ସବରେଜିଷ୍ଟର ଅଫିସର କିରାଣୀଙ୍କ ସହ ମିଶି ପ୍ରସ୍ତୁତ କଲେ ଜାଲ କାଗଜପତ୍ର – bajravana
[ad_1]
ଭୁବନେଶ୍ୱର: ଜମି ଜାଲିଆତି ମାମଲାରେ ଆକ୍ସନ ମୋଡ଼ରେ କମିସନରେଟ ପୁଲିସ | ସ୍ପେଶାଲ କ୍ରାଇମ ୟୁନିଟ ଆଜି ୫ ପେସାଦାର ଅପରାଧୀଙ୍କୁ ଗିରଫ କରିଛି | ମିଳିଥିବା ସୂଚନା ମୁତାବକ ଚନ୍ଦକା ଥାନାରେ ପୂର୍ବରୁ ଗୋଟିଏ ମକଦ୍ଦମା ରୁଜୁ ହୋଇଥିଲା | ସଂଯୁକ୍ତା ପାଣିଗ୍ରାହୀ ଏ ନେଇ ଥାନାରେ ଅଭିଯୋଗ କରିଥିଲେ | ଯାହାକୁ ନେଇ ମାନ୍ୟବର କୋର୍ଟଙ୍କ ଆଦେଶ ପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା | ନୟାଗଡ଼ର କିଛି ବ୍ୟକ୍ତି ଜାଲ କାଗଜପତ୍ର ତିଆରି କରି ସବ ରେଜିଷ୍ଟରଙ୍କ ସହିତ ମିଶି ଏହି ଜମିକୁ ଜାଲିଆତି କରିଥିଲେ |
୧୦୦ ଡିସିମିଲ ଜମି ଅନ୍ୟ ଜଣେ ମହିଳାଙ୍କୁ ବିକ୍ରି କରିଥିଲା ଏହି ଦଲାଲ ଗ୍ୟାଙ୍ଗ | ଏହି ଗ୍ୟାଙ୍ଗର ୫ ଜଣ ସଦସ୍ୟ ବିଶ୍ୱଜିତ ବେଉରା, ବିକାଶ ଚନ୍ଦ୍ର ପଣ୍ଡା ସୀମାଞ୍ଚଳ ମହାନ୍ତି, ପ୍ରତାପ ମିଶ୍ର ଓ ସଞ୍ଜୟ ଷଡଙ୍ଗୀଙ୍କୁ ଗିରଫ କରାଯାଇଛି | ସଞ୍ଜୟ ଷଡ଼ଙ୍ଗୀ ହେଉଛନ୍ତି ଖଣ୍ଡଗିରି ସବରେଜିଷ୍ଟର ଅଫିସର ହେଡ କ୍ଲର୍କ | ଅଭିଯୁକ୍ତମାନେ ୬୦ ଲକ୍ଷ ଟଙ୍କା ହଡ଼ପ କରିଥିଲେ | ପୁଲିସ ମୋବାଇଲ ଫୋନ, କାଗଜପତ୍ର ଓ ସରକାରୀ ଷ୍ଟାମ୍ପ ବା ସିଲ ଜବତ କରାଯାଇଛି | ଅନଲାଇନ ପୋର୍ଟାଲ ମାଧ୍ୟମରେ ଏମାନେ ଵିଜ୍ଞାପନ ଦେଇ, ନକଲି ଲୋକଙ୍କୁ ମାଲିକ ଦର୍ଶାଇ ଜମି ବିକିଥିଲେ |
[ad_2]