ଓଡିଶା

ଓଏସ୍‌ଓୟୁ କୁଳପତି ପାଇଁ ବିଜ୍ଞପ୍ତି ପ୍ରକାଶ: ଜାନୁଆରି ୩୧ ସୁଦ୍ଧା ଆବେଦନ – bajravana

[ad_1]

ଭୁବ‌ନେଶ୍ବର: ସମ୍ବଲପୁରସ୍ଥିତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ(ଓଏସ୍‌ଓୟୁ)ର ନୂତନ କୁଳପତି ଚୟନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଗ୍ରହୀ ଯୋଗ୍ୟ ପ୍ରଫେସର ୨୦୨୪ ଜାନୁଆରି ୩୧ ସୁଦ୍ଧା ଆବେଦନ କରିପାରିବେ। ଉଚ୍ଚଶିକ୍ଷା ବିଭାଗ ସଚିବଙ୍କ ଦ୍ବାରା ବିଜ୍ଞପ୍ତି ଅନୁଯାୟୀ କୁଳପତି ପଦବି ଲାଗି ଯେଉଁମାନେ ଆବେଦନ କରିବେ ଜାନୁଆରି ୩୧ ସୁଦ୍ଧା ତାଙ୍କ ବୟସ ୬୨ ବର୍ଷରୁ କମ୍‌ ହୋଇଥିବ। ଆବେଦନକାରୀଙ୍କର ବିଶ୍ବବିଦ୍ୟାଳୟ ବ୍ୟବସ୍ଥାରେ ୧୦ ବର୍ଷର ପ୍ରଫେସର ଅଭିଜ୍ଞତା ଏବଂ ଯଥେଷ୍ଟ ପ୍ରଶାସନିକ ଓ ଶୈକ୍ଷିକ ଦକ୍ଷତା ରହିଥିବ। ବିଶ୍ବବିଦ୍ୟାଳୟ ବ୍ୟତୀତ ଅନ୍ୟାନ୍ୟ ଗବେଷଣାଭିତ୍ତିକ ଅନୁଷ୍ଠାନରେ ଗବେଷକ ବା ବୈଜ୍ଞାନିକ ହିସାବରେ ୧୦ ବର୍ଷର ଅଭିଜ୍ଞତା ଓ ପ୍ରଫେସର ବର୍ଗର ସମାନ ପଦରେ ରହିଥିବେ।

କୁଳପତି ଭାବେ ନିଯୁକ୍ତ ହେବା ପରେ ମାସକୁ ୨ ଲକ୍ଷ ୧୦ ହଜାର ଟଙ୍କା ଦରମା ପାଇବେ। ଏଥିସହ ମାସକୁ ୧୧,୨୫୦ ଟଙ୍କାର ସ୍ବତନ୍ତ୍ର ଭତ୍ତା ଓ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳିବ। କାର୍ଯ୍ୟରେ ଯୋଗଦେବାଠାରୁ କୁଳପତିଙ୍କର କାର୍ଯ୍ୟକାଳ ୩ ବର୍ଷ ହେବ। ନଚେତ୍‌ ୬୫ ବର୍ଷ ବୟସ ପର୍ଯ୍ୟନ୍ତ କୁଳପତି ପଦବିରେ ରହିପାରିବେ। ଆଗ୍ରହୀ ପ୍ରଫେସରମାନେ ନିର୍ଦ୍ଧାରିତ ଆବେଦନପତ୍ର ପୂରଣ କରି ‘[email protected]’ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନକାରୀ ପିଡିଏଫ୍‌ ଫର୍ମା‌ଟ୍‌ରେ ଜାନୁଆରି ୩୧ ସୁଦ୍ଧା ପଠାଇ ପାରିବେ। ଏହାବ୍ୟତୀତ ଗୋଟିଏ ସେଟ୍‌ ଆବେଦନପତ୍ର(ହାର୍ଡକପି) ସହ ସମସ୍ତ ଡକ୍ୟୁମେଣ୍ଟ ସଂଯୋଗ କରି ସ୍ପିଡ୍‌ପୋଷ୍ଟରେ ପଠାଇପାରିବେ। ନିର୍ଦ୍ଧାରିତ ସମୟ ପରେ ପହଞ୍ଚିଥିବା କୌଣସି ଆବେଦନପତ୍ରକୁ ଗ୍ରହଣ କରାଯିବ ନାହିଁ। ଆବେଦନକାରୀମାନେ ‘www.dheodisha.gov.in’ ରୁ ଆବେଦନ ଫର୍ମ ଡାଉନ୍‌ଲୋଡ କରିପାରିବେ। ଏଥିସହ ଉକ୍ତ ବିଶ୍ବବିଦ୍ୟାଳୟ ୱେବସାଇଟ୍‌ ‘www.osou.ac.in’ ରେ ମଧ୍ୟ ଫର୍ମ ଉପଲବ୍ଧ ହେଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button