ଦେଶ ବିଦେଶ

ଜାଲ୍‌ ବ୍ୟାଙ୍କିଙ୍ଗ ଆପ୍ସ ଚୋରାଇ ନେଉଛି ଗ୍ରାହକଙ୍କ ଡାଟା

Image result for mobile banking wallpaperନୂଆଦିଲ୍ଲୀ: ଏସ୍‌ବିଆଇ, ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ୍‌ ବ୍ୟାଙ୍କ, ସିଟି ବ୍ୟାଙ୍କ ସମେତ ଅନେକ ଅଗ୍ରଣୀ ବ୍ୟାଙ୍କର ଜାଲ୍‌ ଆପ୍ସ ଏବେ ଗୁଗୁଲ୍‌ ପ୍ଲେରେ ଉପଲବ୍ଧ। ଏହି ଜାଲ୍‌ ଆପ୍ସ୍‌ଗୁଡିକୁ ବ୍ୟବହାର କରିଥିବା ହଜାର ହଜାର ବ୍ୟାଙ୍କ ଗ୍ରାହକଙ୍କ ଡାଟା ଚୋରି ହୋଇଯାଇଛି ବୋଲି ଆଇଟି ସିକ୍ୟୁରିଟି ଫାର୍ମ ସୋଫୋସ୍‌ ଲ୍ୟାବ୍‌ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ କରି ଦାବି କରାଯାଇଛି। ଏହି ଜାଲ୍‌ ଆଣ୍ଡ୍ରଏଡ୍‌ ଆପ୍ସରେ ସମ୍ପୃକ୍ତ ବ୍ୟାଙ୍କର ଲୋଗୋ ରହୁଥିବାରୁ ଅସଲି ଓ ନକଲି ଆପ୍ସ ମଧ୍ୟରେ ପାର୍ଥକ୍ୟ ସମ୍ପର୍କରେ ଗ୍ରାହକ ଜାଣିପାରୁନାହାନ୍ତି। ରିପୋର୍ଟରେ କୁହାଯାଇଛି ଯେ, ମାଲଓ୍ବାର ଭାଇରସ ଜରିଆରେ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟ ଓ କ୍ରେଡିଟ/ଡେବିଟ୍‌ କାର୍ଡ ତଥ୍ୟ ଚୋରି କରାଯାଇଛି। ତେବେ ଏଭଳି କୌଣସି ଜାଲ୍‌ ଆପ୍ସ ସମ୍ପର୍କରେ ସେମାନେ ଜାଣିନାହାନ୍ତି ବୋଲି କିଛି ବ୍ୟାଙ୍କ କହୁଥିବା ବେଳେ   ଅନ୍ୟ କିଛି ନିଜ ଆଡୁ ତଦନ୍ତ ଆରମ୍ଭ କରିଛନ୍ତି। ସେମାନେ ସାଇବର ଦୁର୍ନୀତିର ଯାଞ୍ଚ କରୁଥିବା ସରକାରୀ ଏଜେନ୍ସି ସିଇଆର୍‌ଟିକୁ ଏ ସମ୍ପର୍କରେ ଜଣାଇଛନ୍ତି। ରିପୋର୍ଟରେ କୁହାଯାଇଛି ଯେ, ଅଦ୍ୟାବଧି ୭ଟି ବ୍ୟାଙ୍କ ଏସ୍‌ବିଆଇ, ଆଇସିଆଇସିଆଇ ବ୍ୟାଙ୍କ, ଆକ୍ସିସ ବ୍ୟାଙ୍କ, ଇଣ୍ଡିଆନ ଓଭରସିଜ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ବରୋଦା, ୟେସ୍‌ ବ୍ୟାଙ୍କ ଏବଂ ସିଟି ବ୍ୟାଙ୍କକୁ ଏହି ଜାଲ୍‌ ଆପ୍ସ ଟାର୍ଗେଟ କରିିଛି । ତେବେ ଏଭଳି ଜାଲ୍‌ ଆପ୍ସ କବଳରେ ସିଟି ବ୍ୟାଙ୍କ ପଡିନି ବୋଲି ଏହାର ମୁଖପାତ୍ର ପ୍ରକାଶ କରିଛନ୍ତି। ଏଥିସହ ସୋଫୋସ ଲ୍ୟାବ୍‌କୁ ପତ୍ର ଲେଖି ବ୍ୟାଙ୍କ ନିଜ ନାମକୁ ରିପୋର୍ଟରୁ ବାଦ୍‌ ଦେବାକୁ କହିଛି। ଅନ୍ୟପକ୍ଷରେ ୟେସ୍‌ ବ୍ୟାଙ୍କ ନିଜର ସାଇବର ଦୁର୍ନୀତି ବିଭାଗକୁ ଏହାର ଯାଞ୍ଚ ଲାଗି ନିର୍ଦ୍ଦେଶ ଦେଇଛି। ଦେଶର ସର୍ବବୃହତ ବ୍ୟାଙ୍କ କୁହାଯାଉଥିବା ଏସ୍‌ବିଆଇ ଏ ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରିନି।

Related Articles

Leave a Reply

Your email address will not be published. Required fields are marked *

Back to top button