ଓଡିଶା

ଆନ୍ଦୋଳନକୁ ଓହ୍ଲାଇବେ ୫୦ ହଜାର ଶିକ୍ଷକ – bajravana

[ad_1]

ଭୁବନେଶ୍ୱର: ଅଗଷ୍ଟ ୧୬ ତାରିଖ ଶିକ୍ଷକ ଦାବି ଦିବସ ଅବସରରେ ୫୦ ହଜାରରୁ ଅଧିକ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଶିକ୍ଷା କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇବେ। କଂଗ୍ରେସ ଭବନରୁ ଏକ ବିଶାଳ ପଟୁଆରରେ ବିଧାନସଭା ଅଭିମୁଖେ ବାହାରି ସେମାନଙ୍କ ଦାବି ପୂରଣ ପାଇଁ ବିକ୍ଷୋଭ ପ୍ରଦର୍ଶନ କରିବେ। ଏଥର ଲଢ଼େଇ ଜୋରଦାର ହେବ ଏବଂ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅହୋରାତ୍ର ଧାରଣା ଜାରି ରହିବ ବୋଲି ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ(ଓଷ୍ଟା) ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ କହିଛନ୍ତି।

ଶ୍ରମିକ ଭବନରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଦାଶ କହିଛନ୍ତି ଯେ ଓଷ୍ଟା ଆହ୍ୱାନରେ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟରତ, ଅବସରପ୍ରାପ୍ତ ଶିକ୍ଷକ, କର୍ମଚାରୀଙ୍କ ସାମାଜିକ ସୁରକ୍ଷା ପାଇଁ ଅଗଷ୍ଟ ୯ କ୍ରାନ୍ତି ଦିବସରେ ଓଡ଼ିଶାର ୩୦ଟି ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଅର୍ଥ ସଚିବ, ଗଣଶିକ୍ଷା ସଚିବଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଥିଲା। ଗୋଟିଏ ବିଦ୍ୟାଳୟ ଭିତରେ ସମାନ ଯୋଗ୍ୟତା ଥାଇ ସମାନ କାର୍ଯ୍ୟ କରୁଥିବା ଶିକ୍ଷକଙ୍କ ଭିତରେ ଦରମା, ଚାକିରୀ ସର୍ତ୍ତାବଳୀ ଆଦିରେ ତାରତମ୍ୟ ନ ରଖିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ଦାବି କରାଯାଉଛି। ପ୍ରାଥମିକଠାରୁ ମାଧ୍ୟମିକ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକରେ ଖାଲି ପଡ଼ିଥିବା ଶିକ୍ଷକ ଓ ପ୍ରଧାନଶିକ୍ଷକ ପଦକୁ ତୁରନ୍ତ ପୂରଣ କରିବା ସହ ଶିକ୍ଷକମାନଙ୍କୁ ଅଣଶୈକ୍ଷିକ କାର୍ଯ୍ୟରେ ନିୟୋଜିତ ନକରି ସମ୍ପୂର୍ଣ୍ଣ ଶିକ୍ଷଣ କାର୍ଯ୍ୟରେ ନିୟୋଜିତ କରିବା, ଚାକିରୀରୁ ଅବସର ନେଉଥିବା ଶିକ୍ଷକଙ୍କ ପେନ୍‌ସେନ୍‌, ଭବିଷ୍ୟନିଧି ପାଣ୍ଠି ମିଳିବାରେ ଅନିୟମିତତା, ଶିକ୍ଷକମାନେ ଅମଲାତାନ୍ତ୍ରିକ ଚକ୍ରାନ୍ତର ଶିକାର ହୋଇ ବାରମ୍ବାର ଶିକ୍ଷା ବିଭାଗର ବିଭିନ୍ନ ଦପ୍ତରକୁ ଦୌଡ଼ିବାକୁ ବାଧ୍ୟ ହେଉଛନ୍ତି। ଏହି ଦିଗରେ ସରକାରୀ ନିଦ୍ଦେର୍ଶନାମାକୁ ଠିକ୍‌ ଭାବେ କାର୍ଯ୍ୟକାରୀ କରାଯାଉ ନାହିଁ। ରାଜ୍ୟର ୨୬୦୮ ବିଦ୍ୟାଳୟକୁ ରାଜ୍ୟ ସରକାର ୨୦୧୭ରେ ନୂତନ ଅନୁଦାନ ପ୍ରଦାନ କରିଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ ୨୦୧୭ ଅନୁଦାନ ଆଇନର ବିଜ୍ଞପ୍ତି ପ୍ରକାଶ ପାଇବା ବେଳକୁ ସେଥିରେ ଚାକିରୀ ସର୍ତ୍ତାବଳୀ, ଅବସରକାଳୀନ ସୁବିଧା କିମ୍ବା ସପ୍ତମ ବେତନ ହାରରେ ଦରମା ସୁବିଧା ଏସବୁ କିଛି ନଥିଲା।

ଦୀର୍ଘ ୪ ବର୍ଷ ଧରି ବାରମ୍ବାର ଆନ୍ଦୋଳନ ପରେ ସରକାର ସପ୍ତମ ବେତନ ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ୨୦୨୧ ଡିସେମ୍ବର ୩୧ ସୁଦ୍ଧା ସମସ୍ତ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟକୁ ସପ୍ତମ ବେତନ ପରିସରଭୁକ୍ତ ହେବେ ବୋଲି କ୍ୟାବିନେଟ୍ ନିଷ୍ପତ୍ତି ନେଇଥିଲା। ମାତ୍ର ବିଡ଼ମ୍ବନାର ବିଷୟ ହେଉଛି ସରକାର ଏମାନଙ୍କ ଭିତରେ ବିଭାଜନ ସୃଷ୍ଟି କରିବା ପାଇଁ ଚଞ୍ଚକତା ପୂର୍ଣ୍ଣ ଭାବେ ୨୨୬ ଓ ୩୯୯ ବର୍ଗର ବିଦ୍ୟାଳୟଗୁଡ଼ିକୁ ସପ୍ତମ ବେତନ ପାଇବାରୁ ବଞ୍ଚିତ କଲେ। ବାରମ୍ବାର ଦାବି ସତ୍ତ୍ୱେ ଅଦ୍ୟାବଧି ଯୋଗ୍ୟ ବିବେଚିତ ବିଦ୍ୟାଳୟଗୁଡ଼ିକୁ ଅନୁଦାନ ପରିସରଭୁକ୍ତ କରାନଯିବା ଏବଂ ୩୦ ବର୍ଷ ପରେ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରୁ ଅବସର ନେଉଥିବା ଶିକ୍ଷକଙ୍କ ପାଇଁ ପେନ୍‌ସନ୍ ଓ ଅବସର କାଳୀନ ସୁବିଧା ନମିଳିବା ଅତ୍ୟନ୍ତ ଅଗଣତାନ୍ତ୍ରିକ ଅଟେ ବୋଲି ଓଷ୍ଟା ସଭାପତି ଅକ୍ଷୟ କୁମାର ମିଶ୍ର, କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ, ସାଧାରଣ ସଂପାଦକ ରଞ୍ଜନ କୁମାର ଦାଶ, ଯୁଗ୍ମ ସାଧାରଣ ସମ୍ପାଦକ ବ୍ରଜକିଶୋର ବିଶ୍ୱାଳ, କୋଷାଧ୍ୟକ୍ଷ ଅଶୋକ କୁମାର ମହାପାତ୍ର ପ୍ରମୁଖ ସରକାରଙ୍କୁ ଚେତାବନୀ ଦେଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button