ଓଡିଶା
ଜଗା- କାଳିଆଙ୍କୁ ଓଡ଼ିଶା ଆଣିବାକୁ ଅମଙ୍ଗ ବାପା
ଭୁବନେଶ୍ୱର:- ଜଗା-କାଳିଆଙ୍କୁ ଓଡ଼ିଶା ଫେରାଇ ଆଣିବାକୁ ଚାହୁଁନାହାନ୍ତି ତାଙ୍କ ବାପା ଭୂୟାଁ କହଁର। ଦିଲ୍ଲୀ ଏମ୍ସରେ ଏବେ ଚିକିତ୍ସିତ ହେଉଥିବା ଜଗା କାଳିଆଙ୍କ ମଧ୍ୟରୁ କାଳିଆ ଏବେ ବି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନାହାନ୍ତି। ପାଇପ ଯୋଗେ ସେ ଖାଦ୍ୟ ଗ୍ରହଣ କରୁଛନ୍ତି। ତେଣୁ ଆଉ ୨ ମାସ ଏମ୍ସରେ ରହିବାକୁ ଚାହୁଁଛନ୍ତି। ଯଦି ସେ ଓଡ଼ିଶା ଫେରନ୍ତି ଭୁବନେଶ୍ୱର ଏମ୍ସରେ ରହିବାକୁ ଚାହଁୁଥିବା କହିଛନ୍ତି ଭୂୟାଁ।