ଅପରାଧ

ମା’ ହାତ ଧରିଲେ, ଭାଇ ଧରିଲା ଗୋଡ; ଇଚ୍ଛା ବିରୋଧରେ ବିବାହ କରିଥିବାରୁ ଗଳା ଚିପି ହତ୍ୟା କଲେ ବାପା – bajravana

[ad_1]

ଗୁରୁଗ୍ରାମ: ମା’ ହାତ ଧରିଲେ, ଭାଇ ଧରିଲା ଗୋଡ। ଇଚ୍ଛା ବିରୋଧରେ ବିବାହ କରିଥିବାରୁ ଗଳା ଚିପି ହତ୍ୟା କଲେ ବାପା। ଗୁରୁଗ୍ରାମରେ ଘଟିଛି ଏଭଳି ହୃଦୟ ଥରା ଘଟଣା। ଅଗଷ୍ଟ ୧୭ତାରିଖ ସକାଳ ସମୟରେ ଜ୍ବାଇଁ ଘରେ ନଥିବା ଜାଣି ମୃତକଙ୍କ ମା’-ବାପା ଓ ଭାଇ ଘରେ ପହଞ୍ଚିବା ସହ ଯୁବତୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ସାମ୍ନାକୁ ଆସିଛି। ଏନେଇ ଅଭିଯୋଗ ହେବା ପରେ ଏବେ ପୁଲିସ ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ମୃତକଙ୍କ ନାମ ଅଞ୍ଜଳି ବୋଲି ଚିହ୍ନଟ କରାଯାଇଛି।

ପୁଲିସ ଦେଇଥିବା ସୂଚନା ମୁତାବକ, ମୃତକ ଅଞ୍ଜଳି ଏବଂ ତାଙ୍କ ସ୍ବାମୀ ସନ୍ଦୀପ ସମାନ ଗାଁ ସୁରୈତିର ବାସିନ୍ଦା ଅଟନ୍ତି। ଅଞ୍ଜଳି ଜାଟ ପରିବାରର ଏବଂ ସନ୍ଦୀପ ବ୍ରାହ୍ମଣ ପରିବାରର। ଦୁହେଁ ପରସ୍ପରକୁ ଭଲ ପାଉଥିଲେ ଏବଂ ଡିସେମ୍ବର ୧୯, ୨୦୨୨ ରେ ପରିବାରର ଇଚ୍ଛା ବିରୋଧରେ ଦୁହେଁ ମନ୍ଦିରରେ ବିବାହ କରିଥିଲେ। ବିବାହ ପରେ ଜୀବନପ୍ରତି ବିପଦ ଥିବା ଜାଣି ଦୁହେଁ ଗାଁ ଛାଡି ଗୁରୁଗ୍ରାମର ସେକ୍ଟର ୧୦୨ରେ ରହିବାକୁ ଆସିଥିଲେ।

ଘଟଣା ଦିନ ତିଜ୍ ପାଇଁ ସନ୍ଦୀପ ନିଜ ଭଉଣୀକୁ ଭେଟିବାକୁ ଯାଇଥିବା ବେଳେ ଘରେ ଏକା ଥିଲେ ଅଞ୍ଜଳି। ଏହାର ଫାଇଦା ଉଠାଇ ଅଞ୍ଜଳିଙ୍କ ମା’-ବାପା ଓ ଭାଇ ଘରେ ପହଞ୍ଚିବା ସହ ଯୁବତୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ମା’ ହାତ ଧରିଥିବା ବେଳେ ଗୋଡ଼ ଧରିଥିଲା ଭାଇ। ଏହା ପରେ ଅଞ୍ଜଳିଙ୍କ ବାପା ତାଙ୍କ ଗଳା ଚିପି ହତ୍ୟା କରିଥିଲେ। ହତ୍ୟା ପରେ ୩ଜଣ ମୃତଦେହକୁ ନେଇ ନିଜ ଗାଁକୁ ଫେରିବା ବାଟରେ ପଡ଼ୁଥିବା ଜଙ୍ଗଲରେ ଅନ୍ତିମ ସଂସ୍କାର କରିଥିଲେ। ଏବିଷୟରେ ଗାଁରେ ଥିବା ସନ୍ଦୀପଙ୍କ ସାଙ୍ଗ ତାଙ୍କୁ ଖବର ଦେବା ପରେ ସନ୍ଦୀପ ପୁଲିସରେ ଅଭିଯୋଗ କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button