ଓଡିଶା

ବାଇକ୍‌ରୁ ପଡି ମହିଳା ମୃତ – bajravana

[ad_1]

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅଧୀନ ଜାଡଧାର ଗ୍ରାମ ନିକଟରେ ବାଇକ୍‌ରୁ ଭାରସାମ୍ୟ ହରାଇ ତଳେ ପଡି ଜଣେ ମହିଳା ମୃତ୍ୟୁ ବରଣ କରିଛନ୍ତି। ନୟାଗଡ ଜିଲ୍ଲା ଓଡଗାଁ ଥାନା ଗ୍ରାମର ଶ୍ୟାମ ନାୟକଙ୍କ ପତ୍ନୀ କୁମାରୀ ନାୟକ(୫୩) ମକରାପଲ୍ଲୀ ଗ୍ରାମରୁ ନିଜ ପୁତୁରା ସହ ବାଇକ୍‌ରେ କଳିଙ୍ଗପଦର ଗ୍ରାମ ନିଜ ବାପ ଘରକୁ ଯାଉଥିବା ସମୟରେ ଜାଡଧାର ନିକଟରେ ଭାରସାମ୍ୟ ହରାଇ ବାଇକ୍‌ରୁ ​ତଳେ ପଡିଯାଇଥିଲେ। ଯାହା ଫଳରେ ମୁଣ୍ଡାର ପ୍ରବଳ ଆଘାତ ଲାଗିବାରୁ ପ୍ରବଳ ରକ୍ତସ୍ରାବ ହୋଇ ମୃତ୍ୟୁ ଘଟିଥିଲା। ଖବର ପାଇ ପୁଲିସ୍‌ ସେଠାରେ ପହଞ୍ଚି ମୃତଦେହ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ପଠାଇବା ସହ କେସ୍‌ ନମ୍ବର ୨୮୩ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ ହୋଇଥିବା ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ସମୀର କୁମାର ରାଉତ ପ୍ରକାଶ କରିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button