ଓଡିଶା

ଚାଷ ଜମିରେ ଟ୍ରାକ୍ଟର ଓଲଟି ତିନି ଗୁରୁତର – bajravana

[ad_1]

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ କୁତୁର୍ଲା ପଞ୍ଚାୟତର ବହଲି ଗାଁରେ ଧାନ ରୋଇବା ପାଇଁ କାଦୁଅ କରୁଥିବା ବେଳେ ଏକ ଟ୍ରାକ୍ଟର ଓଲଟି ପଡିବାରୁ ତିନି ଜଣ ଗୁରୁତର ହୋଇଛନ୍ତି। ଗୁରୁତର ତିନିଜଣ ହେଲେ ଡ୍ରାଇଭର ରାକେଶ ପୋଢ଼, ଶ୍ରମିକ ମନୋଜ ପୋଢ଼ ଏବଂ ଓମ ନାଏକ। ଡ୍ରାଇଭର ରାକେଶ ପୋଢ଼ଙ୍କ ଅବସ୍ଥା ଅତି ଗୁରୁତର ରହିଥିବା ଗାଁ ଲୋକଙ୍କ ଠାରୁ ସୂଚନା ମିଳିଛି।

ଗୁରୁତର ଯୁବକମାନଙ୍କୁ ଉଦ୍ଧାର କରି ଏକ ବେସରକାରୀ ଗାଡ଼ିରେ ବଲାଙ୍ଗୀର ଭିମ ଭୋଇ ମେଡ଼ିକାଲ କଲେଜ ହସ୍ପିଟାଲକୁ ନେଇ ଚିକିତ୍ସା କରାଯାଉଛି। ଗୁରୁତର ଟ୍ରାକ୍ଟର ଡ୍ରାଇଭର ରାକେଶ ପୋଢ଼ ଅନ୍ୟ ଦୁଇଜଣ ଶ୍ରମିକମାନଙ୍କ ସହିତ ଟ୍ରାକ୍ଟରରେ ଚାଷ ଜମିକୁ ଯାଉଥିବା ବେଳେ ଭରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟିପଡ଼ିଥିଲା। ଡ୍ରାଇଭର ସହିତ ଦୁଇ ଶ୍ରମିକ ଟ୍ରାକ୍ଟର ତଲେ ଚାପି ହୋଇଯାଇଥିଲେ। ସଂଗେ ସଂଗେ ସ୍ଥାନୀୟ ଲୋକେ ଟ୍ରାକ୍ଟର ଭିତରୁ ତିନିଜଣଙ୍କୁ ଉଦ୍ଧାର କରିଥିଲେ। ତିନିଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ବଲାଙ୍ଗୀରସ୍ଥିତ ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲକୁ ନେଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button