ସଂସଦ ଭବନରେ ଫିଲ୍ମ ପ୍ରମୋସନ୍! ତାତିଲେ ସୋସିଆଲ୍ ମିଡିଆ ବ୍ୟବହାରକାରୀ – bajravana
[ad_1]
ନୂଆଦିଲ୍ଲୀ: ନୂଆ ସଂସଦ ଭବନରେ କିଛି ଦିନ ହେବ ମହିଳାମାନଙ୍କୁ ଦେଖିବାକୁ ମିଳୁଛି। ନାରୀ ସଶକ୍ତିକରଣଙ୍କୁ ପ୍ରୋତ୍ସାହନା ଦେବା ସକାଶେ ନିକଟ ଅତୀତରେ ଅନେକ ଅଭିନେତ୍ରୀମାନଙ୍କୁ ସଂସଦ ଭବନ ଭିତରକୁ ନିମନ୍ତ୍ରିତ କରାଯାଇଛି। ଏହି ଅବସରରେ ‘ଥ୍ୟାଙ୍କ୍ ୟୁ ଫର୍ କମିଂ’ ଫିଲ୍ମର ସଦସ୍ୟାମାନଙ୍କୁ ବି ସଂସଦ ଭବନରେ ଦେଖିବାକୁ ମିଳିଥିଲା।
ଆପଣ ଜାଣନ୍ତି ଯେ ଏହି ଫିଲ୍ମରେ ଅଭିନେତ୍ରୀ ଶେହେନାଜ୍ ଗିଲ୍ଙ୍କ ସହ ଭୂମି ପେଡ୍ନେକର୍, ଡଲି ସିଂହ, ଶିବାନୀ ବେଦୀ ଆଦିଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ। ସଂସଦ ଭବନକୁ ବୁଲିବାକୁ ଗଲାବେଳେ ସମସ୍ତ ଅଭିନେତ୍ରୀ ଶାଢ଼ି ପିନ୍ଧି ଯାଇଥିଲେ। ଏମାନଙ୍କ ମଧ୍ୟରୁ ଭୂମି ଏବଂ ଶେହେନାଜ୍ଙ୍କ ଲୁକ୍ ଏକଦମ ଆକର୍ଷଣୀୟ ଥିଲା। ଏ ସତ୍ତ୍ବେ ବି ଲୋକେ ସେ ଦୁହିଁଙ୍କୁ ଟ୍ରୋଲ୍ କରିବାକୁ ପଛଘୁଞ୍ଚା ଦେଇନାହାନ୍ତି।
କାରଣ ଗତ କିଛି ଦିନ ତଳେ ‘ଟିଫ୍ ଫିଲ୍ମ ଫେଷ୍ଟିଭାଲ୍’ରେ ଶେହେନାଜ୍ ଓ ଭୂମିଙ୍କୁ ଖୁବ୍ ବୋଲ୍ଡ ଅନ୍ଦାଜରେ ଦେଖିବାକୁ ମିଳିଥିଲା। ଶେହେନାଲ୍ଙ୍କୁ ସେଠାରେ ଏକ ଅଲ୍ଟ୍ରା ଡିପ୍ ନେକ୍ ଗାଉନ୍ ପିନ୍ଧିଥିବାର ଦେଖିବାକୁ ମିଳିଥିଲା। ସେହି ଫଟୋ ସହ ଏହି ଫଟୋକୁ ତୁଳନା କରି ସୋସିଆଲ୍ ମିଡିଆ ବ୍ୟବହାରକାରୀ ଶେହେନାଜଙ୍କୁ ପରିହାସ କରିଛନ୍ତି। ‘ଦେଖନ୍ତୁ କେତେ ସଂସ୍କାରୀ ହୋଇ ଆସିଛନ୍ତି’ ବୋଲି ଲେଖି କେହି କେହି ସମାଲୋଚନା କରିଛନ୍ତି।
ତେବେ କେବଳ ଶେହେନାଜଙ୍କ ପୋଷାକ ପାଇଁ ନୁହେଁ; କେହି କେହି ସଂସଦ ଭବନରେ ଫିଲ୍ମ ପ୍ରମୋସନ କରିବାକୁ ଆସିଥିବା ଅଭିଯୋଗ ଆଣି ବି ଆପତ୍ତି ଜାହିର କରିଛନ୍ତି।
[ad_2]