ମନୋରଞ୍ଜନ

OTT ରେ ଧମାଲ କରିବାକୁ ଯାଉଛନ୍ତି ଅନନ୍ୟା ପାଣ୍ଡେ, ସାମ୍ନାକୁ ଆସିଲା ‘Call me Bae’ର ରିଲିଜ ଡେଟ୍ – bajravana

[ad_1]

ଆଜିକାଲି ସିନେମାହଲ୍ ଅପେକ୍ଷା OTT ରେ ଅଧିକ ଫିଲ୍ମ ଦେଖିବାକୁ ମିଳୁଛି । ସେଥିପାଇଁ ଅନେକ ସେଲିବ୍ରେଟି ମଧ୍ୟ OTT ଆଡକୁ ଯାଉଛନ୍ତି । କରୀନା, ତବୁ, ସୁସ୍ମିତା ସେନଙ୍କ ପରି ସମସ୍ତ ସୁନ୍ଦରୀଙ୍କ ପରେ, ଏବେ ଆଉ ଜଣେ ବଲିଉଡ ସୁନ୍ଦରୀ OTT ରେ ଧମାଲ କରିବାକୁ ଯାଉଛନ୍ତି । ଆମେ କହୁଥିବା ଅଭିନେତ୍ରୀ ହେଉଛନ୍ତି ଅନନ୍ୟା ପାଣ୍ଡେ । ତେବେ ଅନନ୍ୟା ପାଣ୍ଡେ OTT କୁ ନକ୍ କରିସାରିଛନ୍ତି ।

ଏବେ ତାଙ୍କର ନୂଆ ସିରିଜ୍ ‘Call me Bae’ ଆସିବାକୁ ଯାଉଛି, ଯାହାର ରିଲିଜ୍ ଡେଟ୍ ମଧ୍ୟ ପ୍ରକାଶ ପାଇଛି । ନିକଟରେ ଆମାଜନ ପ୍ରାଇମ ଭିଡିଓ ଅନନ୍ୟା ପାଣ୍ଡେଙ୍କୁ ଟ୍ୟାଗ କରି ‘Call me Bae’ର ପୋଷ୍ଟର ସେୟାର କରିଛି । ଏହି ପୋଷ୍ଟରରେ ଅନନ୍ୟା ଲାଲ୍ ଆଉଟଫିଟରେ ବହୁତ ହଟ୍ ଦେଖାଯାଉଛନ୍ତି । ଫ୍ୟାନ୍ସମାନେ ମଧ୍ୟ ତାଙ୍କ ଲୁକକୁ ବହୁତ ପସନ୍ଦ କରୁଛନ୍ତି ।

‘Call me Bae’ରୁ ଅନନ୍ୟାଙ୍କ ଏହି ଲୁକ୍ ସେୟାର୍ କରିବାବେଳେ ଆମାଜନ ପ୍ରାଇମ ଭିଡିଓ କ୍ୟାପସନରେ ଲେଖିଛି,’ ନିଜ କ୍ୟାଲେଣ୍ଡରକୁ ଅପଡେଟ୍ କରିଦିଅନ୍ତୁ, ୬ ସେପ୍ଟେମ୍ବରରେ ‘Call me Bae’ ରିଲିଜ୍ ହେବାକୁ ଯାଉଛି । ଆପଣଙ୍କୁ କହି ରଖୁଛୁ ଯେ ଫିଲ୍ମ ‘Call me Bae’ରେ ଅନନ୍ୟା ପାଣ୍ଡେଙ୍କୁ ବାଏ (Bae) କୁହାଯିବ । ବାଏ ଜାଣନ୍ତି ଯେ ତାଙ୍କର ସବୁଠାରୁ ବଡ୍ ସମ୍ପତ୍ତି ହେଉଛି ତାଙ୍କ ଷ୍ଟ୍ରିଟ୍ ସ୍ମାର୍ଟନେସ୍ ଏବଂ ଷ୍ଟାଇଲ୍ ।

ଫିଲ୍ମର ସମ୍ପୂର୍ଣ୍ଣ କାହାଣୀ ଜାଣିବା ପାଇଁ ଆପଣଙ୍କୁ ସେପ୍ଟେମ୍ବର ୬ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିବ । ଅନନ୍ୟା ପାଣ୍ଡେଙ୍କ ବ୍ୟତୀତ ଭେର ଦାସ, ଗୁରୁଫତେହ ପିରଜଡା, ବରୁଣ ସୁଦ, ଭିହାନ ସମତ, ମୁସ୍କାନ ଜାଫ୍ରି, ନିହାରିକା ଲିରା ଦତ୍ତ, ଲିସା ମିଶ୍ର ଏବଂ ମିନି ମଥୁରଙ୍କ ପରି ଅଭିନେତାମାନେ ଏହି ସିରିଜରେ ନଜର ଆସିବେ । ଏହି ସିରିଜର କାହାଣୀ ଇଶିତା ମୋଇତ୍ରା, ସମିନା ମୋଟଲେକର ଏବଂ ରୋହିତ ନାୟାର ଲେଖିଛନ୍ତି ।

The post OTT ରେ ଧମାଲ କରିବାକୁ ଯାଉଛନ୍ତି ଅନନ୍ୟା ପାଣ୍ଡେ, ସାମ୍ନାକୁ ଆସିଲା ‘Call me Bae’ର ରିଲିଜ ଡେଟ୍ appeared first on KNews Odisha.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button