ଓଡିଶା

ଗରିବ ମହିଳାଙ୍କ ପାଇଁ ଆର୍ଥିକ ସଶକ୍ତୀକରଣର ମାଧ୍ୟମ ପାଲଟିଛି ଜାତୀୟ ସହରାଞ୍ଚଳ ଜୀବିକା ମିସନ – bajravana

[ad_1]

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ଦୀନଦୟାଲ ଉପାଧ୍ୟାୟ ଜାତୀୟ ସହରାଞ୍ଚଳ ଜୀବିକା ମିସନ ସହରର ମହିଳାଙ୍କ ପାଇଁ ଆର୍ଥିକ ସଶକ୍ତୀକରଣ ଓ ଆତ୍ମସମ୍ମାନର ମାଧ୍ୟମ ପାଲଟିଛି। ଏହି ଯୋଜନା ମାଧ୍ୟମରେ ସେମାନଙ୍କୁ ରୋଜଗାର ଓ ସ୍ୱରୋଜଗାର ପନ୍ଥା ମିଳିପାରିଛି ଫଳରେ ସେମାନେ ସ୍ୱାବଲମ୍ବୀ ହୋଇପାରିଛନ୍ତି। ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି କଟକ ଚୌଦ୍ୱାର ଅଞ୍ଚଳରେ।

ସ୍ଥାନୀୟ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଜାତୀୟ ସହରାଞ୍ଚଳ ଜୀବିକା ମିସନ ମାଧ୍ୟମରେ ବ୍ୟାଙ୍କ ଋଣ ଓ ଅନ୍ୟାନ୍ୟ ସହାୟତା ପାଇବା ପରେ ସେମାନଙ୍କର ଜୀବନରେ ସୁଧାର ଆସିଛି। ଏହି ମହିଳାମାନେ ମେଢ଼ ତିଆରି, ଜରି କାମ, ସିଲେଇ କାମ ଜରିଆରେ ଅର୍ଥ ରୋଜଗାର କରିପାରୁଛନ୍ତି। ଏହାବ୍ୟତୀତ ସ୍ୱଚ୍ଛ ଭାରତ ମିସନ ଅନ୍ତର୍ଗତ ଏଫଏସଟିପି ବର୍ଜ୍ୟ ଜଳ ପରିଚାଳନା ପ୍ଲାଣ୍ଟ ପରିଚାଳନା କରୁଛନ୍ତି। ପୂର୍ବରୁ ଅବହେଳିତ ଜୀବନଯାପନ କରୁଥିବା ଏହି ମହିଳାମାନେ ଏବେ ସ୍ୱରୋଜଗାରକ୍ଷମ ଓ ସ୍ୱାବଲମ୍ବୀ ହୋଇପାରିଛନ୍ତି। ଆର୍ଥିକ ସ୍ଥିତିରେ ସୁଧାର ଆସିବା ଦ୍ୱାରା ସେମାନଙ୍କ ପରିବାରର ଜୀବନଧାରଣରେ ସୁଧାର ଆସିଛି। ନିକଟରେ ଜାରି ରହିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ଅବସରରେ ଏହି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ଜାତୀୟ ସହରାଞ୍ଚଳ ଜୀବିକା ମିସନରେ ମିଳିଥିବା ସହାୟତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ ମିସନ୍‌ ଅଧୀନରେ ଦେଶର ୪ହଜାର ସହରରେ ୮ ଲକ୍ଷ ୩୧ ହଜାରରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଗଠନ କରାଯାଇଛି। ଏହାଦ୍ୱାରା ୮୪ ଲକ୍ଷରୁ ଅଧିକ ସହରାଞ୍ଚଳ ଗରିବ ମହିଳା ଆର୍ଥିକ ଦୃଷ୍ଟିରୁ ସଶକ୍ତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଏସସି/ଏସଟି, ସଂଖ୍ୟାଲଘୁ, ପରିବାରର ମହିଳା ମୁଖ୍ୟ, ଉଠାଦୋକାନୀ ମହିଳା ରହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button