ମନୋରଞ୍ଜନ

ବିବାହ ପରେ କଟ୍ରିନା ବହୁତ ଚେଷ୍ଟା ପରେ ବି ଭିକିଙ୍କ ଏହି ଅଭ୍ୟାସକୁ ବଦଳାଇପାରିନାହାନ୍ତି – bajravana

[ad_1]

ମୁମ୍ବାଇ: ବଲିଉଡ ଅଭିନେତା ଭିକି କୌଶଲ ଏବେ ନିଜର ଆଗାମୀ ଫିଲ୍ମକୁ ନେଇ ବ୍ୟସ୍ତ ଅଛନ୍ତି। ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଦି ଗ୍ରେଟ୍ ଇଣ୍ଡିଆନ୍ ଫ୍ୟାମିଲି’ର ପ୍ରଚାର କରୁଥିବା ଦେଖାଯାଇଛି। ପ୍ରଚାର ସମୟରେ ଏକ ସାକ୍ଷାତକାରରେ ଭିକି କୌଶଲ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତର ରଖିଛନ୍ତି। ବିବାହ ପରେ ଭିକିଙ୍କର କେଉଁ ଅଭ୍ୟାସକୁ ଚାହିଁ ବି କଟ୍ରିନା ବଦଳାଇପାରିନାହାନ୍ତି, ତାହା ଜଣାଇଛନ୍ତି ଅଭିନେତା।

ଟାଇମ୍ସ ନାଓକୁ ଦେଇଥିବା ସାକ୍ଷାତକାରରେ ଭିକି କୌଶଲ ପ୍ରକାଶ କରିଛନ୍ତି ଯେ କଟ୍ରିନା ତାଙ୍କ ଜୀବନରେ ଫ୍ୟାଶନ ପୁଲିସର ଭୂମିକା ଗ୍ରହଣ କରନ୍ତି ଏବଂ ସେ ତାଙ୍କୁ ଅନେକ ସମୟରେ ପ୍ରଶ୍ନ ପଚାରନ୍ତି, ତୁମେ କ’ଣ ପିନ୍ଧୁଛ? ଏବଂ ତୁମେ ଏହାକୁ କାହିଁକି ପିନ୍ଧୁଛ? କାରଣ ଭିକିଙ୍କର ଫ୍ୟାଶନ ଉପରେ ଜ୍ଞାନ କମ ରହିଥିବା ସହ ସେ ବହୁତ କମ ପୋଷାକ ନିଜ ଆଲମାରୀରେ ରଖନ୍ତି। ବିବାହ ପରେ କଟ୍ରିନା ଅନେକ ଥର ତାଙ୍କର ପୋଷାକ ପିନ୍ଧିବାର ଶୈଳୀ ବଦଳାଇବାକୁ ଚେଷ୍ଟା କରି ମଧ୍ୟ ସଫଳ ହୋଇପାରିନଥିବା ସେ କହିଛନ୍ତି। ଏଥିପାଇଁ କଟ୍ରିନା ଏବେ ଚେଷ୍ଟା କରିବା ମଧ୍ୟ ଛାଡ଼ିସାରିଛନ୍ତି।

ତେବେ କିଛି ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ସମ୍ପର୍କକୁ ଗୁପ୍ତ ରଖିବା ପରେ ଭିକି ଏବଂ କଟ୍ରିନା ୨୦୨୧ମସିହାରେ ରାଜସ୍ଥାନରେ ବଡ ଆକାରରେ ବିବାହ କରିଥିଲେ। ଗ୍ରାଜିଆକୁ ଦେଇଥିବା ଏକ ସାକ୍ଷାତକାରରେ ଭିକି ତାଙ୍କ ବିବାହକୁ ତାଙ୍କ ଜୀବନର ସବୁଠାରୁ ଖୁସିର ତିନି ଦିନ ବୋଲି ବର୍ଣ୍ଣନା କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button