ଓଡିଶା

ନକ୍ସଲ ହିଂସା: ବୃଦ୍ଧଙ୍କୁ ନିର୍ମମ ହତ୍ୟା, ପୁଲିସ୍ ଇନ୍‌ଫର୍ମର ସଂଦେହ – bajravana

[ad_1]

ଧମକପୂର୍ଣ୍ଣ ପୋଷ୍ଟର ଜବତ

ରାଉରକେଲା: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତରେ ଥମୁନି ନକ୍ସଲ ହିଂସା। ଉଭୟ ରାଜ୍ୟର ପୁଲିସ ଓ ସିଆର୍‌ପିଏଫ୍‌ ଯବାନଙ୍କୁ ଚକ୍‌ମା ଦେଇ ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ ଘଟାଇ ଚାଲିଛନ୍ତି ନକ୍ସଲ। ସ୍ବାଧୀନତା ଦିବସ ପୂର୍ବ ରାତିରେ ୨ ଯବାନ ସହିଦ ହେବା ଘଟଣାକୁ ସପ୍ତାହ ନ ପୁରୁଣୁ ନକ୍ସଲମାନେ ଆଜି ପୁଣି ବର୍ବର କାଣ୍ଡ ଭିଆଇଛନ୍ତି। ପୁଲିସ ଇନ୍‌ଫର୍ମର ସନ୍ଦେହରେ ଜଣେ ବୃଦ୍ଧଙ୍କ ଗଳାକାଟି ନିର୍ମମ ଭାବେ ହତ୍ୟା କରିଛନ୍ତି। ଏମିତି ଛାତିଥରା ଘଟଣା ଘଟିଛି ବିଶ୍ରା ଠାରୁ ମାତ୍ର ୪୫ କିମି ଦୂର ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲାର ଗୋଏଲକେରା ଥାନା ଅନ୍ତର୍ଗତ ଗିତିଲପି ଗ୍ରାମ ନିକଟରେ। ମୃତକ ହେଲେ ଗୋଏଲକେରା କଦମଡ଼ିହିର ରାନ୍ଦୋ ସୁରିନ୍‌(୬୦)। ଘଟଣାସ୍ଥଳରେ ନକ୍ସଲମାନେ ଛାଡ଼ିଯାଇଥିବା ଧମକପୂର୍ଣ୍ଣ ପୋଷ୍ଟରକୁ ପୁଲିସ ଜବତ କରିଛି। ଯେଉଁଥିରେ ପୁଲିସର ଦଲାଲଗିରି ଛାଡ଼ି କଠିନ ପରିଶ୍ରମ କରି ବଞ୍ଚନ୍ତୁ ବୋଲି ଆହ୍ବାନ ଦିଆଯାଇଛି।

କେବଳ ଏତିକି ନୁହେଁ, ଯେଉଁମାନେ ପୁଲିସ ଇନଫର୍ମରଭାବେ କାମ କରୁଛନ୍ତି, ସେମାନେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ଭାକପା) ଆଗରେ ଆତ୍ମସମର୍ପଣ କରନ୍ତୁ, ସେମାନଙ୍କୁ ରାଜକ୍ଷମା ଦିଆଯିବ। ନ ହେଲେ ଭବିଷ୍ୟତରେ ବୃଦ୍ଧଙ୍କ ଭଳି ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ପୋଷ୍ଟରରେ ଚେତାବନୀ ଦିଆଯାଇଛି। ପୁଲିସ ବୃଦ୍ଧଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରିଛି। ନକ୍ସଲମାନଙ୍କୁ ଧରିବାକୁ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ୍‌କୁ ଜୋରଦାର କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଗତ ୮ ତାରିଖ ପୂର୍ବାହ୍ନରେ କୋହ୍ଲାଣ ଜଙ୍ଗଲରେ ସିଆର୍‌ପିଏଫ୍‌ ଯବାନ ଓ ନକ୍ସଲ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ନକ୍ସଲ ଗୁଳିରେ ସିଆର୍‌ପିଏଫ୍‌ରେ କାର୍ଯ୍ୟରତ ଓଡ଼ିଆ ଯବାନ ସୁଶାନ୍ତ କୁମାର ଖୁଣ୍ଟିଆ ସହିଦ ହୋଇଥିଲେ ଏବଂ ଅନ୍ୟଜଣେ ଯବାନ ମୁନ୍ନାଲାଲ ଯାଦବ ଗୁରୁତର ଆହତ ହୋଇଥିଲେ। ଉକ୍ତ ଘଟଣାର ସପ୍ତାହେ ମଧ୍ୟରେ ଅଗଷ୍ଟ ୧୪ ତାରିଖ ରାତିରେ ନକ୍ସଲମାନେ ବଡଧରଣର ହିଂସାକାଣ୍ଡ ଘଟାଇଥିଲେ। ଏଥିରେ ଝାଡ଼ଖଣ୍ଡ ଜାଗୁଆର ପୁଲିସର ଦୁଇ ଯବାନ ସହିଦ ହୋଇଥିଲେ। ଉକ୍ତ ଘଟଣାକୁ ପୁଣି ସପ୍ତାହେ ନପୂରୁଣୁ ଚଳିତ ମାସର ତୃତୀୟ ହିଂସା ଓ ହତ୍ୟାକାଣ୍ଡ ଘଟାଇଛନ୍ତି ନକ୍ସଲ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button