା ଦେଲେ ୪୩ ପାଇଲଟ – bajravana

[ad_1]

ନୂଆଦିଲ୍ଲୀ: ସେୟାର ବଜାରରେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିବା ରାକେଶ ଝୁନଝୁନୱାଲାଙ୍କ ଏୟାରଲାଇନ୍ସ କମ୍ପାନୀ ‘ଆକାଶା ଏୟାର’ରୁ ବଡ଼ ଖବର ସାମ୍ନାକୁ ଆସିଛି । ମାତ୍ର ବର୍ଷକ ମଧ୍ୟରେ କମ୍ପାନୀ ବଡ଼ ସମସ୍ୟାରେ ଫସି ଯାଇଛି । କମ୍ପାନୀର ୪୩ ପାଇଲଟ ଏକାସହ ଇସ୍ତଫା ଦେଇଥିବାବେଳେ ପ୍ରତିଦିନ ୨୩ ଉଡ଼ାଣ ବାତିଲ କରିବାକୁ ପଡ଼ୁଛି । ଆକାଶା ପାଇଲଟ ଅନ୍ୟ ଏୟାରଲାଇନ କମ୍ପାନୀ ଖାସ୍ କରି ଟାଟା ଗ୍ରୁପର ଏୟାର ଇଣ୍ଡିଆ ମୁହାଁ ହୋଇଛନ୍ତି । ସ୍ଥିତିକୁ ଦୃଷ୍ଟିରେ ରଖି ଆକାଶା କମ୍ପାନୀ ଦିଲ୍ଲୀ ହାଇକୋର୍ଟ ଦ୍ୱାରସ୍ଥ ହୋଇଛି ।

ଆକାଶା ଏୟାରଲାଇନ୍ସ ତରଫରୁ ପକ୍ଷ ରଖି ଓକିଲ କହିଛନ୍ତି ଯେ, ଯେଉଁ ପାଇଲଟମାନେ କମ୍ପାନୀରୁ ଇସ୍ତଫା ଦେଇଛନ୍ତି କେହି ବି ନୋଟିସ ପିରିୟଡର ପାଳନ କରିନାହାନ୍ତି । ଏହି ପଦ ପାଇଁ ୬ ମାସ ଓ ବର୍ଷକର ନୋଟିସ ପିରିୟଡ ଥାଏ । ପାଇଲଟ ଚାଲିଯିବାରୁ ଏୟାରଲାଇନ୍ସ ସମସ୍ୟାରେ ପଡ଼ିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button