ଦିବ୍ୟାଙ୍ଗ ଅଟୋଚାଳକଙ୍କ ଝିଅ ହେଲେ ବିଚାରପତି – bajravana
[ad_1]
ନୂଆଦିଲ୍ଲୀ, ୧୬/୧୦ : ପଞ୍ଜାବର କପୁରତାଲାର ବସ୍ତି ଅଞ୍ଚଳରେ ମହୁଲ୍ଲା ମହତାବ ଗଢ଼ରେ ରହୁଥିବା ଶିବାନୀ ପଞ୍ଜାବ ସିଭିଲ ସେବାଅ ପରୀକ୍ଷା ୨୦୨୩ରେ ଉତ୍ତୀର୍ଣ୍ଣ ହୋଇ ନିଜ ପରିବାର ସହିତ ଅଞ୍ଚଳର ନାମ ରଖିଛନ୍ତି । ଯେଉଁଥିପାଇଁ ତାଙ୍କ ପରିବାର ଗର୍ବ କରୁଛନ୍ତି । ଏହି ଝିଅଙ୍କ ବାପା ଜଣେ ଦିବ୍ୟାଙ୍ଗ । ଦିବ୍ୟାଙ୍ଗ ହୋଇ ବି ସେ ଅଟୋ ଚଲାଇ ଝିଅକୁ ମଣିଷ କରିବାଦ ପାଇଁ ଖୁବ ପରିଶ୍ରମ କରିଛନ୍ତି ବଲଜିତ ସିଂହ ବିଟ୍ଟୁ। ବାପାଙ୍କ ପରିଶ୍ରମର ଫଳ ମିଳିଯାଇଛି। କାରଣ ଦିବ୍ୟାଙ୍ଗ ଅଟୋ ଚାଳକଙ୍କ ଝିଅ ଜଜ୍ ସାହେବାଣୀ ହୋଇଯାଇଛନ୍ତି। ଏହି ସଫଳତା ପାଇବା ପରେ ଶିବାନୀ ଭାବବିହ୍ୱଳ ହୋଇ କହିଛନ୍ତି, ‘ମୁଁ ପ୍ରତ୍ୟେକ ପରିସ୍ଥିତି ଦେଇ ଗତି କରିଛି। ଘରେ ସର୍ବଦା ଆର୍ଥିକ ସଙ୍କଟ ଲାଗି ରହିଥାଏ, ଯାହାକି ଏକ ଗରିବ ପରିବାରରେ ସବୁବେଳେ ରହିଥାଏ। କିନ୍ତୁ ବାପା ଆମ ପ୍ରତି କେବେ ହେଳା କରି ନାହାନ୍ତି। ବାପାଙ୍କ ଏହି କଷ୍ଟକୁ ଦେଖି ମୁଁ ପିଲଟି ଦିନରୁ ମନ ଦେଇ ପାଠପଢ଼େ । ଯେବେଠାରୁ ମୁଁ ବିଚାରପତି ଆସନରେ ବସିବି ଉଚିତ ନ୍ୟାୟ କରିବି। ମୋର ନଜରରେ ଧନୀ ଗରିବ ସମସ୍ତେ ସମାନ ରହିବେ। ତେବେ ଯାଇ ଲୋକଙ୍କ ବିଚାରପତିଙ୍କ ପ୍ରତି ସମ୍ମାନ ବୃଦ୍ଧି ପାଇବ।’
[ad_2]