ଓଡିଶା

ଏସ୍‌ଆଇଙ୍କ ମୁଣ୍ଡରେ ହାତୁଡ଼ି ପାହାର: ଜେଲ୍‌ ଗଲେ ୪, ହାତକୁ କାମୁଡ଼ି ଖସିଗଲା ମାଷ୍ଟରମାଇଣ୍ଡ – bajravana

[ad_1]

ଜାଳିଦେଲେ ବାଇକ

ଧଉଳି: ଧଉଳି ଥାନା ଅଧୀନ ଲିଙ୍ଗିପୁର ବିଦ୍ୟୁତ ସବଷ୍ଟେସନ ନିକଟରେ ଏକ ପରିତ୍ୟକ୍ତ କୋଠାଘରେ ଅପରାଧ ଘଟାଇବା ପାଇଁ ଆଡ୍ଡା ଜମାଇଥିବା ଏକ ଗ୍ୟାଙ୍ଗକୁ ଧରିବାକୁ ଯାଇ ଧଉଳି ଥାନା ପୁଲିସ ଆକ୍ରମଣର ଶିକାର ହୋଇଛି। ଅପରାଧୀଙ୍କ ଆକ୍ରମଣରେ ଏସଆଇ ସନ୍ତୋଷ ବଳ (୨୮) ଓ ହାବିଲଦାର ରାଜକିଶୋର ବାଗ ଗୁରୁତର ଆହତ ହୋଇଛନ୍ତି। ହାତୁଡ଼ାରେ ଜଣେ ଅଭିଯୁକ୍ତ ଏସଆଇ ବଳଙ୍କ ଉପରେ ଆକ୍ରମଣ କରିଥିଲେ ହେଁ ଉପସ୍ଥିତ ସାଥୀ ପୁଲିସ କର୍ମଚାରୀ ତାକୁ କାବୁ କରି ନେଇଥିଲେ। ଦୀର୍ଘ ସମୟ ଧରି ପୁଲିସ ଓ ଅପରାଧୀଙ୍କ ମଧ୍ୟରେ ମାରପିଟ ଚାଲିଥିଲା। ସ୍ପେଶାଲ ସ୍କ୍ବାର୍ଡ଼ ଓ ପୁଲିସ କଣ୍ଟ୍ରୋଲ ରୁମକୁ ଖବର ଯାଇଥିଲା। ଖବର ପାଇ ଧଉଳି ଥାନା ଅଧିକାରୀ ଚିତ୍ତରଞ୍ଜନ ରାଉତ ସଦଳବଳେ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୁଲିସ ୪ ଜଣ ଅଭିଯୁକ୍ତଙ୍କୁ କାବୁ କରିବାରେ ସଫଳ ହୋଇଥିଲା। ଘଟଣାରେ ସଂପୃକ୍ତ ଆଉ ୮ ଜଣ ଖସି ପଳାଇଥିବା ଜଣାପଡ଼ିଛି। ବିଭିନ୍ନ ଥାନା ଅଞ୍ଚଳରେ ଅନେକ ଅପରାଧିକ ମାମଲା ଥିବା ମାଷ୍ଟର ମାଇଣ୍ଡ କୁହାଯାଉଥିବା ହାପି ଜଣେ ପୁଲିସ କର୍ମଚାରୀଙ୍କ ହାତକୁ କାମୁଡ଼ି ଘଟଣାସ୍ଥଳରୁ ଖସି ପଳାଇଥିଲା।

ଗିରଫ ହୋଇଥିବା ଅପରାଧୀ ହେଉଛନ୍ତି ବଡ଼ଗଡ଼ ଥାନା ଅଞ୍ଚଳର କାଳନ୍ଦୀ ପାତ୍ର, ଶିଶୁପାଳଗଡ଼ ଅଞ୍ଚଳର ଅଭିଷେକ ନାୟକ, ପୁରୀ ଜିଲ୍ଲା ଟାଉନ ଥାନା ଅଞ୍ଚଳର ସିଦ୍ଧାନ୍ତ ମିଶ୍ର ଏବଂ ‌ବାଲୁଗାଁ ଅଞ୍ଚଳର ସୁଜିତ ମହାରଣା। ଅଦାଲତରେ ଜାମିନ ଖାରଜ ହୋଇଯିବାରୁ ସେମାନଙ୍କୁ ଝାରପଡ଼ାସ୍ଥ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଘଟଣାସ୍ଥଳରୁ ପୁଲିସ ଏକ ସ୍କୁଟି ସମେତ ବାଇକ, ଚାପଡ଼, ଛୁରା ଓ ଛୋଟ ଶାବଳ ଜବତ କରିଛି। ଜୋନ୍- ୨ ଏସିପି ଗିରିଜା ଶଙ୍କର ଚକ୍ରବର୍ତ୍ତୀଙ୍କ ସୂଚନା ଅନୁସାରେ, ଗିରଫ ହୋଇଥିବା ୪ ଜଣଯାକ ଅଭିଯୁକ୍ତଙ୍କ ବିରୋଧରେ ବିଭିନ୍ନ ଥାନାରେ ଦାଦାବଟି, ଚୋରି , ଡକାୟତି, ଗଣ୍ଡଗୋଳ ଓ ହତ୍ୟା ଉଦ୍ୟମ ଭଳି ଗୁରୁତର ମାମଲା ରହିଛି। ଅଭିଯୁକ୍ତମାନଙ୍କ ବୟାନ ଓ ସିସି କ୍ୟାମେରା ଆଧାରରେ ଅନ୍ୟ ଅପରାଧୀମାନଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଏସିପି ଚକ୍ରବର୍ତ୍ତୀ କହିଛନ୍ତି।

ଏହି ପରିତ୍ୟକ୍ତ ଘରେ ରାତି ପ୍ରାୟ ୧୧ଟା ୧୫ ମିନିଟ ସମୟରେ କିଛି ପେସାଦାର ଅପରାଧୀ ଭୁବନେଶ୍ବର – କଟକ ଜାତୀୟ ରାଜପଥରେ ଡକାୟତି କରିବା ପାଇଁ ମାରଣାସ୍ତ୍ରରେ ସଜ୍ଜିତ ହୋଇ ପ୍ରସ୍ତୁତି ଚଳାଇଥିବା ନେଇ କୌଣସି ସୂତ୍ରରୁ ପୁଲିସ ଖବର ପାଇଥିଲା। ଖବର ପାଇ ଏସ୍‌ଆଇ ସନ୍ତୋଷ ବଳ, ହାବିଲଦାର ରାଜକିଶୋର ବାଗ, ଏଏସଆଇ ପ୍ରମୋଦ ଲେଙ୍କା ଓ କନଷ୍ଟବଲ ସପନି ସେଠୀ ଅତର୍କିତ ଚଢ଼ଉ କରିଥିଲେ। ଉକ୍ତ କୋଠା ଭିତରେ ବ୍ୟାପକ ଜଳାପୋଡ଼ା ହୋଇଥିବା କୁହା ଯାଉଛି। ଜଳି ଯାଇଥିବା ଏକ ବାଇକ୍, ଗ୍ୟାସ୍‌ ସିଲିଣ୍ଡର ଓ ଅନ୍ୟ ଆସବାବପତ୍ର ତା’ ଭିତରେ ଅଛି। କିନ୍ତୁ ପୋଡ଼ାଜଳା ସଂପର୍କରେ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ମିଳିନାହିଁ। କୌଣସି କାରଣରୁ ଏ ସଂପର୍କରେ ପୁଲସ ମୁହଁ ଖୋଲୁନି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button