ଅପରାଧ

କାଳିମାଡ଼ ହେବାପରେ ବିଜେପି ପ୍ରାର୍ଥୀ ଦେଲେ ଏଭଳି ପ୍ରତିକ୍ରିୟା – bajravana

[ad_1]

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ମଉର ଘୋସି ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବ। ଏଥିପାଇଁ ସେପ୍ଟେମ୍ବର ୫ ତାରିଖରେ ଭୋଟଦାନ ରହିଥିବା ବେଳେ ସେପ୍ଟେମ୍ବର ୮ ତାରିଖରେ ଏହାର ଗଣତି ହେବାର ଖବର ରହିଛି।

ଏହି ଉପନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପିରେ ସାମିଲ ହୋଇଥିବା ଦାରା ସିଂହ ଚୌହ୍ବାନ ନିର୍ବାଚନ ଜିତିବା ପାଇଁ ନିଜର ପାରୁପାର୍ଯ୍ୟନ୍ତ ଚେଷ୍ଟା ଜାରି ରଖିଛନ୍ତି। ଏହି କ୍ରମରେ ରବିବାର ବିଧାନସଭା ମଣ୍ଡଳୀରେ ନିର୍ବାଚନ ପ୍ରଚାର ପାଇଁ ଦାରା ସିଂହ ଚୌହ୍ବାନ ବାହାରିଥିଲେ। ଏହି ସମୟରେ ତାଙ୍କ ଉପ‌ରେ ଲୋକେ କାଳି ଫିଙ୍ଗିଥିଲେ। ଏହି ଘଟଣା କୋପାଗଞ୍ଜ ଥାନା ଅଞ୍ଚଳର ଉଦରି ମୋହଲ୍ଲେରେ ଘଟିଛି।

ବିଜେପିର ଜିଲ୍ଲା ଅଧ୍ୟକ୍ଷ ପ୍ରବୀଣା ଗୁପ୍ତ‌ା କହିଛନ୍ତି,‘ଏଭଳି ଲଜ୍ଜାକର ଘଟଣା ସମାଜବାଦୀ ପାର୍ଟି ହିଁ ଘଟାଇ ପାରିବ। ସୋନୁ ଯାଦବ ଓରଫ ଡାଇମଣ୍ଡ ନାମକ ଯୁବକ ଦଳର ପ୍ରାର୍ଥୀଙ୍କ ପରେ କାଳିମାଡ଼ କରିଛି। ଏହି ଘଟଣାର ଅଭିଯୋଗ ପୁଲିସରେ କରାଯାଇଛି। ପୁଲିସ କାଳିମାଡ଼ କରିଥିବା ସୋନୁକୁ ଖୋଜୁଛି।’

ସେହିପରି ଏହି ଘଟଣାକୁ ନେଇ ଦାରା ସିଂହ କହିଛନ୍ତି, ‘ଏହି ନିର୍ବାଚନକୁ ନେଇ ଉଭୟ ରାଜ୍ୟ ଓ ଦେଶର ନଜର ରହିଛି। ନିର୍ବାଚନ ହେବାକୁ ଥିବା ଆସନ ପାଇଁ ବିଜେପିକୁ ମିଳୁଥିବା ସମର୍ଥନକୁ ଦେଖି ବି‌ରୋଧୀ ଦଳ ପାଖରେ ଦାନ୍ତ କାମୁଡ଼ି ହେବା ଛଡ଼ା ଆଉ କିଛି ଉପାୟ ନାହିଁ। ତେଣୁ ସେମାନେ ଏଭଳି କାଣ୍ଡ କରି ନିଜର ପରାଜୟକୁ ନିର୍ବାଚନ ପୂର୍ବରୁ ସ୍ବୀକାର କରିଛନ୍ତି।’

ଗତ କାଲି ଏମିତି ଏକ ଘଟଣା ପୁରୀ ଜିଲ୍ଲା ସତ୍ୟବାଦୀରେ  ଦେଖିବାକୁ ମିଳିଥିଲା। ସତ୍ୟବାଦୀ ୟୁଜିଏସ କଲେଜ କାର୍ଯ୍ୟକ୍ରମକୁ ଯାଉଥିବା ବେଳେ ୫ଟି ସଚିବଙ୍କ ଉପରେ କାଳିମାଡ଼ ହୋଇଥିଲା। କେବଳ ୫ଟି ସଚିବ ନୁହେଁ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଉପରେ ମଧ୍ୟ କାଳିମାଡ଼ ହୋଇଥିଲା। କାଳିମାଡ଼ କରିଥିବା ବ୍ୟକ୍ତିଙ୍କୁ ପୁଲିସ ଉଠାଇ ନେଇଛି। କାଳିମାଡ଼ କରିଥିବା ବ୍ୟକ୍ତି କଣାସ ଅଞ୍ଚଳର ଭାସ୍କର ସାହୁ ବୋଲି ଜଣାପଡ଼ିଛି। ଯାହାଙ୍କୁ ପୁଲିସ ଗିରଫ ପରେ ଆଜି ଛାଡ଼ି ଦେଇଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button