ଓଡିଶା

ଯନ୍ତ୍ରଣା ଦେଉଛି ଜାତୀୟ ରାଜପଥ: ତିନି ଘଣ୍ଟା ଫସିଲା ଆମ୍ବୁଲାନ୍ସ, ବସ୍ ସମେତ ଶତାଧିକ ଗାଡ଼ି – bajravana

[ad_1]

କୋଇଡ଼ା: ଜାତୀୟ ରାଜପଥ ଯନ୍ତ୍ରଣା ଦେଉଛି। ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ାରୁ ରାଜାମୁଣ୍ଡା ଦେଇ ଯାଇଥିବା ୫୨୦ ନମ୍ବର ଜାତୀୟ ରାଜପଥ ବିମଲାଗଡ଼ ଓଭରବ୍ରିଜ ନିକଟରେ  ଚାଳକଙ୍କ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟୁଛି। ରାସ୍ତା ଅଧପନ୍ତରିଆ ଯୋଗୁଁ ପ୍ରତ୍ୟକ ଦିନ ଗାଡି ଠିକ୍ ଓଭରବ୍ରିଜ ତଳେ ବ୍ରେକ୍ ଡାଉନ ହେଉଛନ୍ତି ଯାହା ଫଳରେ ଦୈନନ୍ଦିନ ରାସ୍ତାରେ ଭିଡ଼ ଲାଗୁଛି। ବୁଧବାର ଦିନ ମଧ୍ୟ ବ୍ରେକ୍ ଡାଉନ ଫଳରେ ଆମ୍ବୁଲାନ୍ସ ସମେତ, ବହୁ ଯାତ୍ରୀବାହୀ ବସ୍ , ଶତାଧିକ ଚାରିଚକିଆ, ଶହ ଶହ ଟ୍ରକ୍ ଟିପର ରାସ୍ତାର ଉଭୟ ପାର୍ଶ୍ଵରେ ଯାମ୍ ଯୋଗୁଁ ତିନି ଘଣ୍ଟା ରୁ ଉର୍ଦ୍ଧ୍ଵ ଫସି ରହିଥିଲେ।

ଆମ୍ବୁଲାନ୍ଲ ସାଇରନ୍ ବଜାଇ ଚାଲିଥାଏ ହେଲେ ଉପାୟ କିଛି ନ ଥାଏ। ପରିଶେଷରେ ତିନି ଘଣ୍ଟା ପରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ପୁଲିସ୍ ବାହିନୀ କ୍ରେନ୍ ଯୋଗେ ବ୍ରେକଡାଉନ୍ ଗାଡ଼ି ବାହାର କଲା ପରେ ରାସ୍ତା ସ୍ଵାଭାବିକ ହୋଇଥିଲା। ହେଲେ ପ୍ରତ୍ୟକ ଦିନ ସମାନ ସ୍ଥିତି ରହୁଥିଲେ ସୁଦ୍ଧା ନା କାର୍ଯ୍ୟ ଶେଷ ହେଉଛି ନା ରାସ୍ତା ମରାମତି। ଲୋକଙ୍କ ଠାରୁ ଏ ରାସ୍ତା ପାଇଁ ୬ ମାସରୁ ଊର୍ଦ୍ଧ୍ଵ ହେଲାଣି ଟୋଲ୍ ଟ୍ୟାକ୍ସ ମୋଟା ଅଙ୍କରେ ଆଦାୟ ହେଉଛି ହେଲେ ଅଧପନ୍ତରିଆ ରାସ୍ତା ଯୋଗୁ ଯମ ଯନ୍ତ୍ରଣା ଭୋଗ କରୁଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button