ଦେଶ ବିଦେଶ

ଲୋକସଭାରେ ଆଗତ ହେଲା ମହିଳା ସଂରକ୍ଷଣ ବିଲ୍‌ – bajravana

[ad_1]

ନୂଆଦିଲ୍ଲୀ,୧୯/୯ : ଆଜି ଲୋକସଭାରେ ମହିଳା ସଂରକ୍ଷଣ ବିଲ୍ ଆଗତ ହୋଇଛି। ଏହି ବିଲ୍‌ ଉଭୟ ଲୋକସଭା ଓ ରାଜ୍ୟସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷଣ ରଖିବା। ବିଲ୍ ଆଗତ ହେବା ପରେ ଆଜିର ଦିନକୁ ଐତିହାସିକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଥିସହିତ ସର୍ବସମ୍ମତି କ୍ରମେ ବିଲ୍ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ପାସ୍ କରାଇବାକୁ ସମସ୍ତ ସଦସ୍ୟଙ୍କୁ ଅନୁରୋଧ କରିଛନ୍ତି ମୋଦୀ। ଗତ ୩ ଦଶନ୍ଧୀ ଧରି ଏହି ବିଲ୍ ପଡ଼ି ରହିଛି। ଏହି ବିଲ୍ ଆମ ଗଣତନ୍ତ୍ରକୁ ଆହୁରି ମଜଭୁତ କରିବ ବୋଲି ମୋଦୀ କହିଛନ୍ତି।

ବିଲ୍ ପାସ୍ ହେଲେ ଲୋକସଭାରେ ମହିଳା ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି ପାଇବ। ବର୍ତ୍ତମାନ ଏହା ମାତ୍ର ୮୨ ଥିବା ବେଳେ ୩୩ ପ୍ରତିଶତ ସଂରକ୍ଷଣ ମିଳିଲେ ମହିଳା ସଦସ୍ୟଙ୍କ ସଂଖ୍ୟା ୧୮୧ ହୋଇଯିବ ବୋଲି ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ୍ କହିଛନ୍ତି।

ଉଭୟ କଂଗ୍ରେସ ଓ ଶାସକ ବିଜେପି ବିଲ୍‌କୁ ନେଇ ପରସ୍ପର କ୍ରେଡିଟ୍ ନେବାକୁ ଚେଷ୍ଟା କରୁଛନ୍ତି । କଂଗ୍ରେସ ସରକାର ସମୟରେ ରାଜୀବ ଗାନ୍ଧୀ, ପିଭି ରନସିହ୍ମା ରାଓ ଓ ମନମୋହନ ସିଂହଙ୍କ ସମୟରେ ମହିଳା ରିଜର୍ଭେସନ ବିଲ୍ ପାସ୍ କରିବାକୁ ବାରମ୍ବାର ଚେଷ୍ଟା କରାଯାଇଥିଲା। ମନମୋହନଙ୍କ ସମୟରେ ମହିଳା ସଂରକ୍ଷଣ ବିଲ୍ ରାଜ୍ୟସଭାରେ ପାସ୍ ହୋଇଥିଲେ ବି ଏହା ଏବେ ବି ପଡ଼ି ରହିଛି। କଂଗ୍ରେସକୁ ଜବାବ ଦେଇ ଅନ୍ୟପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ସେହି ବିଲ୍ ଅତୀତ ହୋଇଗଲାଣି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button