ଓଡିଶା

ନିଶା କବଳରେ ନାବାଳକ ଓ ଯୁବକ

କେନ୍ଦ୍ରାପଡ଼ା: ଶିଳ୍ପ ବିହୀନ ଚାଷୀ ପରିବେଶିତ ଜିଲ୍ଲା ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା । ଏହି ଜିଲ୍ଲା ଏବେ ନିଶା କବଜାରେ କବଳିତ  ବିଭିନ୍ନ ମାଦକ ଦ୍ରବ୍ୟର ବିପୁଳ ବ୍ୟବହାରକୁ ନେଇ ଜିଲ୍ଲାରେ ଚିନ୍ତା ବଢୁଛି । ମଦ, ହେରୋଇନ୍, ଚରସ, ବ୍ରାଉନସୁଗର, ଗଞ୍ଜଇ ଭଳି ମାରାତ୍ମକ ନିଶାରେ ଜିଲ୍ଲାର ବହୁ ନାବାଳକଙ୍କ ଠାରୁ ଆରମ୍ଭ କରି ଯୁବକମାନେ କବଳିତ ହୋଇପଡିଛନ୍ତି । ତେବେ ଏସବୁ ମାଦକ ଦ୍ରବ୍ୟ ଏଠାରେ ସହଜରେ ଉପଲବ୍ଧ ହୋଇପାରୁଛି, କିନ୍ତୁ ନିଶାର ତରିକା ବଦଳୁଛି । ସୁଲଭ ମୂଲ୍ୟରେ ଏବେ ନୂଆ ପ୍ରକାରର ଡ୍ରେନଡ୍ରାଇଟ୍ ଅଠାର ବହୁଳ ବ୍ୟବହାର ହେଉଥିବା ଅଭିଯୋଗ ହୋଇଛି । କେନ୍ଦ୍ରାପଡ଼ା ସହର ଓ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କିଶୋର ବୟସର ବାଳକ ଓ ଯୁବକମାନେ ଏହାଦ୍ଵାରା କବଳିତ ହୋଇପଡିଛନ୍ତି । ହାର୍ଡୱାର ଦୋକାନ ଓ ଅନ୍ୟ କିଛି ଦୋକାନରୁ ଡ୍ରେନଡ୍ରାଇଟ୍ ନାମକ ଅଠାକୁ ନିଶା ଭାବେ ବ୍ୟବହାର କରାଯାଉଥିବା ଆଲୋଚନା ହେଉଛି । ଏହି ମାରାତ୍ମକ ଡ୍ରେନଡ୍ରାଇଟ୍ ନିଶା ଶୁଙ୍ଘିବା ଦ୍ଵାରା ଜୀବନ ହାନି ହେବାର ଆଶଙ୍କା ରହିଥିଲେ ହେଁ କିଶୋର ଓ ଯୁବକ ମାନେ ଏହାର ଅବାଧ ବ୍ୟବହାର କରୁଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲାର ସହର, ପଟ୍ଟାମୁଣ୍ଡାଇ, ଡେରାବିଶ, ଚାନ୍ଦୋଳ, ଆଳି, ମହାକାଳପଡ଼ା, ରାଜନଗର, ଓ ରାଜକନିକା, ମାର୍ଶାଘାଇ ଅଞ୍ଚଳର ଦଶ ବର୍ଷରୁ ପନ୍ଦର ବର୍ଷର ନାବାଳକମାନେ ଏବେ ଏହି ଡ୍ରେନଡ୍ରାଇଟ୍  ନିଶାରେ କବଳିତ ହୋଇପଡିଛନ୍ତି । ସେମାନେ ନିୟମିତ ଏହାର ବ୍ୟବହାର କରୁଛନ୍ତି । ସେହିପରି ହାର୍ଡୱାର ଦୋକାନରେ ରଖାଯାଉଥିବା ଏହି ଅଠାକୁ ଏକ ରୁମାଲରେ ରଖୁ ଶୁଙ୍ଘିବା ପରେ ସେମାନେ ନିଶାରେ ଚୁର ହେଉଥିବା ଜଣାପଡିଛି । ସେହିପରି କିଛି ଯୁବକ ଏବେ ଟ୍ରେନଡ୍ରାଇଟ୍ ପାଇଁ ପ୍ରାୟ ପାଗଳ ହୋଇପଡିଛନ୍ତି । ତେଣୁ କେନ୍ଦ୍ରାପଡ଼ା ଜିଲ୍ଲାରେ ଡ୍ରେନଡ୍ରାଇଟ୍ ମିଳୁନଥିବା ଦେଖୁବାକୁ ମିଳିଛି । ଯାହାଫଳରେ ଏହି ଡ୍ରେନଡ୍ରାଇଟ୍ ଅଠାକୁ ନିଶାର ସେବନ କରୁଥିବା ବ୍ୟବହାରକାରୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବା ହେତୁ ବ୍ୟବସାୟୀମାନେ ଅଠାର ମୂଲ୍ୟ ପନ୍ଦର କୋଡିଏ ଟଙ୍କା ଥିବା ବେଳେ  ୪୦ ରୁ  ୬୦ ଟଙ୍କା ବିକ୍ରି କରୁଛନ୍ତି । ଏହାକୁ ନେଇ ଆଗାମୀ । ଦିନରେ ଜିଲ୍ଲାରେ ଅସାମାଜିକ ସନ୍ତୁଳନ ବିଗିଡ଼ିବା ସହିତ ଅପରାଧମୂଳକ କାର୍ଯ୍ୟ ବୃଦ୍ଧି ପାଇବାର ଆଶଙ୍କା ରହିଛି । ସେହିପରି ସହର ଓ ପଟ୍ଟାମୁଣ୍ଡାଇ ଓ ମାର୍ଶାଘାଇ ଠାରେ ନିୟମିତ କିଛି ନାବାଳକ ଏବେ ଡ୍ରେନଡ୍ରାଇଟ୍  ଅଠାକୁ ନେଇ ନିଶା ରୂପେ ବ୍ୟବହାର କରୁଥିବା  ଦେଖିବାକୁ ମିଳୁଛି । ଏହି ନାବାଳକମାନଙ୍କୁ  ଡ୍ରେନଡ୍ରାଇଟ୍ ବ୍ୟବହାର କରିବା କୌଶଳ ବିଭିନ୍ନ ଅଞ୍ଚଳରେ କିଛି ଯୁବକ ଓ ବୟସ୍କ ବ୍ୟକ୍ତି ସେମାନଙ୍କୁ ଶିକ୍ଷା ଦେଉଥିବା ଅଭିଯୋଗ ହୋଇଛି । ଯାହାଫଳରେ କୋମଳମତି ନାବାଳକଙ୍କ ଭବିଷ୍ୟତକୁ ଅନ୍ଧାର ଭିତରକୁ ଠେଲି ଦେଉଛନ୍ତି । ତେବେ ଜିଲ୍ଲାରେ ବଡ ବଡ ନିଶାଡି ବିଭିନ୍ନ ଅଞ୍ଚଳର ନାବାଳକମାନଙ୍କୁ ହାତ କରି ପ୍ରଥମେ ସେମାନଙ୍କ ଦ୍ୱାରା ଦୋକାନରୁ ବିଭିନ୍ନ ନିଶାଦ୍ରବ୍ୟ ମଗାଇଥାନ୍ତି । ତାପରେ ଧୀରେ ଧୀରେ ଏସବୁ ସେବନ କରିବାକୁ ସେମାନଙ୍କୁ ପାଖରେ ବସାଇ ଶିକ୍ଷା ଦେଇଥାନ୍ତି । ଯାହାଫଳରେ ନାବାଳକ ଓ ଯୁବ ସମାଜ ଏହି ବଡ ବଡ ନିଶାଡ଼ିଙ୍କ କବଳରେ ପଡିବା ପରେ ଆଉ ପଛକୁ ଫେରିବାର ବାଟ ପାଉନାହାନ୍ତି । ପ୍ରତ୍ୟେକ ଦିନ କେହିନା କେହି ଘରୁ ହେଉ ବା ବାହାରୁ ଟଙ୍କା ପଇସା ଚୋରାଇ ଆଣିବା ହେଉ କିମ୍ବ ଛୋଟମୋଟ ଚୋରି ଚକଟା କରି ସେହି ଅର୍ଥରେ ନିଶା ସେବନ କରୁଛନ୍ତି । ତେବେ ବର୍ତ୍ତମାନ ବିଭିନ୍ନ ନିଶାକୁ ପଛରେ ପକାଇ ଡ୍ରେନଡ୍ରାଇଟ୍  ନିଶା ସମସ୍ତଙ୍କୁ ପାଗଳା ବାୟା କରିଛି । ଡ୍ରେନଡ୍ରାଇଟ୍  ବିକ୍ରି ଉପରେ ଯଦି କଟକଣା ଲଗାନଯାଏ ତାହେଲେ ଆଗାମୀ ଦିନରେ ଏହାର ଶିକାର ହେବେ ବହୁ କୋମଳମତି । ନାବାଳକ ଯାହାଫଳରେ ଜିଲ୍ଲାରେ ବଢିଯିବ ଅପରାଧିକ ସଂଖ୍ୟା ତେଣୁ ତୁରନ୍ତ ଡ୍ରେନଡ୍ରାଇଟ୍  ବିକ୍ରି ଉପରେ କଟକଣା ଲଗାଇବାକୁ ସାଧାରଣରେ ଦାବି ହେଉଛି ।

Related Articles

Leave a Reply

Your email address will not be published. Required fields are marked *

Back to top button