ଓଡିଶା

ଇନ୍ଦିରା ଆବାସ ନିର୍ମାଣ ଲାଗି କାର୍ଯ୍ୟାଦେଶ ପାଇଁ ଲାଞ୍ଚ: ଜେଲ ଗଲେ ପୂର୍ବତନ ସରପଞ୍ଚ – bajravana

[ad_1]

ସୁନ୍ଦରଗଡ଼: ଏକ ଲାଞ୍ଚ ମାମଲାରେ ସୁନ୍ଦରଗଡ଼ ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବାଲିଶଙ୍କରା ବ୍ଲକ୍ କିଞ୍ଜିରକେଲା ପଞ୍ଚାୟତର ପୂର୍ବତନ ସରପଞ୍ଚ ରାମଚନ୍ଦ୍ର ମିଞ୍ଜଙ୍କୁ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। କୋର୍ଟ ତାଙ୍କୁ ୨ ବର୍ଷ ଜେଲ ଓ ୨ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦାୟରେ ଜେଲଦଣ୍ଡ ଅଧିକ ୨ ମାସ ବୃଦ୍ଧି ହେବ ବୋଲି ରାୟରେ ଉଲ୍ଲେଖ ରହିଛି। ଗତ ୨୭.୧୧.୨୦୧୧ରେ ଅଭିଯୋଗକାରୀ କିଞ୍ଜିରକେଲା ଓଡିଆପଡାର ହେମନ୍ତ ଦଣ୍ଡସେନାଙ୍କ ମାଙ୍କ ନାମରେ ଇନ୍ଦିରା ଆବାସ ନିର୍ମାଣ ପାଇଁ କାର୍ଯ୍ୟାଦେଶ ପାଇଁ ୩ ହଜାର ଟଙ୍କା ଲାଞ୍ଚ ନେଇ ପୂର୍ବତନ ସରପଞ୍ଚ ଶ୍ରୀ ମିଞ୍ଜ ଭିଜିଲାନ୍ସ ହାତରେ ଧରାପଡିଥିଲେ। ସୁନ୍ଦରଗଡ଼ର ପୂର୍ବତନ ଭିଜିଲାନ୍ସ ଡିଏସପି ସାମୁଏଲ ପ୍ରଧାନ ତଦନ୍ତ କରି ଚୂଡାନ୍ତ ରିପୋର୍ଟ ଦାଖଲ କରିଥିଲେ। ମାମଲାକୁ ସ୍ବତନ୍ତ୍ର ଭିଜିଲାନ୍ସ ପିପି ଶ୍ଯାମସୁନ୍ଦର ମିଶ୍ର ପରିଚାଳନା କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button