ମନୋରଞ୍ଜନ

୧୧ ଦିନ ଭିତରେ ୪୦୦ କୋଟି ଟଙ୍କାର ନିକଟତର ହେଲା ସନ୍ନିଙ୍କ ‘ଗଦର୨’ – bajravana

[ad_1]

ମୁମ୍ବାଇ: ସନ୍ନି ଦେଓଲଙ୍କ ‘ଗଦର ୨’ ବର୍ତ୍ତମାନ ଭାରତୀୟ ବକ୍ସ ଅଫିସରେ ୪୦୦ କୋଟି ଟଙ୍କାର ବେପାରର ନିକଟରେ ପହଞ୍ଚିଛି। ଦ୍ୱିତୀୟ ରବିବାର ରେକର୍ଡ ଭାଙ୍ଗିବା ପରେ ଚଳଚ୍ଚିତ୍ରଟି ପ୍ରେକ୍ଷାଳୟରେ ଇତିହାସ ରଚନା କରିଛି। ଫିଲ୍ମଟି ରିଲିଜ୍‌ ହେବା ପରଠାରୁ ଏକାଦଶ ଦିନରେ (ଗତକାଲି) ସର୍ବନିମ୍ନ ବ୍ୟବସାୟ ରେକର୍ଡ କରିଛି। ତଥାପି ମଧ୍ୟ ଏହା ଖୁବ୍ ଭଲ ପ୍ରଦର୍ଶନ କରିଛି।

ବକ୍ସ ଅଫିସରେ ସନି ଦେଓଲ ଏବଂ ଅମିଷ‌ା ପଟେଲଙ୍କ ‘ଗଦର ୨’ ଏବେ ଇତିହାସ ସୃଷ୍ଟି କରିଛି। ଏହି ଚଳଚ୍ଚିତ୍ର ସାରା ଦେଶରେ ପ୍ରେକ୍ଷାଳୟକୁ ବହୁ ସଂଖ୍ୟାରେ ଦର୍ଶକଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଛି। ଅଗଷ୍ଟ ୨୧ ବା ଗତକାଲି ‘ଗଦର୨’ ଭାରତରେ ୧୪ କୋଟି ଟଙ୍କା ଆୟ କରିଥିଲା। ତେଣୁ, ଫିଲ୍ମର ମୋଟ ବକ୍ସ ଅଫିସ୍ କଲେକ୍ସନ୍ ବର୍ତ୍ତମାନ ୩୮୯.୧୦କୋଟିରେ ପହଞ୍ଚିଛି। ଏହା ଖୁବ ଶୀଘ୍ର ୪୦୦ କୋଟି ଟଙ୍କାର ବ୍ୟବସାୟ ଅତିକ୍ରମ କରିବ ବୋଲି ଆଶା କରାଯାଉଛି। ‘ଗଦର ୨’ର ଅଗଷ୍ଟ ୨୧ ତାରିଖର ରୋଜଗାର ପୂରା ବ୍ୟବସାୟର ୨୭.୫୦ ପ୍ରତିଶତ।

ଫିଲ୍ମଟି ‘ଗଦର: ଏକ ପ୍ରେମ କଥା’ର ଏକ ସିକ୍ୱେଲ ଅଟେ, ଯାହାକି ୧୯୪୭ ମସିହାରେ ଭାରତ-ପାକିସ୍ତାନ ବିଭାଜନ ଆଧାରରେ କରାଯାଇଛି। ୨୦୦୧ ମସିହାରେ ନିର୍ମିତ ହୋଇଥିବା ଫିଲ୍ମରେ ମୁଖ୍ୟ ଭୂମିକାରେ ସନ୍ନି ଦେଓଲ, ଅମିଷା ପଟେଲ୍‌ ଓ ଅମିଷାଙ୍କ ବାପା ଭୂମିତାରେ ଅମରେଶ ପୁରି ନଜର ଆସିଥିଲେ। ଫିଲ୍ମଟି ସେ ସମୟରେ ବ୍ଲକ୍‌ବଷ୍ଟର ହୋଇଥିବା ହେତୁ ନିର୍ଦ୍ଦେଶକ ଏହାର ଦ୍ବିତୀୟ ଭାଗ କାଢ଼ିବାକୁ ନିଷ୍ପତ୍ତି ନେଲେ। ଏବେ ‘ଗଦର୨’ ମଧ୍ୟ ବ୍ଲକ୍‌ବଷ୍ଟର୍‌ ହୋଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button