news

ବାଇକ ରାଇଡ୍‌ ବେଳେ ସାବଧାନ ରୁହନ୍ତୁ: ନ ହେଲେ ଚାଲିଯିବ ଜୀବନ

ଏବେ ବାଇକ ଚଲାଇବା ଏକ ଫ୍ୟାସନ୍‌ରେ ପରିଣତ ହୋଇଯାଇଛି। ଯୁବଗୋଷ୍ଠୀ ଦାମୀ ଓ ସ୍ପିଡ୍‌ ବାଇକ ଚଲାଇବାକୁ ପସନ୍ଦ କରୁଛନ୍ତି। ଦ୍ରୁତଗତିରେ ବାଇକ ଚଲାଇବା ବେଳେ ଅନେକ ଲୋକ ବହୁତ ଅସାବଧାନ ରହୁଛନ୍ତି। ଫଳରେ ରାସ୍ତାରେ ଯାଉଥିବା ଅନ୍ୟ ଲୋକମାନେ ମଧ୍ୟ ସମସ୍ୟାରେ ପଡୁଛନ୍ତି।  ଦୁର୍ଘଟଣା ଘଟି ଧନଜୀବନ ମଧ୍ୟ ହାନି ଘଟୁଛି। ବାଇକ୍ ଚଲାଇବା ବେଳେ  କିଛି ଛୋଟ କଥାକୁ ଧ୍ୟାନ ଦେଲେ ଏସବୁ  ସମସ୍ୟାରୁ ବର୍ତ୍ତି ପାରିବା। ଆଜି ଆମେ ଆପଣଙ୍କୁ ଏପରି କିଛି ଟିପ୍ସ ଦେବୁ ଯାହାକୁ ପାଳନ କଲେ ବାଇକ ଚଲାଇବା ବେଳେ ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନେ ମଧ୍ୟ ସୁରକ୍ଷିତ ଯାତୟତ କରିପାରିବେ।

ଟ୍ରାଫିକ୍‌ ନିୟମ ପାଳନ କରନ୍ତୁ:-

ବାଇକ୍‌ ଚଲାଉଥିବା ବ୍ୟକ୍ତି ପ୍ରଥମେ ଟ୍ରାଫିକ୍‌ ନିୟମ ପାଳନ କରିବା ନିହାତି ଜରୁରୀ। ଯଦି ଆପଣ ଟ୍ରାଫିକ୍ ନିୟମ ପାଳନ କରୁଛନ୍ତି ସୁରକ୍ଷିତ ରହିପାରିବେ। ବାଇକ୍ ଚଲାଇବା ସମୟରେ ସବୁବେଳେ ହେଲମେଟ୍‌ ପିନ୍ଧନ୍ତୁ। ଯଦି କୌଣସି ଦୁର୍ଘଟଣା ଘଟିଲା ହେଲମେଟ୍‌ ଆପଣଙ୍କ ମୁଣ୍ଡକୁ ଗଭୀର ଆଘାତ ଲାଗିବାରୁ ରକ୍ଷା କରିବ। ଏହାସହିତ ସବୁବେଳେ ରାସ୍ତାରେ  ସଠିକ୍‌ ଦିଗରେ ଗାଡି ଚଲାନ୍ତୁ। ଜିଗ୍‌ ଜ୍ୟାଗ୍‌ ରାଇଡିଂଙ୍ଗ୍ ସବୁବେଳେ ବିପଦପୂର୍ଣ୍ଣ ହୋଇଥାଏ। ରାସ୍ତା ପରିବର୍ତ୍ତନ କିମ୍ୱା  ଟନିଂ କରିବା ସମୟରେ ଇଣ୍ଡିକେଟର ବ୍ୟବହାର କରନ୍ତୁ।

ଆଲର୍ଟ ରୁହନ୍ତୁ:-

ବାଇକ୍ ଚଲାଇବା ସମୟରେ ସାବଧାନ ରହିବା ଉଚିତ। କେତେକ ଲୋକ ବାଇକ୍ ରାଇଡ୍‌ କରିବା ବେଳେ ରାସ୍ତା ପରିବର୍ତ୍ତନ କରିଥାନ୍ତି। ଫଳରେ  ସାମ୍ନାରେ ଆସୁଥିବା ଗାଡି ସହ ଧକ୍କା ଦେବାର ଆଶଙ୍କା ରହିଥାଏ।  ଏହାସହିତ ଆଗରେ ଚାଲୁଥିବା  କାର୍‌ ଓ ବାଇକ୍ ମୁଭମେଣ୍ଟ୍‌ ପରେ ନଜର ରଖିବା ଦରକାର। କିଛି ଲୋକ ହଠାତ୍‌ ରାସ୍ତାର ଦିଗ ପରିବର୍ତ୍ତନ କରିଥାନ୍ତି। ଏହି ସମୟରେ ଆପଣ ଧ୍ୟାନ ନ ଦେଲେ  ଦୁର୍ଘଟଣାର ସମ୍ମୁଖୀନ ହୋଇପାରନ୍ତି।

ରାସ୍ତା ଦେଖି ନିଜ ଗାଡିର ସ୍ପିଡ୍‌ ସ୍ଥିର କରନ୍ତୁ:-

ସାଧାରଣତଃ ଦେଖାଯାଏ ଯୁବକମାନେ  ଦ୍ରୁତ ଗତିରେ  ବାଇକ୍ ଚଲାଇଥାନ୍ତି। ଯଦି ଆପଣ ଦ୍ରୁତ ଗତିରେ ବାଇକ୍ ଚଲାଉଛନ୍ତି ତେବେ ଏସବୁ ଦିଗପ୍ରତି ସବୁବେଳେ ଧ୍ୟାନ ରହିବା ଉଚିତ। ସେହିପରି କିଛି ରାସ୍ତାରେ ଖାଲ ଖମା ରହିଥାଏ। ବାଇକ୍ ସ୍ପିଟ୍‌ ଅଧିକ ଥିଲେ  ରାସ୍ତାରେ ଥିବା ଏହି ଖାଲ ଖମା ଯୋଗୁଁ ଜୀବନ ଚାଲିଯିବାର ଆଶଙ୍କା ମଧ୍ୟ ରହିଥାଏ। ତେଣୁ  ଏମତି  ଖାଲଖମା ରାସ୍ତାରେ ବାଇକ୍‌ ଚଲାଇବା ବେଳେ ନିଜ ସୁରକ୍ଷା ପ୍ରତି ଅଧିକ ଯତ୍ନବାନ ହୁଅନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button