ଓଡିଶା

ଜୟପୁର-ଭୁବନେଶ୍ବର ଦ୍ବିତୀୟ ବିମାନ ଅକ୍ଟୋବରରୁ ଚାଳିବ: ଇଣ୍ଡିଆ ୱାନ ଏୟାର  – bajravana

[ad_1]

ଜୟପୁର: ଜୟପୁର-ଭୁବନେଶ୍ବର ମଧ୍ୟରେ ଦ୍ବିତୀୟ ବିମାନ ସେବା ଆସନ୍ତା ଅ‌କ୍ଟୋବର ମାସରେ ଆରମ୍ଭ ହେବ ବୋଲି କହିଛନ୍ତି ଇଣ୍ଡିଆ ୱାନ୍‌ ଏୟାର କଂପାନିର ମୁଖ୍ୟ ପରିଚାଳନା ଅଧିକାରୀ (ସିଓଓ) ଅରୁଣ କୁମାର ସିଂ। ଯାତ୍ରୀମାନଙ୍କ ଚାହିଦା ଓ ଦାବିକୁ ନେଇ ୯ ସିଟ ବିଶିଷ୍ଟ ଏହି ଦ୍ଵିତୀୟ ବିମାନ ଏହି ରୁଟରେ ଚଳାଚଳ କରିବାକୁ  ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି ବୋଲି କହିଛନ୍ତି ସିଓଓ ଶ୍ରୀ ସିଂ।

ସୂଚନା ଯୋଗ୍ୟ, ଇଣ୍ଡିଆ ୱାନ ଏୟାର ଏହାରି ମଧ୍ୟରେ  ୩ୟ ବିମାନ କିଣିବା ସହ ଏହାକୁ  ବେସାମରିକ ଓବିମାନସେବା ପ୍ରାଧିକରଣ ନିକଟରେ ପଂଜୀକରଣ  କରାଇ ସାରିଛି। ଜୟପୁର –ଭୁବନେଶ୍ବରକୁ ଦ୍ବିତୀୟ ବିମାନ ଚଳାଇବାକୁ ବି ଅନୁମତି ପାଇସାରିଛି ବୋଲି ଇଣ୍ଡିଆ ୱାନ ଏୟାରର ସିଓଓ ସୂଚନା ଦେଇଛନ୍ତି। ଗତ ୩୧ତାରିଖ ଦିନ ଉତ୍କେଳାକୁ ଚଳାଚଳ ଆରମ୍ଭ ହୋଇଛି। ଗତ କିଛି ମାସ ତଳେ ଭୁବନେଶ୍ବର ବିମାନବନ୍ଦରରେ ଗୋଟିଏ ବିମାନରେ ଦୁର୍ଭାଗ୍ୟବଶତଃ ଘଟଣା ଘଟିବା ସହ ଯନ୍ତ୍ରାଂଶ ଖରାଫ ହୋଇଯାଇଥିବା କହିଛନ୍ତି ସିଓଓ। ଆଂଚଳିକସ୍ତରରେ କିମ୍ବା ଭାରତରେ ମରାମତି ପାଇଁ ଉପଯୁକ୍ତ ଯନ୍ତ୍ରାଂଶ ମିଳୁ ନଥିବାରୁ ସେଭଳି ସେହି ବିମାନଟି ଚଳାଚଳ ନ କରି ପଡ଼ି ରହିଛି। ଏହା ବାଦେ ବି ୨ଟି ବିମାନରେ ସଂପ୍ରତି ଇଣ୍ଡିଆ ୱାନ ଏୟାର ଓଡିଶାରେ ଭୁବନେଶ୍ବର, ଜୟପୁର, ରଂଙ୍ଗେଇଲୁଣ୍ଡା, ଉ‌ତ୍କେଳା ସହ ପଡୋଶୀ ରାଜ୍ୟର ଆନ୍ଧ୍ରର ବିଶାଖାପାଟଣା, ପଶ୍ଚିମବଙ୍ଗର କୋଲକାତା, ଜାମସେଦପୁର, କୁଚବିହାର ପର୍ଯ୍ୟନ୍ତ ଚଳାଚଳ କରୁଥିବା କହିଛନ୍ତି ସିଓଓ ଶ୍ରୀ ସିଂ। ଗତ ମାସ ସପ୍ତାହକରେ ୩ଦିନ ଲେଖାଏଁ ଭୁବନେଶ୍ବର-ଜୟପୁରକୁ ଚଳାଚଳ କରିଥିଲା। ପାଣିପାଗ ଓ ଅନ୍ୟାନ୍ୟ ଯାନ୍ତ୍ରିକ ସମସ୍ୟା ଯୋଗୁଁ ଚାଳି ପାରି ନଥିବାରୁ ସେ କ୍ଷୋଭ ପ୍ରକାଶ କରିବା ସହ ସଂପ୍ରତି ଏହି ମାସରେ ସପ୍ତାହକୁ ସାତ ଦିନ ଚାଳିବ ବୋଲି କହିଛନ୍ତି।

ବିଶାଖାପାଟଣାକୁ ଯେତେ ସଂଖ୍ୟକ ଯାତ୍ରୀ ‌‌ହେଲେ ବି ଏହି ରୁଟରେ ଚାଳିବ, ଏହି ରୁଟର ଚଳାଚଳ ବନ୍ଦ ହେବ ବୋଲି ଯେଉଁ  ଗୁଜବ ସୃଷ୍ଟି କରାଯାଉଛି ସେଭଳି କରା ନଯାଉ ବୋଲି ଅନୁରୋଧ କରିଛନ୍ତି ଇଣ୍ଡିଆ ୱାନ ଏୟାରର ସିଓଓ। ସଂପ୍ରତି ଦୁଇଟି ସଚଳ ବିମାନ କଂପାନୀ ନିକଟରେ ରହିଥିବା ବେଳେ ନୂଆଟି କିଣାଯିବାର ସବୁ ରକମର ଶେଷ ପ୍ରସ୍ତୁତି ସରିଥିବା କହିଛନ୍ତି ସିଓଓ। ନୂଆ ଚତୁର୍ଥ ବିମାନ ଆସିବା ପରେ ଜୟପୁର–ଭୁବନେଶ୍ବର ରୁଟରେ ଦ୍ବିତୀୟ ବିମାନ ଚଳାଚଳ କରିବ ବୋଲି ସ୍ପଷ୍ଟ କରିଛନ୍ତି ଇଣ୍ଡିଆ‌ ୱାନ ଏୟାରର ସିଓଓ। ଉତ୍କେଲାରୁ ରାୟପୁର ପର୍ଯ୍ୟନ୍ତ ଚଳାଚଳକୁ ସଂପ୍ରସାରଣ କରିବା ବି ଲକ୍ଷ୍ୟ ରହିଛି। ନନ୍ ସିଡ୍ୟୁଲ ଉଡାଣ ଭାବେ ଏହି କଂପାନୀ ଅଗଷ୍ଠ ୩ତାରିଖରେ ଜୟପୁର ବିମାନବନ୍ଦରରେ ଉଡ଼ାଣ ଆରମ୍ଭ କରିଥିବାରୁ କଂପାନୀ ଦୃଷ୍ଟିରୁ ୧୩ ମାସ ପୁରଣ ହୋଇଛି ବୋଲି କହିଛନ୍ତି ସିଓଓ। ଗତ ୨୦୨୨ମସିହା  ଅକ୍ଟୋବର ୩୧ରୁ ଜୟପୁରକୁ ପ୍ରଥମ ଯାତ୍ରୀବିମାନସେବା ଆରମ୍ଭ ହୋଇଥିଲା। ଭୁବନେଶ୍ବର–ଜୟପୁର-ବିଶାଖାପାଟଣାର ସମୟ ସାରିଣୀରେ ସାମାନ୍ୟ ପରିବର୍ତ୍ତନ କରାଯାଇଥିବା କହିଛନ୍ତି ସିଓଓ।  ଭୁବନେଶ୍ବରରୁ ପୂର୍ବାହ୍ନ ୧୧ଟା ୩୫ ବଦଳରେ ୧୦ଟା ୨୦ରେ ବାହାରି ଜୟପୁରରେ ଦିନ ୧୨ଟା ୫ରେ ପହଚିଂବ। ଏହା ପରେ ୨୫ ମିନିଟ ରହଣି ପରେ ପୁଣି ବିମାନଟି ବିଶାଖାପାଟନମ ଅଭିମୁଖେ ପୂର୍ବାହ୍ନ ୧୨ଟା ୩୦ରେ ବାହାରି ‌ଦିନ ଗୋଟାଏ ୨୫ରେ ପହଚିଂବ। ବିଶାଖାପାଟଣାରୁ ପୁଣି ଦିନ ୨ଟାରେ ବାହାରି ୨ଟା ୫୦ରେ ଜୟପୁର ଫେରିବ। ପୁଣି ଜୟପୁରରୁ ଅପରାହ୍‌ଣ ୩ଟା୫ରେ ବାହାରି ଭୁବନେଶ୍ବରରେ ୪ଟା ୫୦ରେରେ ପହଚିଂବ ବୋଲି ଇଣ୍ଡିଆ ୱାନ ଏୟାରର ସିଓଓ ସୂଚନା ଦେଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button